Videos
|
National

Hritik Photo Viral / ହ୍ରିତିକ୍‌–ସବାଙ୍କ ରୋମାଣ୍ଟିକ୍ ଫଟୋରେ ଛାଇଲା ଗ୍ଲାମର୍‌ର ଜଲୱା, ପୂର୍ବତନ ପତ୍ନୀ ସୁଜୈନ ଦେଲେ ପ୍ରତିକ୍ରିୟା

Bikash Mohanty
Browse all articles by Bikash Mohanty
·1 hour ago·2 min read
ହ୍ରିତିକ୍‌–ସବାଙ୍କ ରୋମାଣ୍ଟିକ୍ ଫଟୋରେ ଛାଇଲା ଗ୍ଲାମର୍‌ର ଜଲୱା, ପୂର୍ବତନ ପତ୍ନୀ ସୁଜୈନ ଦେଲେ ପ୍ରତିକ୍ରିୟା
Hritik

Key Points

ହ୍ରିତିକ୍‌–ସବାଙ୍କ ପ୍ରେମର ୫ ବର୍ଷ
ରୋମାଣ୍ଟିକ୍ ଫଟୋରେ ଛାଇଲା ଗ୍ଲାମର୍‌ର ଜଲୱା
ପୂର୍ବତନ ପତ୍ନୀ ସୁସାନ୍‌ଙ୍କ କମେଣ୍ଟ ଚର୍ଚ୍ଚାରେ
ମୁମ୍ବାଇ,୦୨/୧୦: ବଲିଉଡ୍‌ର ଗ୍ରୀକ୍ ଗଡ୍‌ ଭାବେ ପରିଚିତ ହ୍ରିତିକ୍ ରୋଶନ ଓ ତାଙ୍କ ପ୍ରେମିକା ସବା ଆଜାଦଙ୍କ ଲଭ୍‌ ଷ୍ଟୋରୀ ପୁଣିଥରେ ଚର୍ଚ୍ଚାରେ। ଦୁହିଁଙ୍କ ସମ୍ପର୍କକୁ ୫ ବର୍ଷ ପୂରିଥିବା ବେଳେ ହ୍ରିତିକ୍ ସୋସିଆଲ ମିଡିଆରେ ସବାଙ୍କ ସହ କିଛି ରୋମାଣ୍ଟିକ୍ ଫଟୋ ସେୟାର କରି ତାଙ୍କୁ ଖାସ୍ ଅନ୍ଦାଜରେ ଆନିଭର୍ସାରୀ ୱିଶ୍‌ କରିଛନ୍ତି। ଏହି ଫଟୋଗୁଡ଼ିକ ଏବେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚା ସାଉଁଟୁଛି।

ହ୍ରିତିକ୍ ଫଟୋଗୁଡ଼ିକ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, “ଆଜି ଆମର ଜନ୍ମଦିନ। ୫ ବର୍ଷର ଶୁଭେଚ୍ଛା, ମୋ ପ୍ରେମ।” ଅଭିନେତାଙ୍କ ଏହି ରୋମାଣ୍ଟିକ୍ ମେସେଜ୍‌ ଦେଖି ଫ୍ୟାନ୍‌ମାନେ ମଧ୍ୟ ଦୁହିଁଙ୍କୁ ଆନିଭର୍ସାରୀର ଶୁଭେଚ୍ଛା ଜଣାଇଛନ୍ତି।

ରୋମାଣ୍ଟିକ୍ ମୁଡ୍‌ରେ ହ୍ରିତିକ୍–ସବା

ହ୍ରିତିକ୍ ସେୟାର କରିଥିବା ଫଟୋଗୁଡ଼ିକରେ ଦୁହିଁଙ୍କ ମଧ୍ୟରେ ଥିବା ବଣ୍ଡିଂର ଝଲକ ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ହ୍ରିତିକ୍ ଓ ସବା ଏକାଠି ସେଲ୍‌ଫି ନେଉଥିବା ବେଳେ ଖୁବ୍‌ ଖୁସି ନଜର ଆସୁଛନ୍ତି। ଆଉ ଏକ ଫଟୋରେ ସେମାନଙ୍କୁ ସବୁଜିମା ଭରା ଏକ ସୁନ୍ଦର ପରିବେଶରେ ଦେଖିବାକୁ ମିଳିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ଅଧିକ ନଜର ଟାଣିଛି ବେଳାଭୂମିର ଫଟୋ। ସୂର୍ଯ୍ୟାସ୍ତର ସୁନ୍ଦର ପରିବେଶରେ ଦୁହିଁଜଣ ପରସ୍ପରକୁ ବାହୁରେ ଧରି ରୋମାଣ୍ଟିକ୍ ପୋଜ୍‌ ଦେଇଛନ୍ତି। ଏହା ବ୍ୟତୀତ ଏକ ରେଷ୍ଟୁରାଣ୍ଟରେ ଏକାଠି ସମୟ ବିତାଉଥିବାର ଫଟୋ ମଧ୍ୟ ହ୍ରିତିକ୍ ସେୟାର କରିଛନ୍ତି। ଏହି ସମସ୍ତ ଫଟୋରେ ଦୁହିଁଙ୍କ କେମିଷ୍ଟ୍ରି ସ୍ପଷ୍ଟ ଭାବେ ନଜର ଆସୁଛି।

