|
logo
Live

Argus News - ଆଇସକ୍ରିମ୍‌ ଖାଉଥିବାବେଳେ ବାହାରିଲା କଟା ଆଙ୍ଗୁଠି

National

ଆଇସକ୍ରିମ୍‌ ଖାଉଥିବାବେଳେ ବାହାରିଲା କଟା ଆଙ୍ଗୁଠି

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଇସକ୍ରିମ୍‌ ଖାଉଥିବାବେଳେ ବାହାରିଲା କଟା ଆଙ୍ଗୁଠି

ନୂଆଦିଲ୍ଲୀ: ମୁମ୍ବାଇର ମଲାଡ ଅଞ୍ଚଳରୁ ଏକ ଅଜିବ ଗରିବ ଘଟଣା ସାମ୍ନାକୁ ଆସିଛି। ମଲାଡ ଅଞ୍ଚଳରେ ମହିଳା ଅନଲାଇନ୍‌ରୁ କୋନ ଆଇସକ୍ରିମ ଅର୍ଡର କରିଥିଲେ। ମହିଳା ଜଣଙ୍କ ଆଇସକ୍ରିମ୍‌ ଖାଉଥିବା ବେଳେ ଦେଖିବାକୁ ପାଇଲେ ଆଇସକ୍ରିମ୍‌ ରେ କଟା ଆଙ୍ଗୁଠି।  ମହିଳା  ଗ୍ରାହକ ଏହି ଆଇସକ୍ରିମ୍‌କୁ ଧରି  ମଲାଡ ପୋଲିସ୍‌ ଷ୍ଟେସନରେ ପହଞ୍ଚିଛନ୍ତି।  ଏ ଖବର ଜାଣିବା ପରେ ମଲାଡ ଅଞ୍ଚଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି।  ତେବେ ପ୍ରାଥମିକ ତଦନ୍ତରୁ  ଜଣାପଡିଛି, ଆଇସକ୍ରିମ କୋନ ଭିତରେ ମଣିଷର ଏକ କଟା ଆଙ୍ଗୁଠି ଥିଲା।

ପୋଲିସ ଏହି କଟା ଆଙ୍ଗୁଠିକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ ସାରିଥିଲେ। ମାତ୍ର ଯେଭଳି ଜାଣିଲେ ଆଇସକ୍ରିମରେ କଟା ଆଙ୍ଗୁଠି ଅଛି, ସେ ଆଶ୍ଚର୍ଯ୍ୟ ହୋଇଗଲେ।  ଏପର୍ଯ୍ୟନ୍ତ ଖାଦ୍ୟର ଜିନିଷରେ ଅସରପା, ଝିଟିପିଟି ମିଳିବା ଘଟଣା ସାମ୍ନାକୁ ଆସିଥିଲା ମାତ୍ର, ମଣିଷର କଟା ଆଙ୍ଗୁଠି ଘଟଣା ହଇଚଇ ସୃଷ୍ଟି କରିଛି। ଏହି ଆଇସକ୍ରିମ ଏକ ନାମୀ କମ୍ପାନୀର ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
 ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଇସକ୍ରିମ୍‌ ଖାଉଥିବାବେଳେ ବାହାରିଲା କଟା ଆଙ୍ଗୁଠି | Argus News