Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ତ୍ରୀକୁ କାଟିଲା,କୁକରରେ ସିଝାଇଲା ସ୍ଵାମୀ

National

ସ୍ତ୍ରୀକୁ କାଟିଲା,କୁକରରେ ସିଝାଇଲା ସ୍ଵାମୀ

Rashmita Mishra
Browse all articles by Rashmita Mishra
·1 year ago·1 min read
 ସ୍ତ୍ରୀକୁ କାଟିଲା,କୁକରରେ ସିଝାଇଲା ସ୍ଵାମୀ

ଅର୍ଗସ ବ୍ୟୁରୋ: ସ୍ବାମୀ ସାଜିଲା ସଇତାନ । ହାଇଦ୍ରାବାଦରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବୀଭତ୍ସ ହତ୍ୟା କରିବା ପରେ ପ୍ରେସର କୁକରରେ ସିଝାଇଥିବା ସଂଗୀନ ଅଭିଯୋଗ ଆସିଛି । ହାଇଦ୍ରବାଦର ୪୫ବର୍ଷ ବୟସ୍କ ଗୁରୁମୂର୍ତ୍ତିଙ୍କ ସ୍ତ୍ରୀ ଭି. ମାଧବୀ ନୁଆରୀ ୧୬ ତାରିଖରୁ ମାଧବୀ ନିଖୋଜ ଥିବା ତାଙ୍କ ପରିବାର ଲୋକେ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ବି ମାଧବୀଙ୍କ ପତ୍ତା ନମିଳିବାରୁ ସ୍ବାମୀ ଗୁରୁଙ୍କୁ ନେଇ ଜେରା କରିଥିଲା ହାଇଦ୍ରାବାଦ ପୋଲିସ । ଆଉ ପୋଲିସ ଜେରାବେଳେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି ।


ପୋଲିସରେ ପଚରାଉଚରା ପରେ ସେ ନିଜେ ହିଁ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସ୍ବୀକାର କରିଥିଲା । ସ୍ତ୍ରୀଙ୍କୁ ବାଥରୁମରେ ହତ୍ୟା ପରେ ପ୍ରେସର କୁକରରେ ସିଝାଇଥିଲା । ଏତିକିରେ ନୃଶଂସ ସ୍ବାମୀର ବର୍ବରତା କମି ନଥିଲା । ଏହାପରେ ମୃତଦେହରୁ ହାଡକୁ ଅଲଗା କରି ପୁଣି ସିଝାଇଥିଲା ଅଭିଯୁକ୍ତ ସ୍ବାମୀ । ତିନି ଦିନ ଧରି ମୃତଦେହ ସହ ଏଭଳି ପାଶବିକ ଆଚରଣ କରିଥିଲା। ଏହାପରେ ମୃତଦେହକୁ ମିରପେଟ୍ ହ୍ରଦରେ ଫୋପାଡି ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
husband-killed-wife-cooked-her-in-a-cooker | Argus News