ପଢନ୍ତୁ ଏହି ଖବର: ଗୋବିନ୍ଦା–କୋମଲ ବିବାଦରେ ଦିବ୍ୟା ଦେଲେ ବଡ଼ ମନ୍ତବ୍ୟ, କହିଲେ...

ସୁସାନ୍‌ଙ୍କ କମେଣ୍ଟ ହେଲା ଭାଇରାଲ୍

ହ୍ରିତିକ୍‌ଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ହ୍ରିତିକ୍‌ଙ୍କ ପୂର୍ବତନ ପତ୍ନୀ ସୁସାନ୍ ଖାନ୍‌ଙ୍କ କମେଣ୍ଟ। ସୁସାନ୍ ଲାଲ୍‌ ହାର୍ଟ ଇମୋଜି ସହିତ ଲେଖିଛନ୍ତି, “ଏତେ ମିଠା। ଆନିଭର୍ସାରୀର ଶୁଭେଚ୍ଛା।” ତାଙ୍କର ଏହି ସକାରାତ୍ମକ ପ୍ରତିକ୍ରିୟା ନେଟିଜେନ୍‌ମାନଙ୍କ ଧ୍ୟାନ ଆକର୍ଷଣ କରିଛି।

ଏହାଛଡ଼ା ନରଗିସ୍ ଫାଖ୍ରୀ, ସୋନାଲି ବେନ୍ଦ୍ରେ, ଦିଆ ମିର୍ଜା ଓ ପିଙ୍କି ରୋଶନଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ହ୍ରିତିକ୍ ଓ ସବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେମିତି ଆରମ୍ଭ ହୋଇଥିଲା ହ୍ରିତିକ୍–ସବାଙ୍କ ଲଭ୍‌ ଷ୍ଟୋରୀ?

ହ୍ରିତିକ୍ ଓ ସବାଙ୍କ ସମ୍ପର୍କକୁ ନେଇ ପ୍ରଥମେ ୨୦୨୨ରେ ଖବର ସାମ୍ନାକୁ ଆସିଥିଲା। ଦୁହିଁଜଣଙ୍କୁ ଏକାଠି ଦେଖାଯିବା ପରେ ସେମାନଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପରେ ରେଷ୍ଟୁରାଣ୍ଟ ଡେଟ୍‌ଠାରୁ ଆରମ୍ଭ କରି ଛୁଟି କାଟିବା ଓ ପାରିବାରିକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଦୁହିଁଜଣ ଏକାଠି ନଜର ଆସିଥିଲେ।

ସମୟ ବଢ଼ିବା ସହିତ ଦୁହିଁଜଣ ନିଜ ସମ୍ପର୍କକୁ ନେଇ ଅଧିକ ସ୍ୱାଭାବିକ ହୋଇଥିବା ଦେଖାଯାଇଛି। ମଝିରେ ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଗୁଜବ ଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ଦୁହିଁଜଣ ଏକାଠି ନଜର ଆସିବାରୁ ସେହି ଚର୍ଚ୍ଚା ଥମିଯାଇଥିଲା।

ଫିଲ୍ମ ଫ୍ରଣ୍ଟରେ ହ୍ରିତିକ୍

କାମ କଥା କହିଲେ, ହ୍ରିତିକ୍ ରୋଶନଙ୍କୁ ଶେଷଥର ପାଇଁ ଆୟନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ War 2 ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କ ସହ ଜୁନିୟର ଏନ୍‌ଟିଆର୍ ଓ କିଆରା ଆଡଭାନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ହ୍ରିତିକ୍‌ଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ Krrish 4କୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ରହିଛି।