Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୁଗୁଲ୍ ପେ ରେ କେମିତି କରିବେ ହିଷ୍ଟ୍ରି ଡିଲିଟ୍?

National

ଗୁଗୁଲ୍ ପେ ରେ କେମିତି କରିବେ ହିଷ୍ଟ୍ରି ଡିଲିଟ୍?

Arpita Mohanty
Browse all articles by Arpita Mohanty
·1 year ago·1 min read
ଗୁଗୁଲ୍ ପେ ରେ କେମିତି କରିବେ ହିଷ୍ଟ୍ରି ଡିଲିଟ୍?

ଅର୍ଗସ ବ୍ୟୁରୋ: ଭାରତର ସବୁଠାରୁ ଲୋକପ୍ରୀୟ ଅନଲାଇନ ପେମେଣ୍ଟ ଆପ ହେଉଛି ଗୁଗୁଲ ପେ। କୋଟି କୋଟି ଲୋକ ଏହା ବ୍ୟବହାର କରନ୍ତି । ନା ବ୍ୟାଙ୍କକୁ ଯିବାକୁ ପଡେ ନା ଏଟିଏମକୁ ଖୁବ୍ ସହଜରେ ସହଜରେ ଘରେ ବସି କିଛି ସେକେଣ୍ଡରେ ଗୁଗୁଲ ପେ ମାଧ୍ୟମରେ ଟଙ୍କା ପଠାଇହୁଏ । କେବଳ ସେତିକି ନୁହେଁ  ଏହି ଆପ୍ ସାହାଯ୍ୟରେ ମୋବାଇଲ୍ ରିଚାର୍ଜ, ବିଦ୍ୟୁତ୍ ବିଲ୍, ଡିଟିଏଚ କେବୁଲ୍ ରିଚାର୍ଜ ଇତ୍ୟାଦି ଅନେକ କାର୍ଯ୍ୟ ମଧ୍ୟ ସହଜରେ ହୋଇଥାଏ। କିନ୍ତୁ ସବୁ ପେମେଣ୍ଟର ରେକର୍ଡ ରହିଯାଏ। ଯେଉଁଥିପାଇଁ କିଛି ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ରେକର୍ଡକୁ ଡିଲିଟ୍ ବି କରିହେବ। ଯାହା ବହୁତ୍ କମ୍ ଲୋକ ଜାଣିଥାନ୍ତି। ଆଜି ଆମେ ଆପଣଙ୍କୁ ଗୁଗୁଲ ପେ ର ହିଷ୍ଟ୍ରି ଡିଲିଟ୍ କରିବାର ଉପାୟ ଜଣାଇବୁ।

ଗୁଗୁଲ୍ ପେ ର ହିଷ୍ଟ୍ରି ଡିଲିଟ୍ କରିବାକୁ ହେଲେ ପ୍ରଥମେ ଫୋନରେ ଗୁଗୁଲ୍ ପେ ଆପ୍ ଖୋଲନ୍ତୁ ଏବଂ ନିଜ ପ୍ରୋଫାଇଲକୁ ଯାଆନ୍ତୁ । ତଳକୁ ସ୍କ୍ରୋଲ୍ କରି ସେଟିଙ୍ଗସ୍ ଉପରେ ଟ୍ୟାପ୍ କରନ୍ତୁ, ତାପରେ ପ୍ରାଇଭେସି ଆଣ୍ଡ ସିକ୍ୟୁରିଟି ଅପ୍ସନ ବାଛନ୍ତୁ। "ଡାଟା ଆଣ୍ଡ ପର୍ସନାଲାଇଜେସନ୍" ଏବଂ ତାପରେ "ଗୁଗୁଲ୍ ଆକାଉଣ୍ଟ୍" ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଏକ ନୂଆ ପେଜ ଖୋଲିବ। ଏଠାରେ ନିଜ ସିକ୍ୟୁରିଟି ପିନ୍ ଯାଞ୍ଚ କରନ୍ତୁ। ଏଠାରେ ଆପଣଙ୍କୁ ଆପଣଙ୍କର ଚାଟ୍ ହିଷ୍ଟ୍ରି ଦେଖାଯିବ। ଯେକୌଣସି ଏକ ପେମେଣ୍ଟକୁ ଡିଲିଟ୍ କରିବା ପାଇଁ ତା ଆଗରେ ଥିବା କ୍ରସ ବଟନ ଉପରେ କ୍ଲିକ୍ କରନ୍ତୁ। ପୂରା ହିଷ୍ଟ୍ରି ଡିଲିଟ୍ କରିବା ପାଇଁ ପେମେଣ୍ଟ ଲିଷ୍ଟ ଉପରେ ଥିବା ଡିଲିଟ୍ ଅପ୍ସନ ଉପରେ କ୍ଲିକ୍ କରନ୍ତୁ। ଏଠାରେ କେତେ ଦିନ ପୂର୍ବର ହିଷ୍ଟ୍ରି ଡିଲିଟ୍ କରିବାକୁ ଚାହୁଁଛନ୍ତି ତାହା ବାଛିପାରିବେ। ଏହି ଅନୁସାରେ ଆପଣ ଗୁଗୁଲ୍ ପେ ରେ ହିଷ୍ଟ୍ରି କ୍ଲିୟର କରିପାରିବେ।

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to delete history in google pay? | Argus News