ବସିଥିଲେ ସ୍ତ୍ରୀ କୋଳରେ ଟଳି ପଡ଼ିଲେ ସ୍ୱାମୀ, ବିବାହକୁ ବିତିଥିଲା ମାତ୍ର ଚାରି ମାସ

Key Points
ଝିଅ ତନୁ ଓ ଜ୍ୱାଇଁ ରାହୁଲ ଦୁହେଁ କରୁଥିଲେ ନର୍ସିଂ ।
ମର୍ଡର କରି ଆଇସିୟୁରେ ଶ୍ୱଶୁର ପ୍ରେମ ଶଙ୍କର ।
ଝିଅ ମଥାରୁ ସିନ୍ଦୂର ପୋଛିଦେଲେ ଜନ୍ମକଲା ବାପା । ଗୋଟିଏ ବେଡରେ ବସିଥିଲେ ଝିଅ ଓ ଜ୍ୱାଇଁ । ସିଧା ପିସ୍ତଲ ଧରି ପସିଲେ ଶ୍ୱଶୁର । ଜ୍ୱାଇଁ ଛାତିକୁ ଲକ୍ଷ୍ୟ କରି କଲେ ଗୁଳି । ଆଉ ସ୍ପଟ ଉପରେ ଝିଅ କୋଳରେ ଟଳି ପଡିଲେ ଜ୍ୱାଇଁ । ହସ୍ପିଟାଲ ଭିତରେ ପୁଣି ଘଟିଛି ନିର୍ମମ ହତ୍ୟାକାଣ୍ଡ । ସେହି ବିବାରରେ । ଶ୍ୱଶୁରଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୨୫ ବର୍ଷୀୟ ଯୁବକ ରାହୁଲ କୁମାର। ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲର ବିଏସ୍ସି(ନର୍ସିଂ)ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ରାହୁଲ ।
ସେପଟେ ଚାରିମାସ ତଳେ ସେହି କଲେଜର ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ତନୁଙ୍କୁ ବିବାହ କରିଥିଲେ । ଉଭୟେ ପରିବାରର ଲୋକଙ୍କ ବିରୋଧ ସ୍ୱତେ ପ୍ରେମ ବିବାହ କରିଥିଲେ । ଘଟଣାକୁ ନେଇ ଆରମ୍ଭରୁ ରକ୍ତମୁଖା ରହିଥିଲେ ତନୁଙ୍କ ବାପା ଶଙ୍କର । ହଠାତ୍ ମେଡିକାଲ ଭିତରେ ପସିଥିଲେ । ଝିଅ ଜ୍ୱାଇଁ ରହୁଥିବା ମେଡିକାଲ ମେସରେ ଏଣ୍ଟ୍ରି କରିଥିଲେ । ଲକ୍ଷ କରି ଜ୍ୱାଇଁର ଛାତିକୁ ଗୁଳି ପରେ ଗୁଳି ମାରି ଚାଲିଥିଲେ । ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ଜ୍ୱାଇଁ ରାହୁଲ ।
📱 Get Argus News App
✨ ଝିଅ ତନୁ କୋଳରେ ମୁଣ୍ଡ ମାଡି ପଡିଯାଇଥିଲେ । ସେପଟେ ଘଟଣା ପରେ ରାହୁଲଙ୍କ ସାଙ୍ଗମାନେ ପ୍ରେମ ଶଙ୍କର ଝାଙ୍କୁ ପ୍ରବଳ ମାଡ ମାରିଛନ୍ତି । ଯଉଁଥିପାଇଁ ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି।
କିଛିଦିନ ତଳେ ମଡିକାଲରେ ପସି 4 ଜଣ ଅପରାଧୀ କିଭଳି ଗ୍ୟାଙ୍ଗଷ୍ଟାର ଚନ୍ଦନ ମିଶ୍ରାଙ୍କୁ ମର୍ଡର କରିଥିଲେ । ତାହା ସମସ୍ତେ ଦେଖିଛନ୍ତି । ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାବେଳେ ଘଟଣାର ଦୁଇ ସପ୍ତାହ ପରେ ମେଡିକାଲରେ ସମାନ ଏଭଳି ସବୁଠି ଚାଞ୍ଚଲ୍ୟ ଖେଳାଇଛି । ଘଟମା ବିଷୟରେ ଜାଣିବା ପରେ ଦରଭଙ୍ଗା ଜିଲ୍ଲା ମାଜିଷ୍ଟ୍ରେଟ କୌଶଲ କୁମାର ଓ ଏସ୍ପି ଜଗନାଥ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହତ୍ୟା କାଣ୍ଡରେ ଯିଏ ଯିଏ ସଂଶ୍ଲିଷ୍ଟ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଏସପି ।