Videos
|
National

ମାନିଲାନି ସ୍ତ୍ରୀ, ଗଳାକାଟି ମୃତ ଦେହ ସହ ବିତାଇଲା ୩ ରାତି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମାନିଲାନି ସ୍ତ୍ରୀ, ଗଳାକାଟି ମୃତ ଦେହ ସହ ବିତାଇଲା ୩ ରାତି

ସ୍ବାମୀକୁ ଭଲ ଲଗୁନଥିଲା ସ୍ତ୍ରୀ ରିଲ୍ସ କରିବା। ମାନିଲାନି ସ୍ତ୍ରୀ, ସିଧା ସ୍ତ୍ରୀର ଗଳାକାଟି କଲା ହତ୍ୟା। ଶବ ସହ ରହିଲା ୩ ଦିନ। ମୃତ ସ୍ତ୍ରୀର ମୋବାଇଲ୍ ବିକି ପିଇଲା ମଦ। ଏମିତି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ୟୁପିରେ।


ମିରଟର ପରକୀୟା ପ୍ରିତି ଓ ନୀଳ ଡ୍ରମ୍‌ ଘଟଣାକୁ ମନରୁ ଲିଭିନଥିବା ବେଳେ ଏଠି ସୈତାନ ସାଜିଛି ସ୍ବାମୀ। ସ୍ତ୍ରୀର ରିଲ୍ସ କରିବା ଭଲ ନଲାଗିବାରୁ ନିର୍ମମ ଭାବେ ହତ୍ୟା କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉତ୍ତରପ୍ରେଦଶ ଆଗ୍ରାର ସୁନ୍ଦରପାଣ୍ଡା ଅଞ୍ଚଳରେ ଇ-ରିକ୍ସା ଚାଳକ ଶକ୍ତି ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ପାର୍ବତୀ ସହ ରହୁଥିଲେ। ଶକ୍ତି ଇ- ରିକ୍ସା ଚଳାଉଥିବା ବେଳେ ପାର୍ବତୀ ରିଲ୍ସ କରୁଥିଲେ। ଯାହା ସ୍ବାମୀ ଶକ୍ତିଙ୍କର ପସନ୍ଦ ନଥିଲା। ପାର୍ବତୀ ରିଲ୍ସ କରୁଥିବାରୁ ବହୁ ଅଜଣା ଲୋକଙ୍କ ସହିତ ଫୋନରେ କଥାବାର୍ତ୍ତା ହେଉଥିଲେ। ଯାହାକୁ ପସନ୍ଦ କରୁନଥିଲେ ତାଙ୍କ ସ୍ବାମୀ। କିଛିଦିନ ତଳେ ସ୍ତ୍ରୀ ସ୍ବାମୀଙ୍କୁ ନଜଣାଇ ଅନ୍ୟ ଜଣଙ୍କ ସହ ବାହାରକୁ ବୁଲିବାକୁ ଯାଇଥିଲେ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ ସ୍ବାମୀ। ହତ୍ୟାକାଣ୍ଡର ୨୦ ଦିନ ପୂର୍ବରୁ ସ୍ତ୍ରୀ ଝଗଡା କରି ଭୋପାଳ ଚାଲି ଯାଇଥିଲେ। ସ୍ବାମୀ ବହୁ ବୁଝାସୁଝା କରି ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ଫେରିବା ପରେ ମଧ୍ୟ ସ୍ତ୍ରୀ ର କମିନଥିଲା ରିଲ୍ସ କରିବା ନିଶା।


ଗତ ରବିବାର ସକାଳେ ଉଠିବା ମାତ୍ରେ ସେ ପୁଣି ଝଗଡ଼ା କରିବା ଆରମ୍ଭ କରିଦେଲା। ତା’ପରେ ସେ ରାଗିଗଲେ। ସକାଳ ପ୍ରାୟ ୧୦ଟା ସମୟରେ, ସେ ଯେପରି ଚିତ୍କାର ନ କରିପାରିବେ, ସେଥିପାଇଁ ସ୍ତ୍ରୀର ମୁହଁକୁ କପଡାରେ ବାନ୍ଧି ଦେଇଥିଲେ। ପରେ ରୋଷେଇ ଘରୁ ଏକ ଛୁରୀ ଆଣି ତାଙ୍କ ଗଳା କାଟି ଦେଇଥିଲେ। କାଳେ ସ୍ତ୍ରୀ ବଞ୍ଚିଯିବ ସେଥିପାଇଁ ବ୍ଲେଡରେ ହାତର ଶିରା କାଟି ଦେଇଥିଲେ।


ଶବ ନଷ୍ଟ କରିବାକୁ ସୁବିଧା ନମିଳିବାରୁ ୩ ଦିନ କାଳ ଶବ ପଡ଼ିଥିବା ଘରେ ଶୋଇ ରହୁଥିଲେ ସେ। ମଝିରେ ମଝିରେ ବାହାରକୁ ଆସି ପଡ଼ିଶା ଲୋକଙ୍କ ସହିତ କଥା ହେଉଥିଲେ। ଏମିତିକି ସ୍ତ୍ରୀର ମୋବାଇଲ୍‌ ଫୋନ୍ ବିକି ସେଇ ଟଙ୍କାରେ ମଦ ପିଉଥିଲେ। ତିନିଦିନ ପରେ ତାଙ୍କ ଶାଳୀ ଘରକୁ ଆସିବାରୁ ସେ ଦେଖିଥିଲେ ପାର୍ବତୀଙ୍କ ମୃତ ଦେହ। ପୋଲିସ ଏବେ ହତ୍ୟାକାରୀ ସ୍ବାମୀକୁ ଗିରଫ କରି ତଦନ୍ତ ଚଳାଇଛି।