Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେମିିତି ଥିଲା କଳ୍ପନାଙ୍କ ଶେଷ ସମୟ,କାହିଁକି ହୋଇଥିଲା ଦୁର୍ଘଟଣା, ଜାଣନ୍ତୁ...

National

କେମିିତି ଥିଲା କଳ୍ପନାଙ୍କ ଶେଷ ସମୟ,କାହିଁକି ହୋଇଥିଲା ଦୁର୍ଘଟଣା, ଜାଣନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
କେମିିତି ଥିଲା କଳ୍ପନାଙ୍କ ଶେଷ ସମୟ,କାହିଁକି ହୋଇଥିଲା ଦୁର୍ଘଟଣା, ଜାଣନ୍ତୁ...

୧ ଫେବୃଆରୀ ୨୦୦୩ । ନାସାର କଲୋମ୍ବିଆ ସ୍ପେସ ସଟଲ୍ ପୃଥିବୀକୁ ଫେରୁଥିଲା । ସାଥିରେ ଥିଲେ ୭ ଜଣ ମହାକାଶଚାରୀ । ଏବଂ ଏମାନଙ୍କ ମଧ୍ୟରେ ଥିଲେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱଲା । ୨ ସପ୍ତାହ ସ୍ପେସରେ ରହିବା ପରେ ପୃଥିବୀକୁ ଫେରୁଥିଲେ ମହାକାଶଚାରୀ । ସମସ୍ତଙ୍କ ମନରେ ନିଜ ମାଟିକୁ ଛୁଇଁବାର ଉତ୍ସାହ । ଅପେକ୍ଷା କରିଥିଲା ପୃଥିବୀ, ଅପେକ୍ଷା କରିଥିଲେ ପରିବାର ଲୋକେ, ଅପେକ୍ଷା କରିଥିଲା ନାସା । ସ୍ପେସ ସଟଲ ମଧ୍ୟରେ କୌଣସି ଯାନ୍ତ୍ରୀକ ତ୍ରୁଟି ନଜର ଆସୁନଥିଲା । ହେଲେ ଅଚାନକ ସକାଳ ୮.୪୪ ମିନିଟ ସମୟରେ ପୃଥିବୀରେ ଥିବା ସ୍ପେସ ସେଣ୍ଟର ସହ କଲୋମ୍ବିଆ ସ୍ପେସ ସଟଲ୍‌ର ସମସ୍ତ କନେକ୍ସନ ତୁଟି ଯାଇଥିଲା । ଆଉ ଚାଲି ଯାଇଥିଲା ୭ ଜଣ ମହାକାଶଚାରୀଙ୍କ ଜୀବନ ।

ଏହି ଘଟଣା ପାଇଁ ସାରା ପୃଥିବୀ ସ୍ବଧ ହୋଇଯାଇଥିଲା । କାରଣ ଆଉ କିଛି ସମୟରେ ପୃଥିବୀକୁ ଛୁଇଁବାକୁ ଯାଉଥିବା କଳ୍ପନା ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏବେ ସୁନୀତା ଉଇଲିୟମଙ୍କ ଫେରିବାର ଖୁସି ଆମେ ସମସ୍ତଙ୍କ ଭିତରେ ବେଶ ଆନନ୍ଦ ଭରି ଦେଇଛି । ହେଲେ ମନରେ ପ୍ରଶ୍ନ ଆସେ, ଯଦି ସୁନୀତା ପୃଥିବୀକୁ ଫେରି ପାରିଲେ, ତେବେ କାହିଁକି ଫେରି ପାରିଲେନି କଳ୍ପନା ? କେଉଁ ପ୍ରକାର ତ୍ରୁଟି ତାଙ୍କୁ ମୃତ୍ୟୁ ଆଡକୁ ଟାଣିନେଲା ? କେମିତି ଥିଲା ସେଦିନ କଳ୍ପନାଙ୍କର ଶେଷ ସମୟ ? ଆଜି ଆଲୋଚନା କରିବା କଳ୍ପନାଙ୍କ ଶେଷ ଯାତ୍ରାର ପୁରା କାହଣୀ । ତା ପୂର୍ବରୁ ଦେଖନ୍ତୁ ଏମିତି ଥିଲା କଳ୍ପନାଙ୍କର ଶେଷ ଭିଡିଓ ।

