ହ୍ବାଟ୍ସଆପ୍’ରେ ନିଜର ସିକ୍ରେଟ୍ ଚାଟ୍କୁ ଏଭଳି ଲୁଚାନ୍ତୁ

ଅର୍ଗସ ବ୍ୟୁରୋ: ଆଜିକା ସମୟରେ whatsapp ସହ ସମସ୍ତେ ଜଡ଼ିତ। ସମସ୍ତଙ୍କ ହାତରେ ମୋବାଇଲ। ଯୁବପିଢ଼ି ଙ୍କ ନିକଟରେ whatsapp ବେଶ ପରିଚିତ। କିଏ ଚାହେଁ ଚାଟ ଲୁଚାଇବାର କୌଣସି ଅପସନ ଆସିଯାଆନ୍ତା କି? କାରଣ ଚାଟିଙ୍ଗ କପଲ ମାନଙ୍କ କଳହର କାରଣ ମଧ୍ୟ ହୋଇଥାଏ। ତେବେ ଏସବୁର ସମାଧାନ ପାଇଁ ଏକ ଉପାୟ ଆପଣଙ୍କୁ ଜଣାଇବୁ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍’ରେ ଏନେଇ ସୁବିଧା ଉପଲବ୍ଧ ରହିଛି।
ଚାଟ୍କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍’। ଏହାଛଡ଼ା ଆପଣ ଚାଟ୍କୁ ଲକ୍ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ। ଆପଣ ଏହି ଉପାୟ କେବେ ଆପଣାଇଛନ୍ତି କି ନାହିଁ।
ସିକ୍ରେଟ୍ ଚାଟ୍କୁ ହାଇଡ୍ କରିବା ଲାଗି ତାକୁ ଓପନ୍ କରନ୍ତୁ। ପ୍ରୋଫାଇଲ ଅପଶନ୍କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘ଚାଟ୍ ଲକ୍’ ଅପଶନ୍ ନଜର ଆସିବ। ଏଥିରେ ଟାପ୍ କରନ୍ତୁ। ପରେ ନିଜର ପାସଓ୍ବାର୍ଡ ସେଭ୍ କରନ୍ତୁ।
ଯେଉଁ ଚାଟ୍କୁ ଲକ୍ କରିବାର ଅଛି ତା ଉପରେ କିଛି ସମୟ ଟାପ୍ କରି ରଖନ୍ତୁ। ଏହାପରେ ତିନୋଟି ବିନ୍ଦୁ ଆସିବ। ଏହି ତିନି ବିନ୍ଦୁରେ ଟାପ୍ କରନ୍ତୁ। ସେଠାରେ ଚାଟ୍ ଲକ୍ କରିବା ଅପଶନ ନଜର ଆସିବ।
ଚାଟ୍ ଲକ୍ କରିବା ପରେ ହାଇଡ୍ ଲକ୍ଡ ଚାଟ୍ ଅପଶନକୁ ବି ଅନ୍ କରିବାକୁ ହେବ। ଏଥିଲାଗି ଲକ୍ ଚାଟ୍ ଅପଶନକୁ ଯାଇ ଅନ୍ କରିନିଅନ୍ତୁ।
ଏହାଛଡ଼ା ଆପଣ ଏକ ସିକ୍ରେଟ୍ କୋର୍ଡ ବି ଦାଖଲ କରିପାରିବେ। ଫଳରେ ଆପଣ ତାର ସହାୟତାରେ ଚାଟ୍ ଦେଖିପାରିବେ। ଆପଣ ୪ ଅକ୍ଷର ନଚେତ ଗୋଟିଏ ଇମୋଜିକୁ ସିକ୍ରେଟ୍ କୋର୍ଡ ଭାବେ ବ୍ୟବହାର କରିପାରିବେ।
📱 Get Argus News App
✨ସିକ୍ରେଟ୍ ଚାଟ୍ କାହାରିକୁ ନଜର ଆସି ନ ଥାଏ। ହେଲେ ଯଦି ଆପଣ ଏହି ଚାଟ୍କୁ ଦେଖିବାକୁ ଚାହାନ୍ତି ତେବେ ସର୍ଚ୍ଚକୁ ଯାଇ ନିଜର ସିକ୍ରେଟ୍ କୋର୍ଡ ଦିଅନ୍ତି ତେବେ ଉକ୍ତ ଚାଟ୍ ନଜର ଆସିବ।
ଅଧିକ ପଢ଼ନ୍ତୁ ଭାରତ ଖବର