Videos
|
National

ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀକୁ ମାରି ଖୁସିରେ ବୁଲୁଥିଲା ଗାଁରେ ...

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀକୁ ମାରି ଖୁସିରେ ବୁଲୁଥିଲା ଗାଁରେ ...

Key Points

ବାଡିରେ ପିଟିଲେ

ଛଟପଟ ହୋଇ ମରିଯିବା ପରେ ମୃତଦେହ ସହ ଏମିତି କଲେ

ଶୀର୍ଷକ ପଢିବା ପରେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭାବୁଥିବେ ସତରେ କ'ଣ ଏତେ ନୃଶଂସ ହୋଇପାରେ ସ୍ବାମୀ!


ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏମିତି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସ୍ବାମୀ ଜଣଙ୍କ ସ୍ତ୍ରୀକୁ ମିଛରେ ଲକ୍ଷ୍ନୌ ନେବାକୁ କହି ଅଧବାଟରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ମୃତଦେହକୁ ଏକ ବଗିଚାକୁ ନେଇ ଖଣ୍ଡବିଖଣ୍ଡିତ କରି କାଟି ମାଂସ ଟୁକୁଡାକୁ ମାଛକୁ ଦେଇ ଦେଇଛନ୍ତି। ଅଭିଯୁକ୍ତ ସ୍ବାମୀଙ୍କ ନାମ ହେଉଛି ସୈଫୁଦ୍ଦିନ ଓ ମୃତ ସ୍ତ୍ରୀଙ୍କ ନାମ ହେଉଛି ସାବିନା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତ ସାବିନାଙ୍କ ଭାଇଙ୍କ କହିବା କଥା, ସେ ତାଙ୍କ ଭଉଣୀଙ୍କୁ ଫୋନ୍ କରିଥିଲେ, ସେତେବେଳେ ଫୋନ ସୁଇଚ ଅଫ୍ ଥିଲା। ଘରକୁ ଆସିବା ପରେ ସେ ଜାଣିବାକୁ ପାଇଥିଲେ ଭଉଣୀଙ୍କୁ ଭିଣେଇ ଲକ୍ଷ୍ନୌ ନେଇ ଯାଇଛନ୍ତି। ସେହିଦିନ ସନ୍ଧ୍ୟାବେଳେ ସେ ଜାଣିବାକୁ ପାଇଥିଲେ ଭିଣେଇ ଏକୁଟିଆ ବୁଲୁଛନ୍ତି। ପରିବାର ସଦସ୍ୟଙ୍କ ସନ୍ଦେହ ହେବାରୁ ସଲାହୁଦ୍ଦିନ ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।


ପୋଲିସ ସ୍ବାମୀକୁ ଗିରଫ କରିବା ପରେ ଯାହା ଜାଣିବାକୁ ପାଇଛି, ତାହା ସମସ୍ତକୁ ତାଜୁବ କରି ଦେଇଛି। ନରହନ୍ତା ସ୍ବାମୀ ସୈଫୁଦ୍ଦିନ ପ୍ରଥମେ ପତ୍ନୀକୁ ଖଣ୍ଡଖଣ୍ଡ କରି କାଟି ପୋଡ଼ି ପାଉଁଶ କରିଥିଲେ। ଆଉ କିଛି ବଳକା ମାଂସ ଖଣ୍ଡକୁ ପାଖ କେନାଲରେ ମାଛକୁ ଖାଇବାକୁ ଦେଇଥିଲେ। ଅଭିଯୁକ୍ତର ବୟାନ ଅନୁସାରେ ପୋଲିସ ଘଟଣାସ୍ଥଳରୁ ପୋଡ଼ା ଅଂଶ ଜବତ କରିଛି।


ଅଭିଯୁକ୍ତଙ୍କର କହିବା କଥା ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ସହିତ କଳି କରୁଥିଲେ। ଯେଉଁଥିପାଇଁ ସେ ସ୍ତ୍ରୀକୁ ହତ୍ୟା କରିଥିଲେ। ୨୦୨୧ ମସିହାରେ ସେମାନେ ବିବାହ କରିଥିଲେ। ବିବାହର କିଛିମାସ ସବୁ ଠିକଠାକ୍ ଚାଲିଥିଲା। ମାତ୍ର ପରେ ଛୋଟଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ବଢିଥିଲା। ଯେଉଁଥିପାଇଁ ସ୍ତ୍ରୀକୁ କାଠ ଫାଳିଆରେ ପିଟି ହତ୍ୟା କରିବା ପରେ ଛୋଟଛୋଟ କରି କାଟି ମାଛକୁ ଖୁଆଇଛି ସ୍ବାମୀ।


Husband brutally kills wife | Argus News