ଓଡ଼ିଶାରୁ କେମିତି ଯିବେ ମହାକୁମ୍ଭ ମେଳା

Key Points
ରାଜ୍ୟସରକାରଙ୍କ ପକ୍ଷରୁ ଗଡୁଛି ସ୍ବତନ୍ତ୍ର ବସ୍
ଓଡ଼ିଶା ସରକାରଙ୍କ OSRTC ପକ୍ଷରୁ ଗଡୁଛି ସ୍ବତନ୍ତ୍ର ବସ୍
ଓଡ଼ିଶାର ୪ ଟି ସ୍ଥାନରୁ ଅତ୍ୟାଧୁନିକ ପ୍ରିମିୟମ ବସ୍ ଚଳାଚଳ କରୁଛି ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବସ୍ ଚଳାଚଳ କରୁଛି
ଅର୍ଗସ ବ୍ୟୁରୋ: ଉତ୍ତରପ୍ରେଦଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭମେଳା । ସାଧୁ ସନ୍ଥଙ୍କ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ତ୍ରୀବେଣୀ ସଂଗମ। ଭାବଭକ୍ତିରେ ଉଚ୍ଛୁଳୁଛି ପ୍ରୟାରରାଜର ପବିତ୍ର ଭୂମି। ଅନନ୍ତ ଅଧ୍ୟାତ୍ମିକ ଚେତନା ଭିତରେ ଇଶ୍ବରଙ୍କ କୃପା ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ଜାନୁୟାରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ମହାମେଳା ଫେବୃୟାରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ଯୋଗଦେବାକୁ ବିଶ୍ବର କୋଣନୁକୋଣରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ। ବିଶ୍ବାସ ରହିଛି ପ୍ରତି ୧୨ ବର୍ଷ ଅନ୍ତରରେ ପଡୁଥିବା ମହାକୁମ୍ଭ ମେଳାରେ ସ୍ନାନ କଲେ କୋଟି ଜନ୍ମର ପୂଣ୍ୟ ମିଳେ। ଏଥର ୧୪୪ ବର୍ଷ ପରେ ଏକ ବିରଳ ସଂଯୋଗରେ ମହାକୁମ୍ଭ ପଡିଥିବାରୁ ସାଧୁସନ୍ଥ ସନ୍ୟାସୀଙ୍କ ସହ ସମସ୍ତ ହିନ୍ଦୁ ଧର୍ମାବଲମ୍ଭୀଙ୍କ ଭିତରେ ରହିଛି ଉତ୍ସାହ। ଏଥର ପ୍ରାୟ ୪୦ ରୁ ୪୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବାର ଆଶା ରହିଛି। ବିଶ୍ବାସ ରହିଛି ଏହି ମହାକୁମ୍ଭରେ ସ୍ନାନ କଲେ ସବୁ ପାପ କ୍ଷୟ ହୋଇ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୁଏ। ତେବେ ଏହି ଭିଡିଓରେ ଆସନ୍ତୁ ଜାଣିବା ଓଡ଼ିଶାରୁ ଆମେ କେମିତି ସହଜରେ ପହଞ୍ଚିପାରିବା ପବିତ୍ର ମହାକୁମ୍ଭ ମେଳାରେ
ରାଜ୍ୟସରକାରଙ୍କ ପକ୍ଷରୁ ଗଡୁଛି ସ୍ବତନ୍ତ୍ର ବସ୍
ଟ୍ରେନ ଓ ବିମାନ ସହିତ , ଏଥର ଓଡ଼ିଶା ସରକାରଙ୍କ OSRTC ପକ୍ଷରୁ ଏହି ପବିତ୍ର ଧାମକୁ ଗଡୁଛି ସ୍ବତନ୍ତ୍ର ବସ୍। ଓଡ଼ିଶାର ୪ ଟି ସ୍ଥାନରୁ ଅତ୍ୟାଧୁନିକ ପ୍ରିମିୟମ ବସ୍ ସେବା ଯୋଗାଇ ଦେଉଛନ୍ତି ରାଜ୍ୟସରକାର। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଗଡୁଛି ବସ୍। ଏହି ବସ୍ ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳାଙ୍କ ପାଇଁ ସ୍ବତନ୍ତ୍ର ରିହାତି ରଖିଛନ୍ତି ରାଜ୍ୟସରକାର। ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ୫୦ ପ୍ରତିଶତ ରିହାତି ରହିଛି। ଆପଣ ଚାହିଁଲେ ବସରେ ସ୍ବଳ୍ପ ଖର୍ଚ୍ଚରେ ସହଜରେ ମହାକୁମ୍ଭ ମେଳା ସହ ଅଯୋଧ୍ୟା ଯାଇ ଶ୍ରୀରାମଙ୍କ ଦର୍ଶନ କରିପାରିବେ ରାଜ୍ୟସରକାରଙ୍କ ପକ୍ଷରୁ ଗଡୁଛି ସ୍ବତନ୍ତ୍ର ବସ୍ - ଟ୍ରେନ ଓ ବିମାନ ସହିତ , ଏଥର ଓଡ଼ିଶା ସରକାରଙ୍କ OSRTC ପକ୍ଷରୁ ଏହି ପବିତ୍ର ଧାମକୁ ଗଡୁଛି ସ୍ବତନ୍ତ୍ର ବସ୍। ଓଡ଼ିଶାର ୪ ଟି ସ୍ଥାନରୁ ଅତ୍ୟାଧୁନିକ ପ୍ରିମିୟମ ବସ୍ ସେବା ଯୋଗାଇ ଦେଉଛନ୍ତି ରାଜ୍ୟସରକାର। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଗଡୁଛି ବସ୍। ଏହି ବସ୍ ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳାଙ୍କ ପାଇଁ ସ୍ବତନ୍ତ୍ର ରିହାତି ରଖିଛନ୍ତି ରାଜ୍ୟସରକାର। ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ୫୦ ପ୍ରତିଶତ ରିହାତି ରହିଛି। ଆପଣ ଚାହିଁଲେ ବସରେ ସ୍ବଳ୍ପ ଖର୍ଚ୍ଚରେ ସହଜରେ ମହାକୁମ୍ଭ ମେଳା ସହ ଅଯୋଧ୍ୟା ଯାଇ ଶ୍ରୀରାମଙ୍କ ଦର୍ଶନ କରିପାରିବେ
ଏବେ ଆସନ୍ତୁ ଜାଣିବା ଓଡ଼ିଶାରୁ କୁମ୍ଭମେଳା ବୁଲି ଯିବାକୁ କ'ଣ ରହିଛି ଟ୍ରେନ୍ ସୁବିଧା
📱 Get Argus News App
✨ଶ୍ରଦ୍ଧାଳୁ ସହଜରେ ଓଡ଼ିଶାରୁ ପ୍ରୟାଗରାଜ ଯିବା ପାଇଁ ରେଳ ବିଭାଗ ପକ୍ଷରୁ ରାଜ୍ୟରୁ ୭ ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। କଟକ , ଭୁବନେଶ୍ବର ସମେତ ଓଡ଼ିଶାର ଅନ୍ୟ ବଡବଡ ଜଙ୍କସନ ଓ ଷ୍ଟେସନ ଦେଇ ଯାତ୍ରା କରୁଛି କୁମ୍ଭମେଳା ସ୍ପେଶାଲ ଟ୍ରେନ । ଯେମିତି ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର, ପୁରୀ-ତୁଣ୍ଡଲା-ପୁରୀ, ଟିଟିଲାଗଡ଼-ତୁଣ୍ଡଲା-ଟିଟିଲାଗଡ଼, ବିଶାଖାପାଟନମ୍-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବିଶାଖାପାଟନମ୍ ଏବଂ ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରୟାଗରାଜର ମହାକୁମ୍ଭ ମେଳା ପାଇଁ କୁମ୍ଭ ୱାର ରୁମର ଉଦଘାଟନ କରିଛନ୍ତି । ରେଳବାଇ ଓ୍ବେବସାଇଟରେ ମହାକୁମ୍ଭ ସ୍ପେଶାଲ ଟ୍ରେନ ପାଇଁ ଅପଡେଟ୍ କରାଯାଉଛି
ଏବେ ଜାଣନ୍ତୁ ବିମାନରେ କେମିତି ପହଞ୍ଚି ପାରିବେ କୁମ୍ଭମେଳାରେ
ଓଡ଼ିଶାରୁ ଉତ୍ତରପ୍ରେଦଶ ଯିବାକୁ ହେଲେ ଆପଣ ଭାୟା ଦିଲ୍ଲୀ ବିହାର, କଲିକତା ହେଇ ଉତ୍ତରପ୍ରଦେଶରେ ପହଞ୍ଚି ପାରିବେ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅମୃତଭାଣ୍ଡ ପାଇଁ ଯେତେବେଳେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ସେହିଭିତରୁ ୪ ଟୋପା ଅମୃତ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡିଥିଲା। ପ୍ରତି ୧୨ ବର୍ଷ ଅନ୍ତରରେ ସେହି ଚୋରୋଟି ସ୍ଥାନ ମଧ୍ୟରୁ ଗୋଟିଏ ଗୋଟିଏ ସ୍ଥାନରେ ଆୟୋଜିତ ହୁଏ ମହାକୁମ୍ଭ। ଚଳିତ ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି ହିନ୍ଦୁ ମାନଙ୍କ ଧାର୍ମିକ ବିଶ୍ବାସ ଓ ଭାବନାର ଏହି ମହାଉତ୍ସବ।