କେମିତି ବଞ୍ଚିବେ ଓ କଣ ଖାଇବେ ସୁନୀତା

ଅର୍ଗସ ବ୍ୟୁରୋ: ନାସା ପକ୍ଷରୁ ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋର ଦୁଇଜଣ ମକାକାଶଚାରୀ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରୁ ଯୋଗାଯୋଗ କରିବା ସହ କିଛି ତଥ୍ୟ ଦେଇଛନ୍ତି । ବୋଇଂ କମ୍ପାନୀ ଷ୍ଟାରଲାଇନ ତିଆରି କରିଥିବା ମହାକାଶ ଯାନର ଏହା ଏକ ପରୀକ୍ଷଣ ଥିଲା । ଏହି ଯାନ ଉଭୟଙ୍କୁ ସ୍ପେସ୍ ଷ୍ଟେସନରେ ସଫଳତାର ସହ ପହଞ୍ଚାଇଥିଲା । ସେମାନଙ୍କ ଯାତ୍ରା ମାତ୍ର ୮ ଦିନ ପାଇଁ ଥିଲା ହେଲେ ବର୍ତ୍ତମାନ ରହିବେ ୨୦୨୫ ଯାଏଁ । କିନ୍ତୁ ଏଠି ବଡ ପ୍ରଶ୍ନ ଉଠୁଛି କି ସେମାନେ ତ ମାତ୍ର ୮ ଦିନ ପାଇଁ ଯାଇଥିଲେ, ଏତେଦିନ ସେଠାରେ କେମିତି ରହିବେ ? କଣ ଖାଇବେ ? ସେମାନଙ୍କ ପାଖରେ ସମସ୍ତ ସୁବିଧା ରହିଛି କି ନାହିଁ।
ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ବ୍ୟାରି ୱିଲମୋର ଜୁନ ମାସରେ ମହାକାଶ ଯାତ୍ରା କରିଥିଲେ । ମାତ୍ର ସେମାନଙ୍କ ମହାକାଶ ଯାନରେ ହିଲିୟମ ଲିକ ହେବା ଫଳରେ ଉଭୟ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ କରାଯାଇଛି ।
୨୦୨୫ ମସିହା ପର୍ଯ୍ୟନ୍ତ ଉଭୟ ସୁନିତା ଓ ବ୍ୟାରି ସେଠାରେ ରହିବେ ବୋଲି ଜଣାପଡିଛି । ପ୍ରକାଶଥାଉ ଯେ, ମହାକାଶ କେନ୍ଦ୍ରର ନିଜସ୍ୱ ଅମ୍ଲଜାନ ଉତ୍ପାଦନ ପ୍ରଣାଳୀ ରହିଛି । ଯେଉଁଥିରେ ୫୦ ପ୍ରତିଶତ ଅମ୍ଲଜାନର ପୁନରୁଦ୍ଧାର କରିହୁଏ । ଫଳରେ ଏହି ଦୁଇ ମହାକାଶଚାରୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ । ଏହାବାଦ ଝାଳର ଆଦ୍ରତାକୁ ମଧ୍ୟ ସେମାନେ ପୁନଃ ବ୍ୟବହାରଯୋଗ୍ୟ କରିପାରିବେ । ଏତତବ୍ୟତୀତ ସ୍ପେସ ଷ୍ଟେସନରେ ନାସାର ସ୍ପେସ ଫୁଟ ସେଣ୍ଟର ଲାବୋରେଟୋରିରେ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ପାରିବେ । ଫଳରେ ସେମାନଙ୍କ ମହାକାଶଯାନ ଠିକ ନ ହେବା ଯାଏଁ ସେମାନେ ସେଠାରେ ଆରାମରେ ରହି ପାରିବେ ।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଏକ ଫୁଟବଲ ପଡିଆ ସଦୃଶ । ଏହାର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ଦୈର୍ଘ୍ୟ ପ୍ରାୟ ୩୫୬ ଫୁଟ । ସ୍ପେସ ଷ୍ଟେସନରେ ୬ ଟି ଶୋଇବା ସ୍ଥାନ, ୨ ଟି ବାଥରୁମ, ଗୋଟିଏ ଜିମ୍ ତଥା ୩୬୦ ଡିଗ୍ରୀ ଭ୍ୟୁ ୱେ ୱିଣ୍ଡୋ ରହିଛି । ସେଠାରେ ଏବେ ସୁନିତା ଓ ବ୍ୟାରିଙ୍କ ସହ ଅନ୍ୟ ୭ ଜଣ ମହାକାଶଚାରୀ ରହିଛନ୍ତି । ତେବେ ସୁନିତା ଏବଂ ବ୍ୟାରିଙ୍କର ସେଠାରେ କୌଣସି ଅସୁବିଧା ହେବ ନାହିଁ। ଦୁହେଁ ସେଠାରେ ୨୦୨୫ ଯାଏଁ ରହିପାରିବେ।
📱 Get Argus News App
✨
ଅଧିକ ପଢ଼ନ୍ତୁ ଦେଶ ଖବର:
