Humanity Shock / ମରିଗଲା ମାନବିକତା...ଦୁର୍ଘଟଣାରେ ୭ମ ଶ୍ରେଣୀ ଛାତ୍ର ମୃତ, ମୃତଦେହ ପାଖରେ ହେଉଥିଲା ଏମିତି...
·6 months ago·2 min read

Key Points
ବିହାରର ସୀତାମାଢ଼ି ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ଥାନୀୟ ଲୋକଙ୍କ ସାମ୍ନାରେ ଏକ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି ଯାହା ସ୍ଥାନୀୟ ଦେଖଣାହାରୀ କେବଳ ଦେଖୁଛନ୍ତି କିନ୍ତୁ ଏପଟେ ମୃତଦେହ ସେମିତି ରୋଡ କଡ଼ରେ ପଡ଼ିଛି।
ବିହାରର ସୀତାମାଢ଼ି ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ଥାନୀୟ ଲୋକଙ୍କ ସାମ୍ନାରେ ଏକ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି ଯାହା ସ୍ଥାନୀୟ ଦେଖଣାହାରୀ କେବଳ ଦେଖୁଛନ୍ତି କିନ୍ତୁ ଏପଟେ ମୃତଦେହ ସେମିତି ରୋଡ କଡ଼ରେ ପଡ଼ିଛି। କିନ୍ତୁ କିଛି ଲୋକ ମାଛ ଗୋଟାଇ ଘରକୁ କେମିତି ଯିବେ ସେଥିରେ ଲାଗିପଡ଼ିଛନ୍ତି।
ଏହାସହ ପଢ଼ନ୍ତୁ: ଏପ୍ରିଲ୍ ୧ରୁ ଟୋଲ୍ ପ୍ଲାଜାରେ ବଦଳିଯିବ ନିୟମ, ଜାଣନ୍ତୁ...ନହେଲେ NHରେ ଫସିଯିବେ
ଏଭଳି ଘଟଣା ପୁପ୍ରି ପୋଲିସ ଷ୍ଟେସନ ଅଧୀନସ୍ଥ ଝାଝିହାଟ ଗ୍ରାମ ନିକଟରେ ଘଟିଛି। ଯାହା ସପ୍ତମ ଶ୍ରେଣୀର ଛାତ୍ର ରିତେଶ କୁମାର, ଯାହାଙ୍କୁ ଗୋଲୁ ମଧ୍ୟ କୁହାଯାଏ। ଛୁଆଟି ସକାଳ କୋଚିଂ କ୍ଲାସକୁ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ପିକଅପ୍ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ସନ୍ତୋଷ ଦାସଙ୍କ ପୁଅ ରିତେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଧକ୍କାର ତୀବ୍ର ଥିଲା ଯେ ପାଖରେ ଥିବା ଲୋକମାନେ ତୁରନ୍ତ ଚିତ୍କାର କରିବାକୁ ଲାଗିଲେ। ଘଟଣାସ୍ଥଳରେ ହିଁ ରିତେଶଙ୍କର ମୃତ୍ୟୁ ହୋଇଥିଲା। ପୁଅର ପରିବାର କିଛି ସମୟ ପରେ ପହଞ୍ଚି ଦେଖିଲେ ଯେ ସେମାନଙ୍କ ପୁଅ ଆଉ ନାହିଁ। ଘଟଣାସ୍ଥଳରେ ହିଁ ପ୍ରାଣ ଚାଲିଯାଇଛି। ମା' ରାହା ଧରି କାନ୍ଦୁଛି ଏତେ ଲୋକଙ୍କ ସାମ୍ନାରେ ପୁଅ ଚାଲିଗଲା। କିଛି ମୁହୂର୍ତ୍ତ ମଧ୍ୟରେ ଗୋଟିଏ ସଂସାର ଉଜୁଡ଼ିଗଲା।
ଏହାସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ
କିଛି ସମୟ ପରେ ପୁରା ଘଟଣାସ୍ଥଳ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା କିନ୍ତୁ ଦୁର୍ଘଟଣାସ୍ଥଳର ଆରପାର୍ଶ୍ବର ଦୃଶ୍ୟ ଥିଲା ଏକଦମ ଅଲଗା ପ୍ରକାର। ଗୋଟିଏପଟେ ଛୁଆର ଜୀବନ ଚାଲିଯାଇଛି କିନ୍ତୁ ରିତେଶଙ୍କୁ ଯେଉଁ ପିକଅପ ଧକ୍କା ଦେଇଥିଲା ସେଥିରେ ମାଛ ଲୋଡ ହୋଇଥିଲା ଯାହାକି ଦୁର୍ଘଟଣା ପରେ ତଳେ ଖସିପଡ଼ିଥିଲା। କିନ୍ତୁ ଲୋକମାନେ ରିତେଶଙ୍କୁ ନ ବଞ୍ଚାଇ ମାଛ ଲୁଟ କରିବାକୁ ଲାଗିପଡ଼ିଲେ। ସହାୟତା ପାଇଁ ଲୋକମାନେ ନା ଆମ୍ବୁଲାନ୍ସ ଡାକୁଥିଲେ। ନା ପୋଲିସକୁ ଖବର ଦେଉଥିଲେ। ଯାହା ଦେଖିବା ପରେ ଛାତିଟା ପୁରା ଭାରାକ୍ରାନ୍ତ ଲାଗୁଥିଲା। ସଂସାରରେ ମାନବିକତା ବୋଲି କିଛି ନାହିଁ। କେବଳ ନିଜ ନିଜ ସ୍ବାର୍ଥରେ ମଣିଷ। ସମସ୍ତେ ପୁଳା ପୁଳା ମାଛ ଧରି ଘରକୁ ଯାଉଥିଲେ। ଯାହାକୁ ଦେଖି ଲାଗୁଥିଲା ଧିକ୍ ଏ ମଣିଷ ସମାଜ।
ଖବରପାଇ ପୁପ୍ରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରିତେଶଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଥିଲା। ଏବଂ ଦୁର୍ଘଟଣା ଘଟାଇଥିବା ପିକ୍ଅପ ଜବତ କରି ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories