Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେମିତି ଚିହ୍ନିବେ LABUBU କଣ୍ଢେଇକୁ ? ପାଦରେ ଟାଟୁ ଓ ମୁହଁରେ କଣ୍ଟାଦାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେମିତି ଚିହ୍ନିବେ LABUBU କଣ୍ଢେଇକୁ ? ପାଦରେ ଟାଟୁ ଓ ମୁହଁରେ କଣ୍ଟାଦାନ୍ତ

Key Points

ଦୁନିଆର ସବୁଠୁ ଦାମୀ କଣ୍ଢେଇ ଲାବୁବୁ
ତାକୁ ଦେଖିଲେ ଏବଂ ଏହାର ମୂଲ୍ୟ ଶୁଣିଲେ ହୋସ ଉଡ଼ିଯିବ
କଣ୍ଢେଇର ପାଦରେ ଟାଟୁ ଓ ମୁହଁରେ କଣ୍ଟାଦାନ୍ତ ରହିଛି


କଣ୍ଢେଇ ପିଲାମାନଙ୍କର ଭାରି ପ୍ରିୟ। ପିଲାମାନଙ୍କୁ ନେଇକି ଯଦି ଆପଣ ମାର୍କେଟକୁ ଯାଉଛନ୍ତି କି ମେଳାକୁ ଯାଉଛନ୍ତି ତେବେ ଆପଣଙ୍କ ପିଲାମାନେ ଜିଦ କରନ୍ତି କି ଖେଳନା ହେଉ କି କଣ୍ଢେଇ କିଣିବା ପାଇଁ। କିନ୍ତୁ ଆପଣ ଜାଣନ୍ତି କି ମାକ୍ରେଟରେ ଏମିତି ଏକ କଣ୍ଢେଇ ଭାଇରାଲ ହେଉଛି, ଯାହାକୁ କିଣିବା ପାଇଁ ବୁଢ଼ା ହୁଅନ୍ତୁ ଅବା ଯୁବପୀଢ଼ି ଖୁବ ଉତକଣ୍ଠା। ଏହି କଣ୍ଢେଇର ନାଁ ହେଉଛି ଲାବୁବୁ। ଲାବୁବୁ କଣ୍ଢେଇ ଯାହାର ଛଳଛଳ ଆଖି, କଣ୍ଟା ଦାନ୍ତ ଏବଂ ପାଦରେ ରହିଛି ଏକ ଟାଟୁ। ଏହା ଏକ ଆକର୍ଷଣୀୟ କଣ୍ଡେଇ ଅଟେ । ଏହି କଣ୍ଢେଇକୁ ବ୍ୟାଗରେ ଲଗାଇଲେ ଅଧିକ ସୁନ୍ଦର ଲାଗିଥାଏ । ଏହି ଲୋକପ୍ରିୟ କଣ୍ଢେଇଟି ବ୍ଲାଇଣ୍ଡ ବକ୍ସରେ ଆସିଥାଏ । ନିକଟରେ ଏହି ଟ୍ରେଣ୍ଡ କରୁଥିବା କଣ୍ଢେଇ ପିନ୍ଧୁଥିବା ପୋଷାକକୁ କପି କରି ଲସ୍‌ ଏଞ୍ଜେଲସରେ ଏକ ପ୍ରାଇଡ ପରେଡରେ ପିନ୍ଧିଥିବା କିଛି ଲୋକଙ୍କୁ ଦେଖିବାକୁ ମିଳିଥିଲା।

ଏହି ଖେଳନାଟି କଣ ଏତେ ସୁନ୍ଦର ? ଯେଉଁଥି ପାଇଁ ଏହା ଏତେ ମାତ୍ରାରେ ଭାଇରାଲ ହେଉଛି। କହିବାକୁ ଗଲେ ଏହି ଖେଳନାଟି ଏତେ ସୁନ୍ଦର ନୁହେଁ, କିନ୍ତୁ ଏହା ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହାକୁ ବଡ ବଡ ସେଲିବ୍ରେଟିମାନେ ମଧ୍ୟ ନିଜ ନିଜ ବ୍ୟାଗରେ ଲଗାଇ ବୁଲୁଥିବାର ଦେଖିବାକୁ ମିଳିଛି। ଖେଳନା ଦୋକାନରେ ଏହି କଣ୍ଢେଇ ଏତେ ମାତ୍ରାରେ ବିକ୍ରି ହେଉଛି ଯେ, ଆଉଟ ଅଫ୍‌ ଷ୍ଟକ ହୋଇଯାଉଛି। ଗତ ସପ୍ତାହରେ, ଚୀନ୍‌ରେ ୟୋଙ୍ଗଲ୍ ଅକ୍ସନ୍ ଦ୍ୱାରା ଆୟୋଜିତ ପ୍ରଥମ ଲାବୁବୁ ଏକ ଫେଷ୍ଟିଭାଲ ନିଲାମରେ ଏକ ଜୀବନ୍ତ ଆକାର ଲାବୁବୁ ମୂର୍ତ୍ତି $170,000 ରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା। ଲାବୁବସ୍ କଳାକାର କାସିଂ ଲୁଙ୍ଗଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କାହାଣୀ ଚରିତ୍ରର ଏକ ଅଂଶ ହେଉଛି ଲାବୁବୁ।

