Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mohan Bhagwat: ୩ ଛୁଆ ଜନ୍ମ କରିବାକୁ କାହିଁକି କହିଲେ RSS ମୁଖ୍ୟ ମୋହନ ଭାଗବତ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Mohan Bhagwat: ୩ ଛୁଆ ଜନ୍ମ କରିବାକୁ କାହିଁକି କହିଲେ RSS ମୁଖ୍ୟ ମୋହନ ଭାଗବତ

Key Points

ପ୍ରଥମଥର ପାଇଁ ୩ ପିଲା ନୀତି ସମ୍ପର୍କରେ ମତ ରଖିନାହାନ୍ତି ମୋହନ ଭାଗବତ।

ଏହାପୂର୍ବରୁ ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ ୩ ପିଲା ନୀତି ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ।

ଆରଏସଏସ ସର ସଂଘଚାଳକ ମୋହନ ଭାଗବତ ଜନସଂଖ୍ୟା ଉପରେ ନିଜର ମତ ରଖିଛନ୍ତି । ଭାଗବତ କହିଛନ୍ତି ଯେ କେବଳ ଭାରତ ନୁହେଁ ବରଂ ସମସ୍ତ ଦେଶ ଜନସଂଖ୍ୟା ହାର ଧୀମା ହେବାକୁ ନେଇ ଚିନ୍ତିତ । ଆରଏସଏସ ସର ସଂଘଚାଳକ ଭାରତର ଲୋକମାନଙ୍କୁ ୩ଟି ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି- "ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଜନସଂଖ୍ୟା ବିଲୁପ୍ତି ଆଡ଼କୁ ଗତିକରେ । ଡାକ୍ତରମାନେ କୁହନ୍ତି ଯେ ୩ଟି ସନ୍ତାନ ଜନ୍ମ କରିବା ଭଲ । ଭାରତର ପ୍ରତ୍ୟେକ ନାଗରିକଙ୍କୁ ଦେଖିବା ଉଚିତ ଯେ ସେମାନଙ୍କ ଘରେ ୩ଟି ସନ୍ତାନ ଅଛନ୍ତି । ତେବେ ଆମକୁ ଏହାଠାରୁ ଅଧିକ ଯିବା ଉଚିତ୍ ନୁହେଁ ।" ସେ କହିଛନ୍ତି ଯେ ଜନସଂଖ୍ୟାଗତ ଅସନ୍ତୁଳନର ମୁଖ୍ୟ କାରଣ ହେଉଛି ଧର୍ମାନ୍ତରୀକରଣ ଏବଂ ଅବୈଧ ପ୍ରବାସ ।

ସଠିକ ସମୟରେ ବିବାହ ଓ ୩ ସନ୍ତାନ ପ୍ରସବ ଆମ ପାଇଁ ସ୍ବାସ୍ଥ୍ୟକର ବୋଲି ମଧ୍ୟ ଡାକ୍ତରଙ୍କ ମତ ଥିବା ସେ କହିଛନ୍ତି । ଏଥିସହ ସେ ଯୁକ୍ତି ବାଢ଼ିଛନ୍ତି ଯେ, ଆମ ଦେଶର ଲୋକସଂଖ୍ୟା ନୀତି ୨.୧ ସନ୍ତାନ ଆବଶ୍ୟକ କରୁଛି। ଅର୍ଥାତ ଏହାକୁ ବିଶ୍ଲେଷଣ କଲେ ୨.୧ର ଅର୍ଥ ୩ଟି ସନ୍ତାନ ବୋଲି କହିଛନ୍ତି ମୋହନ ଭାଗବତ । ତେଣୁ ଦେଶର ସ୍ବାର୍ଥ ପାଇଁ ସବୁ ଦମ୍ପତି ୩ଟି ସନ୍ତାନ କଥା ଚିନ୍ତା କରନ୍ତୁ । କିନ୍ତୁ ତାଠୁ ଅଧିକ ମଧ୍ୟ ନୁହେଁ ବୋଲି ସେ କହିଛନ୍ତି । ପରିଶେଷରେ ଆମ ସମସ୍ତଙ୍କୁ ପେଟ ପୂରାଇବାକୁ ପଡ଼ିବ। ସେମାନଙ୍କ ଲାଳନପାଳନ କେମିତି ଠିକ ଭାବେ ହେବ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ। ନୂଆ ପିଢ଼ିଙ୍କ ୩ଟି ପିଲା ରୁହନ୍ତୁ ବୋଲି ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ କହିଛନ୍ତି ମୋହନ ଭଗବତ ।

ତେବେ ପ୍ରଥମଥର ପାଇଁ ୩ ପିଲା ନୀତି ସମ୍ପର୍କରେ ମତ ରଖିନାହାନ୍ତି ମୋହନ ଭାଗବତ। ଏହାପୂର୍ବରୁ ନାଗପୁରରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ ୩ ପିଲା ନୀତି ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hum Do, Humaare Teen: RSS Chief Says Every Family Should Have 3 Children | Argus News