Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୁଜରାଟରେ ଜଳ ପ୍ରଳୟ, ରାସ୍ତା ପାଲଟିଛି ସମୁଦ୍ର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୁଜରାଟରେ ଜଳ ପ୍ରଳୟ, ରାସ୍ତା ପାଲଟିଛି ସମୁଦ୍ର

ଅର୍ଗସ ବ୍ୟୁରୋ:  ଗୁଜରାଟରେ ଜଳ ପ୍ରଳୟ । ରାସ୍ତା ପାଲଟିଛି ସମୁଦ୍ର । ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ତର ବିପଦ ସଂକେତ ଛୁଇଁଛି । IMD ପକ୍ଷରୁ ରାଜ୍ୟର 28 ଜିଲ୍ଲାରେ ରେଡ ଆଲର୍ଟ ଓ 6 ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଅହମ୍ମଦାବାଦରୁ ସୁରଟ ଯାଏ ସବୁଠି ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ରାଜପଥରେ ଆଣ୍ଠୁଏ ଉଚ୍ଚ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ  ପ୍ରବଳ ବର୍ଷା ଫଳରେ ଅନେକ ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଛି । ମୋରବୀର ଟଙ୍କାରାରେ ସର୍ବାଧିକ 14 ଇଞ୍ଚ ବର୍ଷା ରେକର୍ଡ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ବର୍ଷା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷା ପ୍ରଭାବିତ 14 ଜିଲ୍ଲାରେ  13ଟି NDRF ଓ 22ଟି SDRF ଟିମ୍ ମୁତୟନ କରାଯାଇଛି । ପାଣିପାଗ ବିଭାଗ ଆଲର୍ଟ ଜାରି କରିବା ପରେ ଆଜି ଗୁଜରାଟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hundreds Displaced as Heavy Rains Pound Gujarat | Argus News