ହଂକଂରେ ଜନ୍ମିତ ଲଙ୍ଗ୍ 7 ବର୍ଷ ବୟସରେ ନେଦରଲ୍ୟାଣ୍ଡ୍ସକୁ ଚାଲିଯାଇଥିଲେ। ଯେଉଁଠାରେ ସେ ଶୀଘ୍ର ନର୍ଡିକ ପରୀ କାହାଣୀଗୁଡ଼ିକ ପ୍ରେମରେ ପଡ଼ିଗଲେ । ଏହି ମନଗଢ଼ା ଲୋକକଥା ଦ୍ୱାରା ଅନୁପ୍ରାଣିତ ହୋଇ, ଲଙ୍ଗ୍ 2015 ମସିହାରେ ଦି ମୋନଷ୍ଟର୍ସ ନାମକ ଏକ ଚିତ୍ରିତ ପୁସ୍ତକ ସିରିଜ୍ ଆରମ୍ଭ କରିଥିଲେ, ଯେଉଁଥିରେ ଲାବୁବୁସ୍ ନାମକ ମହିଳା ଥିଲେ ।CGTN ୟୁରୋପ ସହିତ ଏକ ସାକ୍ଷାତକାରରେ ଲଙ୍ଗ୍ କହିଛନ୍ତି ଯେ, "ମୁଁ ଏପରି କିଛି ତିଆରି କରିବାକୁ ଚାହୁଁଥିଲି ଯାହା ସବୁବେଳେ ମୋ ହୃଦୟରେ ରହିଆସିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଏତେ ଲୋକ ଏହାକୁ ପସନ୍ଦ କରୁଛନ୍ତି," ।

ଲଙ୍ଗଙ୍କ ଅନୁସାରେ, ଧାରାବାହିକରେ ପ୍ରାୟ 100 ପ୍ରକାରର ଲାବୁବସ୍‌ ଅଛନ୍ତି। କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜଣେ ଲାବୁବସ୍‌ ଯିଏ ଟାଇକୋକୋ ନାମକ ଏକ ଲାଜକୁଳା କଙ୍କାଳ ସହିତ ଡେଟ୍ କରୁଛି ଏବଂ ପ୍ରାୟତଃ ତାଙ୍କୁ ଖେଳରେ ଚିଡ଼ାଏ। ଲାବୁବୁ ଖେଳନାଗୁଡ଼ିକ ବିଭିନ୍ନ ରଙ୍ଗରେ ଆସିଥାଏ ଏବଂ "ବ୍ଲାଇଣ୍ଡ ବାକ୍ସ" ରେ ବିକ୍ରି ହୁଏ। ଅର୍ଥାତ୍ ଯେପର୍ଯ୍ୟନ୍ତ ଆପଣ ବକ୍ସ ଖୋଲିନାହାନ୍ତି, ଆପଣ ଜାଣିପାରିବେ ନାହିଁ କି ଏହା କେଉଁ ପ୍ରକାରର ଆସିଛି। ଏହା ଏକ ରହସ୍ୟମୟ ଖେଳନା ଅଟେ । ଦର୍ଶକଙ୍କ ଆକର୍ଷଣର ଏକ ଅଂଶ ହେଉଛି ଆଶ୍ଚର୍ଯ୍ୟଜନକ ଉପାଦାନ ଏବଂ ଏକ ବିରଳ "ଗୁପ୍ତ" କଣ୍ଢେଇ ଖୋଲିବାର ସୁଯୋଗ। ଏହି ଲାବୁବୁ କଣ୍ଢେଇଟି ଭିନ୍ନ ଭିନ୍ନ ପ୍ରକାରର ଏବଂ ଦାମୀ ଦାମୀ ଡ୍ରେସ ପିନ୍ଧିଥାଏ। ଏହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥିବାବେଳେ ଓରିଜିନାଏ ଏବଂ ଫେକ କେମିତି ଜାଣିବେ ତାହା ବଡ ପ୍ରଶ୍ନ। ଓରିଜିନାଲ ଲାବୁବୁର ୯ଟି ଦାନ୍ତ ଥାଏ ବୋଲି ଶୁଣାଯାଉଛି, ତେବେ ଡୁପ୍ଲିକେଟରେ କେତୋଟି ଦାନ୍ତ ଅଛି ତାହା ଜଣାନାହିଁ। ତେବେ ଆପଣ ବି କଣ ଲାବୁବୁ କଣ୍ଢେଇ କିଣିଲେଣି ନା ନାଇଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
how-to-know-a-labubu-doll-tattoos-on-its-feet-and-barbed-teeth-on-its-face | Argus News