Videos
|
National

ମହାକୁମ୍ଭ ମେଳା: ଶେଷ ସପ୍ତାହରେ ଅସମ୍ଭାଳ ଭିଡ

Rashmita Mishra
Browse all articles by Rashmita Mishra
·1 year ago·1 min read
ମହାକୁମ୍ଭ ମେଳା: ଶେଷ ସପ୍ତାହରେ ଅସମ୍ଭାଳ ଭିଡ

Key Points

ମହାକୁମ୍ଭରେ ଶିବରାତ୍ରୀ ପୁର୍ବରୁ ପ୍ରବଳ ଜନ ସମାଗମ

୨୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍

୨୬ ତାରିଖ ରେ ଶେଷ ମହାସ୍ନାନ ଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି

ଆଉ ୫ ଦିନ ପରେ ସରିବ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼। ଆଜି ରବିବାର ଥିବାରୁ ଅଧିକ ଭିଡ଼ ହେଉଥିବା ଅନୁମାନ କରାଯାଉଛି। ସେହିପରି ଭିଡ଼ ପାଇଁ ଷ୍ଟେସନରେ ମଧ୍ୟ ପ୍ରବଳ ଜନ ସମାଗମ ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ ନାକେଦମ ହୋଇ ପଡିଥିବା ବେଳେ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି। ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଅଧିକ ବାଟ ଚାଲିବାକୁ ପଡୁଛି। ଅନେକ ସ୍ଥାନରେ ପୋଲିସ୍ ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ଏବେ ପର୍ଯ୍ୟନ୍ତ ୬୦ କୋଟି ଲୋକ ବୁଡ଼ ପକାଇ ସାରିଲେଣି।


ଅନୁକୂଳ ପାଗ ପାଇଁ ଭିଡ ଅଧିକ ହେଉଥିବା କୁହାଯାଉଛି । ରେଳଷ୍ଟେସନ, ବସଷ୍ଟପରେ ସ୍ୱତନ୍ତ୍ର ବ୍ୟବସ୍ଥା । ଶେଷ ଅମୃତସ୍ନାନରେ ୩ କୋଟିରୁ ଅଧିକ ବୁଡ଼ ପକାଇବା ସମ୍ଭାବନା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷ ହେବାକୁ ଯାଉଛି ମହାକୁମ୍ଭ । ତେଣୁ ଶେଷ ସମୟରେ ପ୍ରୟାଗରାଜରେ ପହଞ୍ଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବା ସହ କୌଣସି ପ୍ରକାର ଅଘଟଣ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି । ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମତ ରଖାଯାଇଛି । ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।


ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି। ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ । 


Huge crowd gathers at Mahakumbh ahead of Shivaratri | Argus News