ରବିବାର ପାଇଁ ପ୍ରୟାଗରାଜରେ ପ୍ରବଳ ଭିଡ

ମହାକୁମ୍ଭ ମେଳାର ଅନ୍ତିମ ଦିନ ଯେତେ ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ଭିଡରେ ସେତେ ଉଚ୍ଛୁଳୁଛି ପ୍ରୟାଗରାଜ। ଆଜି ୧୬ ଫେବୃଆରୀକୁ ମିଶାଇଲେ ମେଳା ଆଉ ମାତ୍ର ୧୧ ଦିନ ରହିଛି। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ବିଶେଷ କରି ଚୀନରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି। ଭାରତର ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଆସି ଏହି ପବିତ୍ର ସଂଗମରେ ବୁଡ ପକାଇଛନ୍ତି।
ଆଜି ରବିବାର ଛୁଟିଦିନ ଥିବାରୁ ଗତକାଲି ଠାରୁ ପ୍ରୟାଗରାଜରେ ଅଧିକ ଭିଡ ପରିଲଖିତ ହୋଇଛି। ଗତକାଲି ଶନିବାର ଥିବାରୁ ମହାକୁମ୍ଭକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରବଳ ଭିଡ ହୋଇଥିଲା। ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଟ୍ରେନରେ ଚଢିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଠେଲା ପେଲା ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି ।
📱 Get Argus News App
✨ଏପର୍ଯ୍ୟନ୍ତ ମୋଟ ୫୧.୪୭ କୋଟି ଭକ୍ତ ମହାକୁମ୍ଭରେ ସ୍ନାନ କରିସାରିଛନ୍ତି। ଆଜି ଦିନକୁ ଯଦି ଲକ୍ଷ୍ୟ କରାଯାଏ ଆଜି ଅପରାହ୍ନ ୨ଟା ସୁଦ୍ଧା ୧ କୋଟି ୨ ଲକ୍ଷରୁ ଅଧିକ ଭକ୍ତ ତ୍ରିବେଣୀରେ ବୁଡ଼ ପକାଇଛନ୍ତି। ଆଜି ରାତି ସୁଦ୍ଧା ଏହି ସଂଖ୍ୟା ଦେଢ କୋଟି ଅତିକ୍ରମ କରିପାରେ।