୧୬ ଜାନୁଆରୀ ୨୦୦୩ରେ ଆରମ୍ଭ ହୋଇଥିଲା କଲମ୍ବିଆ ସ୍ପେସ ସଟଲ୍‌ର ଯାତ୍ରା । ଏହା ପୂର୍ବରୁ ନିଜର ପ୍ରଥମ ମିଶନକୁ ଖୁବ ସାବାଧାନ ଏବଂ ସଫଳତାର ସହ ଅତିକ୍ରମ କରିଥିଲେ । ସୂର୍ଯ୍ୟଙ୍କ ବାହ୍ୟ ଆସ୍ତରଣ ଉପରେ ପରୀକ୍ଷା କରାଯିବା ପାଇଁ ଏହି ମିଶନ ଆରମ୍ଭ ହୋଇଥିଲା । ଏହି ମିଶନରେ ମଧ୍ୟ ତ୍ରୁଟିକୁ ଖୁବ ସତର୍କତାର ସହ ସମ୍ଭାଳି ସଫଳ ହୋଇଥିଲେ କଳ୍ପନା । ଏଥିପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ତେବେ ୧୬ ଜାନୁଆରୀରେ ୨୦୦୩ରେ ଆରମ୍ଭ ହୋଇଥିଲା କଲୋମ୍ବିଆର ଶେଷ ମିଶନ ଯାତ୍ରା । ସାଥିରେ ଥିଲେ ୭ ମହାକାଶଚାରୀ । କଳ୍ପନା ଚାୱଲା , କର୍ନଲ ରିକ୍ ହସବେଣ୍ଟ,କମାଣ୍ଡର ୱଲିୟମ ମାକ୍‌କୁଲ , ଲେପ୍ଟିନେଣ୍ଟ କର୍ନଲ ମାଇକଲ ଏଣ୍ଡରସନ , କ୍ୟାପଟେନ ଡେବିଡ ବ୍ରାଉନ , କମାଣ୍ଡର ଲାହୌଲ କ୍ଲାର୍କ, ଇସ୍ରାଏଲି କର୍ନଲ ଇଲନ ରେମନ । ୧୬ ଦିନ ସ୍ପେସରେ ରହିବା ପରେ ସେମାନେ ୮୦ଟି ଅଲଗା ଅଲଗା ଅନୁସନ୍ଧାନ କରିଥିଲେ ।
ତେବେ ଫେରିବା ଦିନ ଦୁର୍ଘଟଣାର ୩, ୪ ମିନିଟ ପୂର୍ବଯାଏଁ ମଧ୍ୟ କାହାକୁ ଜଣା ନଥିଲା କି ଏପରି ଦୁର୍ଘଟଣା ତାଙ୍କ ସହ ହେବାକୁ ଯାଉଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇ ପାରେ, ଦୁର୍ଘଟଣା ହେଲା କେମିତି ? ସ୍ପେସ ମିଶନରେ ଥିବା ମହାକାଶଚାରୀଙ୍କ ଭୁଲ ଯୋଗୁଁ  ଏପରି ଦୁର୍ଘଟଣା ହୋଇଥିଲା କି ?

ପ୍ରକୃତରେ ସ୍ପେସ ମିଶନରେ ଥିବା ୭ ଜଣ ମହାକାଶଚାରୀଙ୍କ ମଧ୍ୟରୁ କାହାର ବି ଭୂଲ ନଥିଲା । ବରଂ ସେମାନେ ଦୁର୍ଘଟଣାର କିଛି ସମୟ ପୂର୍ବଯାଏଁ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଅବଗତ ନଥିଲେ । ଠିକ ଘଟଣା ଘଟିବାର ୧ ମିନିଟ ପୂର୍ବରୁ ହିଁ ତାଙ୍କ ପାଖକୁ ସୂଚନା ଯାଇଥିଲା, ଆଉ ସେହି ସମୟରେ ପୃଥିବ ସହ ତାଙ୍କର ସମସ୍ତ କନେକ୍ସନ କଟି ଯାଇଥିଲା ।

ଆପଣଙ୍କୁ ହୁଏତ ଏକଥା ବିଶ୍ବାସ ହୋଇନପାରେ, କିନ୍ତୁ ଘଟଣାକୁ ୧୬ ଦିନ ପୂର୍ବରୁ ହିଁ ଜାଣିଥିଲେ ନାସାର କିଛି ବୈଜ୍ଞାନିକମାନେ । କାରଣ ମିଶନ ଲଞ୍ଚ ସମୟରେ ଟ୍ୟାଙ୍କରେ ଲାଗିଥିବା ଇନସୁଲେସନ ଫର୍ମର ଏକ ଛୋଟ ଅଂଶ ଭାଙ୍ଗି ସ୍ପେସ ସଟଲର ବାମ ପାର୍ଶ୍ବର ଏକ ଅଂଶକୁ ଖରାପ କରି ଦେଇଥିଲା । ଯାହାଦ୍ବାରା ଏଥିରେ ଏକପ୍ରକାର ଛୋଟ କଣା ହୋଇଯାଇଥିଲା । ପୃଥିବୀକୁ ଫେରିବା ଦିନ ଯେଉଁ ଗତିରେ ଏହି ସ୍ପେସ ସଟଲ ପୃଥିବୀ ଆଡକୁ ଆସୁଥିଲା, ଏହି କଣା ଧିରା ଧିରେ ବଡ ହେବାରେ ଲାଗୁଥିଲା । ବାୟୁର ଚାପଦ୍ବାରା ଏହା ଏକ ବିଶାଳ ଦୁର୍ଘଟଣାର ରୂପ ନେଉଥିଲା । କିନ୍ତୁ ବୈଜ୍ଞାନିକଙ୍କ ମତରେ ଏପରି ଫୋମ ଷ୍ଟ୍ରାଇକ ଅନେକ ମିଶନରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହି ମିଶନରେ ଫୋମ ଷ୍ଟ୍ରାଇକ ବେଳେ ଭୂଲ ସ୍ଥାନରେ ଯାଇ ପିଟି ହୋଇଥିଲା ।

ଶେଷରେ ଲ୍ୟାଣ୍ଡ କରୁଥିବା ସମୟରେ ଦୁର୍ଘଟଣାର ୧ ମିନିଟ ପୂର୍ବରୁ ଏହି ସ୍ପେସ ସଟଲରେ ୱାର୍ଣ୍ଣିଂ ଦିଆଯାଇଥିଲା । ହେଲେ ସେତେବେଳେ ଧିରେ ଧିରେ ଏହି ସ୍ପେସ ସଟଲ ଟୁକୁଡା ହୋଇ ଭାଙ୍ଗିବାରେ ଲାଗିଥିଲା । ଏହାପରେ ଦୀର୍ଘ ସାଢେ ୨ ବର୍ଷ ଧରି ଏହି ମିଶନ ବନ୍ଦ ରହିଥିଲା । ଏହି ଫୋମ ରାମ୍ପ ଡିଜାଇନକୁ ସ୍ପେସ ସଟଲରୁ ହଟାଇ ଏହାର ଡିଜାଇନ ବଦଳା ଯାଇଥିଲା । ଏହାପରେ ଦୀର୍ଘ ୨୨ ବର୍ଷ ବିତିଥିଲେ ମଧ୍ୟ ଏପରି କୌଣସି ଦୁର୍ଘଟଣା ହୋଇନାହିଁ । କୁହାଯାଉଥିଲା, ନାସା ପକ୍ଷରୁ ଯଦି ସେହି ମହାକାଶଚାରୀଙ୍କୁ ଏପରି ତ୍ରୁଟି ସମ୍ପର୍କରେ ସୂଚନା ପୂର୍ବରୁ ଦିଆଯାଇଥାନ୍ତା, ତାହେଲେ ହୁଏତ ମହାକାଶଚାରୀ ମାନେ ପୂର୍ବରୁ ଏଥିପ୍ରତି ସତର୍କ ହୋଇଥାନ୍ତେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How was the last moment of the kalpana chawla, why did the accident happen, find out | Argus News