ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଜବତ
·2 years ago·1 min read

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଜବତ ହୋଇଛି । କର୍ଣ୍ଣାଟକର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ୫କୋଟି ୬୦ ଲକ୍ଷ ଟଙ୍କା, ୧୦୬କେଜି ଅଳଙ୍କାର ଅଳଙ୍କାର ଜବତ ହୋଇଛି। ଚଢଉ ବେଳେ ତିନି କେଜି ସୁନା ଓ ୧୦୩କେଜି ରୁପା ଅଳଙ୍କାର ମିଳିଛି । କର୍ଣ୍ଣାଟକ ବେଲାରୀ ସହରର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ରଖିଥିବା ଖବର ପାଇ କର୍ଣ୍ଣାଟକ ପୋଲିସ ଚଢଉ କରିଥିଲା । ଚଢଉ ବେଳେ ଟଙ୍କା ଓ ସୁନାର ପାହାଡ ଦେଖି ପୋଲିସ ଅଧିକାରୀ ମାନେ ତାଜୁବ ହୋଇଯାଇଥିଲେ ।
କେଉଁ ସୂତ୍ରରୁ ସେ ଏତେ ପରିମାଣର ଟଙ୍କା ରଖିଥିଲେ ଏ ସମ୍ପର୍କରେ ଅଳଙ୍କାର ବ୍ୟବସାୟୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଜବତ ସମ୍ପତ୍ତିର ମୂଲ୍ୟ ୭ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆୟକର ବିଭାଗ ପକ୍ଷରୁ ମଧ୍ୟ ଘଟଣାର ତଦନ୍ତ କରାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: