4 ଆତଙ୍କବାଦୀଙ୍କ ସ୍କେଚ୍ ଜାରି: କଠୁଆରେ ଆତଙ୍କବାଦୀ ବିରୋଧୀ ଅଭିଯାନ ତୀବ୍ର
·1 year ago

ନୂଆଦିଲ୍ଲୀ: 4 ଆତଙ୍କବାଦୀଙ୍କ ସ୍କେଚ୍ ଜାରି । ଜମ୍ମୁ କାଶ୍ମୀରର କଠୁଆରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତୀବ୍ର କରିଛି କଠୁଆ ପୋଲିସ । ଗତମାସରେ କଠୁଆରେ ସୁରକ୍ଷାବଳ ଉପରେ ଆତଙ୍କବାଦୀ ଆକ୍ରମଣରେ 5 ଜଣ ଯବାନ ସହିଦ ହୋଇଥିଲେ ।
ଆତଙ୍କବାଦୀଙ୍କୁ ଧରିବାକୁ ସେନା ସହ କଠୁଆ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିବା ସହ ଆଜି 4 ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ 20 ଲକ୍ଷ ଟଙ୍କା ଇନାମ ଜାରି କରିଛି । କଠୁଆ ଜଙ୍ଗଲରେ ଲୁଚି ରହିଥିବା ଏହି ଆତଙ୍କବାଦୀଙ୍କ ଠିକଣା ବିଷୟରେ ଜଣାଇଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା ହୋଇଛି । କଠୁଆ ଆଖପାଖ ଜିଲ୍ଲାରେ ମଧ୍ୟ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିଚାଲିଥିବାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି ପୋଲିସ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: