Human Brain / କାହାର ମସ୍ତିଷ୍କ ଅଧିକ ଶକ୍ତିଶାଳୀ ? ମଣିଷ vs ଓରାଙ୍ଗୁଟାନ୍

Key Points
ଓରାଙ୍ଗୁଟାନ୍ର ମୁଣ୍ଡରେ କ’ଣ ଅଛି ?
ମଣିଷଠୁ କେତେ ଅଲଗା ଏମାନେ ?
ମଣିଷର ମସ୍ତିଷ୍କ… ପୃଥିବୀର ସବୁଠୁ ଜଟିଳ ମସ୍ତିଷ୍କ ମଧ୍ୟରୁ ଗୋଟିଏ । ହେଲେ ଆପଣ ଜାଣନ୍ତି କି, ଆମର ନିକଟ ସମ୍ପର୍କୀୟ ଓରାଙ୍ଗୁଟାନ୍ର ମସ୍ତିଷ୍କ ମଧ୍ୟ ଅତ୍ୟନ୍ତ ଉନ୍ନତ ? ମଣିଷ ଓ ଓରାଙ୍ଗୁଟାନ୍ର ମସ୍ତିଷ୍କ ଭିତରେ ପ୍ରକୃତରେ କେତେ ତଫାତ୍ ? କିଏ ଅଧିକ ବୁଦ୍ଧିମାନ ?
ପ୍ରଥମେ ଯଦି ମସ୍ତିଷ୍କର ଆକାରକୁ ଦେଖିବା ତେବେ ସାଧାରଣତଃ ମଣିଷର ମସ୍ତିଷ୍କ ଓରାଙ୍ଗୁଟାନ୍ର ମସ୍ତିଷ୍କଠାରୁ ଯଥେଷ୍ଟ ବଡ଼ । କିନ୍ତୁ କେବଳ ମସ୍ତିଷ୍କର ଓଜନ କିମ୍ବା ଆକାର ଦେଖି କାହାର ବୁଦ୍ଧି କେତେ ତାହା ନିର୍ଣ୍ଣୟ କରିହୁଏନା ।
ହେଲେ ଓରାଙ୍ଗୁଟାନ୍ର ଚମତ୍କାର ବୁଦ୍ଧି । ସେମାନେ ଜିନିଷକୁ ଟୁଲ୍ ଭାବେ ବ୍ୟବହାର କରିପାରନ୍ତି । ସମସ୍ୟାର ସମାଧାନ ଖୋଜନ୍ତି ଏବଂ ନିଜ ଅଭିଜ୍ଞତାରୁ ଶିଖନ୍ତି । କିଛି କାମ କରିବା ପୂର୍ବରୁ ଯୋଜନା କରିବାର କ୍ଷମତା ମଧ୍ୟ ସେମାନଙ୍କଠାରେ ଦେଖିବାକୁ ମିଳେ । ଖାଲି ସେତିକି ନୁହେଁ ସମସ୍ୟାର ସମାଧାନ ମଧ୍ୟ ସେମାନେ ବେଶ ଭଲ ଭାବରେ କରିପାରନ୍ତି । ଯେକୌଣସି ସମସ୍ୟାର ସେମାନେ ଖୁବ ଶାନ୍ତ ଭାବରେ ଓ ବୁଝି ସୁଝି ସମାଧାନ କାଢିଥାନ୍ତି । ଏମିତି ବି ଦେଖାଯାଇଛି ପଞ୍ଜୁରୀରେ ରହୁଥିବା ଓରାଙ୍ଗଉଟାନ୍ ଅନେକ ଥର ପଞ୍ଜୁରୀ ଖୋଲି ବାହାରକୁ ଚାଲି ଆସିଛି । କେବଳ ନିଜର ବୁଦ୍ଧି ଲଗାଇ ।
ଓରାଙ୍ଗଉଟାନ ମାନେ ନିଜ ମୁଣ୍ଡରେ ଜଙ୍ଗଲର ରାସ୍ତା, ଗଛବୃଚ୍ଛର ଏକ ମ୍ୟାପ୍ ନିଜ ମୁଣ୍ଡରେ ଫିଟ୍ କରିଦିଅନ୍ତି । ଫଳରେ ଯେତେବେଳେ ଋତୁକାଳୀନ ପରିବର୍ତ୍ତନ ହୁଏ ସେମାନେ ଜାଣିଥାନ୍ତି କେଉଁ ଗଛରେ କେଉଁ ଫଳ ମିଳିବ ।
ମଣିଷଙ୍କ ଚାଲି ଚଳନ ଦେଖି ଦେଖି ମଧ୍ୟ ଏମାନେ ବହୁତ କିଛି ଶିଖିଥାନ୍ତି । ଗଲ୍ଫ କୋର୍ଟରେ ଗଲ୍ଫ ଖେଳିବା ହେଉ ବା କପଡା ଧୋଇବା କିମ୍ବା ହାତୁଡିରେ କୌଣସି ଜିନିଷକୁ ପିଟିବା ଏସବୁ ଏମାନେ କରୁଥିବା ଦେଖିବାକୁ ମିଳେ । ଏମିତିକି ଏମାନେଙ୍କୁ ଭାଷା ଶିଖାଇଲେ ଏମାନେ ତାହା ବି ଶିଖିନିଅନ୍ତି । ଏହାକୁ ଅନ୍ୟ ଓରାଙ୍ଗଉଟାନ୍ କୁ ଟ୍ରାନ୍ସଫର୍ କରୁଥିବା ଦେଖିବାକୁ ମିଳେ ।
ହେଲେ ଏଠି ପ୍ରଶ୍ନ ଆସୁଛି ମଣିଷ କାହିଁକି ଆଗରେ ?
କାରଣ ଭାଷା, ଦୀର୍ଘମିଆଦି ଯୋଜନା, ଅତ୍ୟନ୍ତ ଜଟିଳ ସାମାଜିକ ବ୍ୟବହାର ଏବଂ କୌଣସି ଜିନିଷକୁ ନେଇ ଚିନ୍ତା କରିବା କ୍ଷେତ୍ରରେ ମଣିଷଙ୍କ କ୍ଷେତ୍ରରେ ରହିଛି ଅସାଧାରଣ କ୍ଷମତା । ବୈଜ୍ଞାନିକମାନଙ୍କ ମତରେ କେବଳ ମସ୍ତିଷ୍କର ଆକାର ନୁହେଁ, ମସ୍ତିଷ୍କ ଭିତରେ ଥିବା ସ୍ନାୟୁଗୁଡିକଙ୍କର ସଂଖ୍ୟା, ସଂଯୋଗ ଏବଂ ସେଗୁଡ଼ିକ କିପରି କାମ କରୁଛି ତାହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଓରାଙ୍ଗଉଟାନ୍ର ମସ୍ତିଷ୍କ ନିଶ୍ଚିତ ଭାବରେ ଚମତ୍କାର । କିନ୍ତୁ ମଣିଷର ମସ୍ତିଷ୍କଠୁ ଅଧିକ ନୁହେଁ ।
📱 Get Argus News App
✨Related Topics
Explore more stories