ଭିତରେ ଭିତରେ ସ୍ବାମୀ ବହୁ ବାଟ ଆଗେଇ ଯାଇଥିଲା

ସ୍ବାମୀର ହ୍ୱାଟସଆପ ହ୍ୟାକ୍ କଲା ସ୍ତ୍ରୀ। ଯାହା ଦେଖିଲା ... ତା ପାଦ ତଳୁ ମାଟି ଖସିଗଲା। ସେ କେବେ ଭାବିନଥିଲା ତା ସ୍ବାମୀ ଏମିତି କାଣ୍ଡ କରୁଥିବ ବୋଲି।
ମିରଟ୍ ଘଟଣାକୁ ନେଇ ସ୍ତ୍ରୀର ପରକୀୟା ପ୍ରିତିକୁ ନେଇ କିଛି ସ୍ବାମୀ ଭୟବୀତ ଥିବା ଖବର ସାମ୍ନାକୁ ଆସୁଛି। ଏମିତି କି ପାଣି ଡ୍ରମ୍ କିଣିବାକୁ ବି ଲୋକ ଭୟ କରୁଛନ୍ତି। ତେବେ ଏହାରି ଭିତରେ ଜଣେ ସ୍ବାମୀଙ୍କ କଳାକାରନାମା ସାମ୍ନାକୁ ଆଣିଛନ୍ତି ସ୍ତ୍ରୀ। ସ୍ବାମୀର ହ୍ବାଟସଆପ ହ୍ୟାକ୍ କରି ଖୋଲିଛନ୍ତି ତାଙ୍କ ସହ କରିଥିବା ପ୍ରତାରଣାର ଲମ୍ବା ତାଲିକା। ମହାରାଷ୍ଟ୍ର ନାଗପୁରରୁ ଏବେ ଏମିତି ଏକ ଖବର ଆସିଛି।
ମହିଳା ଜଣଙ୍କ ନିଜର ସ୍ବାମୀଙ୍କ ହ୍ୱାଟସଆପ ହ୍ୟାକ୍ କରିବା ପରେ ଜାଣିବାକୁ ପାଇଛନ୍ତି , ତାଙ୍କ ସ୍ବାମୀ ମହିଳାଙ୍କୁ ବ୍ଲାକ୍ମେଲିଂ କରି ଅଶ୍ଲୀଳ ଭିଡ଼ିଓ ତିଆରି କରୁଛନ୍ତି। ଯାହାକୁ ନେଇ ସ୍ବାମୀଙ୍କ ନାମରେ ଏବେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି ମହିଳା।
📱 Get Argus News App
✨ମହିଳା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ଅନେକ ସମୟରେ ତାଙ୍କୁ ବାଧ୍ୟ କରୁଥିଲେ ଅପ୍ରାକୃତିକ ଭାବେ ସମ୍ପର୍କ ରଖିବାରୁ। ଯାହାକୁ ନେଇ ସ୍ବାମୀଙ୍କ ଚରିତ୍ର କାର୍ଯ୍ୟକଳାପକୁ ନେଇ ମହିଳାଙ୍କ ସନ୍ଦେହ ହୋଇଥିଲା। ଯେଉଁଥିପାଇଁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ହ୍ବାଟସଆପ କୌଶଳ କରି ନିଜ ମୋବାଇଲରେ ଲଗଇନ୍ କରିଥିଲେ। ଯେଉଁଥିରେ ସେ ସ୍ୱାମୀଙ୍କ କଳାକାରନାମା ଜାଣିବାକୁ ପାଇଥିଲେ।
ଘଟଣାକୁ ନେଇ ପୋଲିସର କହିବା କଥା, ବ୍ୟକ୍ତି ଜଣଙ୍କ ମିଛ ନାମରେ ମହିଳାଙ୍କୁ ଠକେଇ କରୁଥିଲେ। ସେ ନିଜକୁ ଅନ୍ୟମାନଙ୍କ ଆଗରେ ଅବିଭାହିତ ବୋଲି କହୁଥିଲେ। ତାଙ୍କର ଗୋଟିଏ ପାନ ଦୋକାନ ଅଛି, ସେ ମହିଳାଙ୍କୁ ଫସେଇ ହୋଟେଲରେ ଦେଖା କରୁଥିଲା।