Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Poison Injection Murder / ସ୍ଵାମୀ ସାଜିଲା ସୈତାନ: ଇଞ୍ଜେକ୍ସନ ଦେଇ ସ୍ତ୍ରୀ'କୁ ମାରିଲା ସ୍ଵାମୀ

Rashmita Mishra
Browse all articles by Rashmita Mishra
·8 months ago·2 min read
 ସ୍ଵାମୀ ସାଜିଲା ସୈତାନ: ଇଞ୍ଜେକ୍ସନ ଦେଇ ସ୍ତ୍ରୀ'କୁ ମାରିଲା  ସ୍ଵାମୀ

Key Points

ଅନ୍ୟ ଝିଅ ପାଇଁ ସ୍ତ୍ରୀ'କୁ ହତ୍ୟା ।
ସ୍ଵାମୀ ସାଜିଲା ସୈଇତାନ: ଇଞ୍ଜେକ୍ସନ ଦେଇ ସ୍ତ୍ରୀ'କୁ ମାରିଲା ସ୍ଵାମୀ । 

ଅଭିଯୁକ୍ତ ଡାକ୍ତର ମହେନ୍ଦ୍ର ରେଡ୍ଡି ତାଙ୍କ ଏମ୍‌ବିବିଏସ୍‌-ଏମ୍‌ଡି ପତ୍ନୀ ଡାକ୍ତର କୃତିକା ରେଡ୍ଡିଙ୍କୁ ନିଶା ଇଞ୍ଜେକ୍ସନ ଦେଇ ମାରିଦେଇଥିବା ଘଟଣାର ଆସିଛି ନୂଆ ଏକ ମୋଡ଼ । ରେଡ୍ଡି ତାଙ୍କ ପତ୍ନୀଙ୍କ ମୃତ୍ୟୁର କିଛି ମାସ ପରେ ଅନେକ ଝିଅ ମାନଙ୍କ ସହ କଥା ହୋଇ ବିବାହ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ପୋଲିସଙ୍କ କହିବାନୁଯାୟୀ ରେଡ୍ଡି ଅତି କମରେ ଚାରିରୁ ପାଞ୍ଚ ଜଣ ମହିଳାଙ୍କୁ ମେସେଜ୍ ପଠାଇଥିଲେ । ତାଙ୍କ ମଧ୍ୟରୁ ଜଣକୁ ମେସେଜ୍ କରିଥିଲେ ଯେ "ମୁଁ ତୁମ ପାଇଁ ମୋ ସ୍ତ୍ରୀକୁ ହତ୍ୟା କରିଛି ।" ଏହି ପ୍ରକାରର ମେସେଜ୍ ଦେଖି ମହିଳା ଜଣକ ତାଙ୍କୁ ଅନେକ ଆପ୍‌ରେ ବ୍ଲକ୍ କରିଥିଲେ, ଯାହା ପରେ ରେଡ୍ଡି ଫୋନ୍ ପେ ଆପରେ ଏହି ପ୍ରକାରର ମେସେଜ୍ ପଠାଇଥିଲେ ।

ଖବରନୁଯାୟୀ ୩୧ ବର୍ଷୀୟ ମହେନ୍ଦ୍ର ତାଙ୍କ ୨୮ ବର୍ଷୀୟା ପତ୍ନୀ କୃତିକାଙ୍କ ସହିତ ବେଙ୍ଗାଲୁରୁର ମୁନ୍ନେକୋଲାଲା ଅଞ୍ଚଳରେ ରହୁଥିଲେ। ୨୦୨୫ ମସିହା ଏପ୍ରିଲ୍‌ ୨୧ ତାରିଖରେ କୃତିକା ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ସ୍ୱାମୀ, ଡାକ୍ତର ମହେନ୍ଦ୍ର ରେଡ୍ଡି, ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମରାଠାହଲ୍ଲି ପୋଲିସ୍‌ ଷ୍ଟେସନରେ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହେବା ପରେ ପୋଲିସ ଏହାର ଅଧିକ ତଦନ୍ତ ଆରମ୍ଭ କରିଥିଲା।

ଏଥିସହ ପଢ଼ନ୍ତୁ: ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ : ବିଷ ଇଞ୍ଜେକ୍ସନ ଦେଇ କଲେ ପତ୍ନୀହତ୍ୟା 

ପରେ ଘଟଣାସ୍ଥଳରୁ ଏକ କାନୁଲା ସେଟ୍, ଇଞ୍ଜେକ୍ସନ ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉଦ୍ଧାର କରାଯାଇଛି। ଏଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ଭିସେରା ରିପୋର୍ଟରେ ସବୁ କଥା ସ୍ପଷ୍ଟ ହୋଇଛି। ଡାକ୍ତର କ୍ରିତିକାଙ୍କ ଭିସେରା ରିପୋର୍ଟରେ ପ୍ରୋପୋଫଲ ନାମକ ଏକ ଶକ୍ତିଶାଳୀ ନିଶ୍ଚେତକ ଔଷଧର ଉପସ୍ଥିତି ପ୍ରକାଶ ପାଇଛି।

ଅଭିଯୁକ୍ତ ଡାକ୍ତର ମହେନ୍ଦ୍ର ରେଡ୍ଡିକୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଅଭିଯୋଗରେ ପୋଲିସ ଗିରଫ କରିଛି । ରେଡ୍ଡି ତାଙ୍କ ଏମ୍‌ବିବିଏସ୍‌-ଏମ୍‌ଡି ପତ୍ନୀ ଡାକ୍ତର କୃତିକା ରେଡ୍ଡିଙ୍କୁ ବେହୋସ କରିବା ପାଇଁ ଏକ ନିଶା ଇଞ୍ଜେକ୍ସନ ଦେଇଥିଲେ। ତାଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଦେଖାଇବାକୁ ଚେଷ୍ଟା କରିଥିଲେ। ଛଅ ମାସ ପରେ, ମାମଲା ପର୍ଦ୍ଦାଫାସ ହେବା ପରେ, ଡାକ୍ତର ମହେନ୍ଦ୍ରଙ୍କୁ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଡାକ୍ତର କ୍ରିତିକାଙ୍କ ବ୍ୟବସାୟୀ ପିତା କେ. ମୁନି ରେଡ୍ଡୀ ଅକ୍ଟୋବର ୧୩ ତାରିଖରେ ତାଙ୍କ ଜ୍ୱାଇଁ ଡାକ୍ତର ମହେନ୍ଦ୍ର ରେଡ୍ଡିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଏକ ପୋଲିସ ମାମଲା ଦାୟର କରିଥିଲେ। ଶ୍ବଶୁର ଅଭିଯୋଗ କରିଥିଲେ ଯେ ତାଙ୍କ ଜ୍ବାଇଁ ତାଙ୍କ ଝିଅକୁ ଯୌତୁକଜନିତ ହତ୍ୟା କରିଛନ୍ତି। ଡାକ୍ତର ମହେନ୍ଦ୍ର ରେଡ୍ଡି ବିବାହ ପରଠାରୁ ତାଙ୍କ ସ୍ତ୍ରୀଙ୍କୁ ଅବହେଳା କରି ଆସୁଥିଲେ। ସେ ଏକ ହସ୍ପିଟାଲ୍ ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ତାଙ୍କ ଶ୍ବଶୁରଘର ଲୋକଙ୍କଠାରୁ ପାଣ୍ଠି ପାଇଁ ଜିଦ୍ ଧରିଥିଲେ। ହସ୍ପିଟାଲ ବଦଳରେ ତାଙ୍କ ଶଶୁର ମରାଠାହଲ୍ଲି ଅଞ୍ଚଳରେ ଏକ କ୍ଲିନିକ୍ ଖୋଲି ଦେଇଥିଲେ।

ଏଥିସହ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poison Injection Murder | Husband Turns Devil: Man Kills Wife by Injecting Poison | Odisha Crime News | Argus News