Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭରେ ପ୍ରବଳ ଭିଡ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମହାକୁମ୍ଭରେ ପ୍ରବଳ ଭିଡ

୧୪୪ ବର୍ଷ ପରେ ବିରଳ ସଂଯୋଗରେ ପଡିଛି ମହାକୁମ୍ଭ। ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ପ୍ରୟାଗରାଜକୁ ପ୍ରତିଦିନ ଛୁଟି ଆସୁଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଏଯାବତ ସାରା ବିଶ୍ବରୁ ୪୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇ ସାରିଥିବା ବେଳେ ଏବେ ବି ଲାଗିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ। ଏମିତିକି ଲୋକ ଖାଲିପାଦରେ ୧୦ ରୁ ୧୨ କିଲୋମିଟର ଚାଲିଚାଲି ଆସୁଛନ୍ତି ଏହି ପବିତ୍ର ସ୍ଥାନକୁ।


ଗାଡି ପାର୍କିରେ ଏତେ ଗାଡି ରହୁଛି, ଗାଡି ପାଇବାକୁ ଲୋକଙ୍କୁ ୮ ରୁ ୧୦ ଘଣ୍ଟା ଲାଗିଯାଉଛି। ଆଜି କାନପୁର ହାଇଓ୍ବେରେ ୩୦ କିଲୋମିଟରରୁ ଅଧିକ ବାଟ ଟ୍ରାଫିକ ଜାମ୍ ହୋଇଥିବା ଦେଖିବାକୁ ମିଳିଛି। ଗୋଟେ ଦୁଇ କିଲୋମିଟର ବାଟ ଅତିକ୍ରମ କରିବାକୁ ୪ ରୁ ୫ ଘଣ୍ଟା ସମୟ ଲାଗୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ପ୍ରଶାସନ ଜାମ୍‌ ଭାଙ୍ଗିବାକୁ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଗାଡି ଯିବାକୁ ଅନୁମତି ଦେଉଛନ୍ତି। ସେପଟେ ପ୍ରୟାଗରାଜ ରେଲଓ୍ବେ ଷ୍ଟେସନରେ ଏତେ ଭିଡ ହୋଇଛି ଯେ, କେତେକ ଟ୍ରେନକୁ ବାତିଲ କରିଛି ରେଳ ବିଭାଗ। ଲୋକ ଟ୍ରେନରେ ଦଳାଚକଟାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତି ହୋଇଛି।


ପ୍ରୟାଗରାଜ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଭିଡ ପରିଲଖିତ ହୋଇଛି। ପ୍ରୟାଗରାଜ ଜଙ୍କସନରେ ଭିଡକୁ କାବୁ କରିବାକୁ କ୍ରାଉଡ୍‌ ମ୍ୟାନେଜମେଣ୍ଟ ପ୍ଲାନ ଲାଗୁ କରାଯାଇଛି। ମୁଖ୍ୟ ରାଜପଥ ସମେତ ବାଇପାସ୍ ଓ ଗଳି ରାସ୍ତାରେ ବି ଟ୍ରାଫିକ ଜାମ୍ ହୋଇଛି।

Sponsored
huge-crowd-at-mahakumbh | Argus News