Videos
|
National

ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପରେ ୧,୬୦୦ ଟପିଛି ମୃତ୍ୟୁସଂଖ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମିଆଁମାର ଏବଂ ଥାଇଲାଣ୍ଡ ଭୂକମ୍ପରେ ୧,୬୦୦ ଟପିଛି ମୃତ୍ୟୁସଂଖ୍ୟ

ମିଆଁମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ମିଆଁମାରର ସାମରିକ ସରକାରଙ୍କ ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ୧,୬୪୪ ମୃତଦେହ ମିଳିବା ସହ ୩,୪୦୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ୩୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ପ୍ରଳୟଙ୍କାରୀ ଭୂକମ୍ପ ପରେ ମିଆଁମାରରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ପ୍ରକୃତିର କରାଳ ରୂପ ପରେ ଏବେ ସାମ୍ନାକୁ ଆସୁଛି ଅନେକ ହୃଦୟ ବିଦାରକ ଏବଂ କରୁଣ ଦୃଶ୍ୟ ଯାହା ଆଖିରେ ଦେଖିବା କଷ୍ଟକର। ମିଆଁମାରରୁ ଆସୁଥିବା ଭୋକର ଚିତ୍ରର ଅନେକଙ୍କୁ ବ୍ୟଥିତ କରୁଛି ହେଲେ ସେମିତି ଏକ ମୃତ୍ୟୁ ସହ ସଂଘର୍ଷର ଦୃଶ୍ୟ ଛାତିକୁ ଦୋହଲାଇ ଦେଇଛି। ଏସବୁ ମଧ୍ୟରେ ମିଆଁମାରର ରାଜଧାନୀ ନିପିଦାଉରେ ଶନିବାର ରାସ୍ତାଘାଟ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସହରରେ ବିଦ୍ୟୁତ୍‌, ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି।


ଭୂକମ୍ପ କ୍ଷତିଗ୍ରସ୍ତଙ୍କ ପାଇଁ ବିଭିନ୍ନ ଦେଶରୁ ରିଲିଫ୍‌ ସହାୟତା ପହଞ୍ଚିବାରେ ଲାଗିଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭାରତ ତରଫରୁ ଏନ୍‌ଡିଆର୍‌ଏଫ୍‌ର ୮୦ ଜଣିଆ ଟିମ୍‌ ପଠାଇଛି। ଭାରତ ପକ୍ଷରୁ ଅପରେଶନ ବ୍ରହ୍ମା ନାମରେ ଭୂକମ୍ପ କ୍ଷତିଗ୍ରସ୍ତ ମିଆଁମାର ଓ ଥାଇଲାଣ୍ଡକୁ ରିଲିଫ୍‌ ସହାୟତା ପଠାଯାଇଛି। ଏହା ବ୍ୟତୀତ ନୌସେନାର ୨ଟି ଜାହାଜ ଆଇଏନ୍‌ଏସ୍‌ ସାତପୁରା ଏବ ଆଇଏନ୍‌ଏସ୍‌ ସାବିତ୍ରୀ ୪୦ ଟନ୍‌ ମାନବୀୟ ସହାୟତା ନେଇ ମିଆଁମାରର ୟାଙ୍ଗୁନ୍‌ ବନ୍ଦର ଅଭିମୁଖେ ଯାତ୍ରା କରିଥିବା ବୈଦେଶିକ ମନ୍ତ୍ରାଳ।ୟ ପକ୍ଷରୁ ସୂଚନା ଦିଆଜାଇଛି।

ମିଆଁମାରରେ ଶୁକ୍ରବାର ମଧ୍ୟାହ୍ନରେ ୭.୭ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ଏହାର ଝଟକା ଥାଇଲାଣ୍ଡ, ଚାଇନା, ଭାରତ ଓ ଲାଓସ୍‌ ଆଦି ପଡ଼ୋଶୀ ଦେଶରେ ଅନୁଭୂତ ହୋଇଥିଲା। ନେପିତାଉ, ମଣ୍ଡଲୟ ଓ ସାଗାଇଙ୍ଗ୍‌ ସମେତ ୬ଟି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hundreds-trapped-under-rubble-of-collapsed-buildings-as-myanmar-earthquake-death-toll-passes-1600 | Argus News