Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋବାଇଲକୁ ଆସୁଥିବା ଲିଙ୍କ୍ ଅସଲି ନା ନକଲି କେମିତି ଜାଣିବେ?

Arpita Mohanty
Browse all articles by Arpita Mohanty
·2 years ago·1 min read
ମୋବାଇଲକୁ ଆସୁଥିବା ଲିଙ୍କ୍ ଅସଲି ନା ନକଲି କେମିତି ଜାଣିବେ?

Key Points

  • ଆପଣଙ୍କ ଫୋନକୁ ଅଜଣା ନମ୍ବରରୁ ଲିଙ୍କ୍ ଆସୁଛି କି?
  • ତାହେଲେ ସାବଧାନ ହୋଇଯାଆନ୍ତୁ
  • ଗୋଟେ କ୍ଲିକରେ ହୋଇଯିବ ଫୋନ ହ୍ୟାକ୍

ଅର୍ଗସ ବ୍ୟୁରୋ: ଆଜିକାଲି ସାଇବର କ୍ରାଇମ ବହୁତ ମାତ୍ରାରେ ବଢ଼ିବାକୁ ଲାଗିଲାଣି। କାହାକୁ କଲ କରି ସ୍କାମ କରାଯାଉଛି ତ ଆଉ କିଏ ମେସେଜ ମାଧ୍ୟମରେ ଠକାମିର ଶିକାର ହେଉଛି। ବର୍ତ୍ତମାନ ଏକ ଲିଙ୍କ ମାଧ୍ୟମରେ ଲୋକଙ୍କୁ ଚୂନା ମାରୁଛନ୍ତି ଦୂବୁର୍ତ୍ତ । ନିର୍ବାଚନ ପ୍ରଚାର ନାଁରେ ଲୋକଙ୍କ ମୋବାଇଲକୁ ଅନନୋନ ନମ୍ବରରୁ ଏକ ଲିଙ୍କ୍ ଆସୁଛି ଆଉ ସେହି ଲିଙ୍କରେ କ୍ଲିକ କଲେ ଆପଣଙ୍କ ଫୋନକୁ କ୍ଷତି ପହଁଞ୍ଚିବା ସହିତ ହ୍ୟାକ ହେବାର ସମ୍ଭାବନା ବହୁତ୍ ଅଧିକ। ଏହି ସ୍କାମରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଅସଲି ଆଉ ନକଲି ଲିଙ୍କ କଣ ଜାଣିବାକୁ ହେବ।

Virustotal ନାମକ ଏକ ୱେବସାଇଟ୍ ଅଛି, ଯେଉଁଠାରୁ ନକଲି ଲିଙ୍କ ଏବଂ ଇମେଲ ଯାଞ୍ଚ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କିଛି ପଦକ୍ଷେପ ଅନୁସରଣ କରିବାକୁ ପଡିବ। 
ସର୍ବପ୍ରଥମେ ଆପଣ Virustotal ୱେବସାଇଟ୍ ଓପନ କରନ୍ତୁ ପରେ URL କୁ ଯାଇ Url File search ଅପ୍ସନ ବାଛନ୍ତୁ | ଏହାପରେ ଆପଣ ରିସିଭ କରିଥିବା ମେସେଜ ଏଠାରେ ପେଷ୍ଟ କରନ୍ତୁ। ଲିଙ୍କ କପି କରିବା ସମୟରେ ଡାହାଣ ପଟେ କପି ଲିଙ୍କ ବାଛନ୍ତୁ। ଏହା ପରେ, ୱେବସାଇଟ୍ ର URL ଅପ୍ସନ୍ କୁ ଯାଆନ୍ତୁ ଏବଂ କପି ହୋଇଥିବା ଲିଙ୍କ୍ ପେଷ୍ଟ କରି ଏଣ୍ଟର୍ କରନ୍ତୁ, ଏହାପରେ ଉକ୍ତ ଲିଙ୍କ୍ ର ବିଶ୍ଳେଷଣ ଆରମ୍ଭ ହେବ ଏବଂ ଆପଣ ଜାଣିପାରିବେ ଲିଙ୍କ୍ ଅସଲି ନା ନକଲି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ସବୁବେଳେ ମନେ ରଖିବା ଉଚିତ ଯେ କୌଣସି ବି ଅଜଣା ନମ୍ବରରୁ ଆସୁଥିବା କଲ ମେସେଜ ଏବଂ ଲିଙ୍କର କୌଣସି ରିପ୍ଲାଏ କରିବେନି କି OTP କାହା ସହିତ ସେୟାର କରିବେନି। 

ଅଧିକ ପଢ଼ନ୍ତୁ ଭାରତ ଖବର

Sponsored
mobile | Argus News