ମମତାଙ୍କୁ ନେଇ ବର୍ଷିଲେ ଶାହ, କହିଲେ 'ଆଉ ନୁହେଁ, ସରିଆସିଲାଣି ସମୟ'

Key Points
ବିଜେପି କର୍ମକର୍ତ୍ତାଙ୍କ ସହ ବୈଠକରେ କହିଛନ୍ତି ଶାହ ।
'ମମତା ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଶହ ଶହ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ।'
ମୁର୍ଶିଦାବାଦ ଦଙ୍ଗା ପଶ୍ଚିମବଙ୍ଗ ସରକାରଙ୍କ ପ୍ରାୟୋଜିତ ଥିଲା ।
କୋଲକାତାରେ ଅମିତ ଶାହଙ୍କ ରଣହୁଙ୍କାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେତାଜୀ ଇଣ୍ଡୋର ଷ୍ଟାଡିଅମରେ ବିଜେପି କର୍ମୀଙ୍କ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଅମିତ ଶାହ କହିଛନ୍ତି, ପଶ୍ଚିମବଙ୍ଗରେ ମମତାଙ୍କ ସମୟ ସରି ଆସିଲାଣି, ଆସନ୍ତା ୨୦୨୬ରେ ବିଜେପି ସରକାର ଗଠନ କରିବ। ଦୁର୍ନୀତି, ବେଆଇନ ଅନୁପ୍ରବେଶ ଓ ହିନ୍ଦୁଙ୍କ ପଳାୟନ ରୋକାଯିବ। ବଙ୍ଗରେ ଦୀର୍ଘ ବର୍ଷ ଧରି କମ୍ୟୁନିଷ୍ଟ ଶାସନ ଥିଲା, ଏହାପରେ ମମତା ମା-ମାଟି-ମାନୁଷର ନାରା ଦେଇ କ୍ଷମତାକୁ ଆସିଥିଲେ। ହେଲେ ମମତା ବଙ୍ଗକୁ ବେଆଇନ ଅନୁପ୍ରବେଶକାରୀଙ୍କ ଗଡ଼ରେ ପରିଣତ କରିବା ସହ ମହିଳାଙ୍କ ଉପରେ ଅତ୍ୟାଚାର, ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଓ ଅନ୍ୟାୟ କରିବାରେ ଲାଗିଛନ୍ତି। ମମତା ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଶହ ଶହ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି କର୍ମକର୍ତ୍ତାଙ୍କ ସହ ବୈଠକରେ କହିଛନ୍ତି ଶାହ ।
ଅନ୍ୟପଟେ ସେହି ବୈଠକରେ ଶାହ କହିଛନ୍ତି ଯେ ମୁର୍ଶିଦାବାଦ ଦଙ୍ଗା ପଶ୍ଚିମବଙ୍ଗ ସରକାରଙ୍କ ପ୍ରାୟୋଜିତ ଥିଲା । ମୁର୍ଶିଦାବାଦ ଦଙ୍ଗା ବନ୍ଦ କରିବା ପାଇଁ ଆମେ ବିଏସଏଫ ପଠାଇବାକୁ ମମତାଙ୍କୁ ଅନୁରୋଧ କରିଥିଲୁ, କିନ୍ତୁ ମମତା ରାଜି ହୋଇନଥିଲେ, ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଇଥିଲା । ପରେ ବିଏସଏଫ ସେମାନଙ୍କୁ ରକ୍ଷା କରିବାକୁ ଆସିଥିଲା । ମୋଦୀ ୱାକଫ ବିଲ୍ ଆଣି କ'ଣ କିଛି ଭୁଲ କରିଛନ୍ତି ? ୱାକଫକୁ ବିରୋଧ କରିବା ନାମରେ ମମତା କାହାକୁ ବଞ୍ଚାଉଛନ୍ତି ?
ନିର୍ବାଚନରେ ମମତା ବାନାର୍ଜୀ ହିଂସାର ଆଶ୍ରୟ ନେଉଛନ୍ତି ବୋଲି ଅଭିଯୋଗ କରି ଅମିତ ଶାହ କହିଛନ୍ତି ଯେ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସା ବିନା ଭୋଟ ଦିଅନ୍ତୁ ଏବଂ ଆପଣ ବାସ୍ତବତା ବୁଝିପାରିବେ।" ଶାହ ଦାବି କରିଛନ୍ତି, "ବଙ୍ଗଳାରେ ନିର୍ବାଚନ ଏକମାତ୍ର କାରଣ ନୁହେଁ, ବରଂ ସୁରକ୍ଷା ମଧ୍ୟ ଏକ କାରଣ। ବର୍ଷ ବର୍ଷ ଧରି, ମମତାଙ୍କ ଆଶୀର୍ବାଦରେ, ବାଂଲାଦେଶରୁ ବହୁ ସଂଖ୍ୟକ ଅନୁପ୍ରବେଶକାରୀ ଭାରତରେ ପ୍ରବେଶ କରୁଛନ୍ତି, ଯାହା ଦ୍ୱାରା ସେମାନଙ୍କର ଭୋଟ ବ୍ୟାଙ୍କ ରାଜନୀତି ଜାରି ରହିଛି, କିନ୍ତୁ ଏହା ଅଧିକ ଦିନ ଚାଲିବ ନାହିଁ।"