Potato Farming / ବିନା ମାଟିରେ ଆଳୁ ଚାଷ, ଜାଣନ୍ତୁ କିପରି...

Key Points
ପବନରେ ଫଳିଲା ଆଳୁ
ବିନା ମାଟିରେ ପନିପରିବା ଚାଷ କଥା ଆମେ କେବେ ଭାବି ପାରିବାନି । ଚାଷ କଥା କହିଲେ ପ୍ରଥମେ ମୁଣ୍ଡରେ ଆସେ ମାଟି, ଖତ ଆଉ ସଠିକ୍ ସମୟରେ ପାଣି ଦେବା କଥା ହିଁ ଆମେ ଭାବିଥାଉ । କେଉଁ ପରିବାକୁ କେଉଁ ସମୟରେ ଚାଷ କଲେ ଭଲ ଅମଳ ହୁଏ ସେଥିପ୍ରତି ଧ୍ୟାନ ଦେଉ । କିନ୍ତୁ ଆଧୁନିକ ଯୁଗରେ କିଛି ବି ସମ୍ଭବ । ବିନା ମାଟିରେ ଫଳିଲା ଆଳୁ । ଆଉ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ଏବଂ ଭୂତାଣୁ ମୁକ୍ତ । ଅନ୍ୟ ଦେଶରେ ନୁହେଁ ଆମ ଦେଶରେ ହିଁ ଏହା ସମ୍ଭବ ହୋଇଛି । ମଧ୍ୟପ୍ରଦେଶର ରାଜମାତା ବିଜୟରାଜେ ସିନ୍ଦିଆ ଏଗ୍ରିକଲଚର ୟୁନିଭର୍ସିଟିର ଗବଷେକମାନେ ପବନରେ ଆଳୁ ଫଳାଇବାରେ ସଫଳତା ପାଇଛନ୍ତି।
ମୃତ୍ତିକା ବିନା ଏହି ଚାଷ ଏରୋପୋନିକ୍ସ ପଦ୍ଧତିରେ କରାଯାଏ । ଏଥିରେ ଗଛର ଚେର ଝୁଲିକି ରୁହେ । ଆବଶ୍ୟକ ସମୟରେ ପୋଷକ ତତ୍ତ୍ୱ ଯୁକ୍ତ ଜଳ ଗଛରେ ସ୍ପ୍ରେ କରାଯାଏ । ପାରମ୍ପରିକ ଚାଷ ଠାରୁ ଏହା ଭିନ୍ନ । କାରଣ ସାଧାରଣତଃ ଗଛଟି ପୋଷକ ତତ୍ତ୍ୱ ପାଇଁ ମାଟି ଉପରେ ନିର୍ଭର କରେ । କିନ୍ତୁ ଏରୋପୋନିକ୍ସ ପଦ୍ଧତିରେ ଚାଷ କରିବା ଦ୍ୱାରା ନିୟନ୍ତ୍ରିତ ପରିବେଶରେ ଚେରକୁ ସିଧାସଳଖ ଖଣିଜ ଯୋଗାଯାଇଥାଏ ।
ଦେଖନ୍ତୁ ଏହି ଖବର: ସୁନ୍ଦରଗଡ଼ କୋଇଡାରେ ଅଫିମ ଚାଷ. ହେଲେ ଠିକ୍ ଅମଳ ପୂର୍ବରୁ ମାଡ଼ିବସିଲା ପୁଲିସ୍ ଓ ଅବକାରୀ ବିଭାଗ
ଏହି ପଦ୍ଧତିରେ ମୃତ୍ତିକା-ଆଧାରିତ ଚାଷ ତୁଳନାରେ ଗଛ ମୂଳକୁ ଅଧିକ ଅମ୍ଳଜାନ ପହଞ୍ଚେ । ଫଳରେ ଗଛ ଦ୍ରୁତ ଗତିରେ ବଢେ ଏବଂ ପର୍ଯ୍ୟାପ୍ତ ପୋଷଣ ଅବଶୋଷଣ କରେ । ଏହି ପଦ୍ଧତି ସାଧାରଣତଃ ଗ୍ରୀନହାଉସ କିମ୍ବା ନେଟ୍ ହାଉସ୍ ଭଳି ଆବୃତ୍ତ ଢାଞ୍ଚା ଭିତରେ ହିଁ ସମ୍ଭବ । ଯାହାଦ୍ୱାରା ତାପମାତ୍ରା, ଆର୍ଦ୍ରତା ଓ ଜଳସେଚନ ଚକ୍ରକୁ ଧ୍ୟାନର ସହ ନିୟନ୍ତ୍ରିତ କରାଯାଇପାରେ । ଏହି କୌଶଳ ଭବିଷ୍ୟତର ବୋଲି ମନେହେଉଥିଲେ ମଧ୍ୟ ଏରୋପୋନିକ୍ସ ନୂଆ ନୁହେଁ । କାହିଁ କେଉଁ କାଳରୁ ଏମିତି ପଦ୍ଧତିରେ ଚାଷ ହୋଇଆସୁଛି ।
୧୯୨୦ ଦଶକରେ ବୈଜ୍ଞାନିକମାନେ ପବନ-ଆଧାରିତ ପଦ୍ଧତିରେ ଉଦ୍ଭିଦ ଚେର ବିକାଶର ଅଧ୍ୟୟନ କରିଥିଲେ । ୧୯୫୭ରେ ଏରୋପୋନିକ୍ସ ଶବ୍ଦ ଔପଚାରିକ ରୂପେ ଜନ୍ମ ନେଲା । ୧୯୮୦ ଦଶକରେ ଏହି ପଦ୍ଧତି ବ୍ୟବସାୟିକ ହେଲା । ଆଜି ବିଶ୍ୱବ୍ୟାପୀ ଏହି ଟେକନୋଲୋଜିର ଉପଯୋଗ ହେଉଛି । ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶସ୍ୟ ଉତ୍ପାଦନ ପାଇଁ ଏହି ପଦ୍ଧତି ଆପଣାଯାଉଛି ।
📱 Get Argus News App
✨Related Topics
Explore more stories