ପତ୍ନୀଙ୍କ ଯତ୍ନ ନେବାକୁ ଛାଡିଦେଲେ ଏକ କୋଟିର ଚାକିରି

Key Points
ଗର୍ଭବତୀ ସ୍ତ୍ରୀ ପାଇଁ ଛାଡିଲେ ଏକ କୋଟିର ଚାକିରି
ପତ୍ନୀଙ୍କ ଯତ୍ନ ପାଇଁ ନେଲେ ଏପରି ନିଷ୍ପତ୍ତି
କହିଲେ ଚାକିରି ମିଳିଯିବ, ହେଲେ ମିଳିବନି ଏମିତି ସୁନ୍ଦର ମୁହୂର୍ତ୍ତ
ସ୍ତ୍ରୀଙ୍କୁ ଦରକାର ଥିଲା ସ୍ଵାମୀଙ୍କର ଆବଶ୍ୟକତା । କାରଣ ସେ ଥିଲେ ଗର୍ଭବତୀ । ଆଉ ନିଜ ସ୍ତ୍ରୀଙ୍କ ଯତ୍ନ ନେବାକୁ ନିଜର କୋଟିଏ ଟଙ୍କାର ଚାକିରି ଛାଡିଦେଲେ ସ୍ଵାମୀ ।
ସ୍ତ୍ରୀ କୁ ସ୍ଵାମୀ ଆଉ ସ୍ଵାମୀକୁ ସ୍ତ୍ରୀ ର ଆବଶ୍ୟକତା ସାରା ଜୀବନ ପାଇଁ ଥାଏ । ଉଭୟେ ଉଭୟଙ୍କ ପାଇଁ ଆବଶ୍ୟକ ସମୟରେ ଛିଡା ହେଲେ ସଂସାର ରଥଟା ସୁରୁଖୁରରେ ଗଡିଯାଏ । ଟିକିଏ ବୁଝାମଣା ଟିକିଏ ଆଡ୍ଜଷ୍ଟମେଣ୍ଟ ହେଇଗଲେ ଜୀବନର ରାସ୍ତା ଆହୁରି ସହଜ ହୋଇଯାଏ । ଆଜିକାଲି ଗଣମାଧ୍ୟମରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ନିବିଡତା କମ ବିଚ୍ଛେଦ ଅଧିକ ଦେଖିବାକୁ ମିଳୁଛି । ସାମାନ୍ୟ କଥାକୁ ନେଇ କେହି କାହା ସହ ଆଡଜଷ୍ଟ କରିବାକୁ ରାଜି ନୁହନ୍ତି । ସମସ୍ତେ ନିଜର ସ୍ଵାଧିନତା ନିଜର ଆବଶ୍ୟକତାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଆଉ ଏ ଭିତରେ ଏହି ଖବର ସମାଜ ପାଇଁ ଏକ ସକରାତ୍ମକ ବାତାବରଣ ସୃଷ୍ଟି କରିଛି , ଯେଉଁଠି ସମସ୍ତେ ଲେଖିବାକୁ ବାଧ୍ୟ ହୋଇଛନ୍ତି, ସ୍ଵାମୀ ହେବ ତ ଏମିତି ।
ସୋସିଆଲ ମିଡିଆରେ ସେହି ବ୍ୟକ୍ତିଜଣକ ଲେଖିଛନ୍ତି, ସେ ନିଜର ଗର୍ଭବତୀ ସ୍ତ୍ରୀଙ୍କ ଯତ୍ନ ନେବାପାଇଁ ନିଜର ଏକ କୋଟି ୨ ଲକ୍ଷର ଚାକିରି ଛାଡିଛନ୍ତି । ଜୟନଗରରେ ସେ ଏବଂ ତାଙ୍କ ସ୍ତ୍ରୀ ରୁହନ୍ତି । ଉଭୟ ୱାର୍କ ଫ୍ରମ୍ ହୋମ କରନ୍ତି । ଗତ କିଛିଦିନ ତଳେ ହିଁ ତାଙ୍କୁ ସେହି ୧ କୋଟିର ଚାକିରି ମିଳିଥିଲା । କିନ୍ତୁ ଗତ ୨ ମାସ ତଳେ , ତାଙ୍କ ସ୍ତ୍ରୀ ଗର୍ଭବତୀ ହେଲେ । ସେଥିପାଇଁ ତାଙ୍କୁ ସେ କହିଥିଲେ, ନିଜ ଚାକିରି ଗୋଟେ ବର୍ଷ ପାଇଁ ଛାଡିଦେବାପାଇଁ । କିନ୍ତୁ ତାଙ୍କ ସ୍ତ୍ରୀ ନିଜ ଚାକିରି ଛାଡିବାକୁ ଚାହୁଁନଥିଲେ । ଏକାସହ ୨ ଟା ଜିନିଷ ସେ ହ୍ୟାଣ୍ଡେଲ କରିପାରିବେ ବୋଲି ସେ ନିଜ ସ୍ଵାମୀଙ୍କୁ କହିଥିଲେ । ଆଉ ନିଜ ଚାକିରିର ପ୍ରତିଦିନର ସମୟସୀମା ଟିକେ କମାଇ ଦେଇଥିଲେ । ସେ ମଧ୍ୟ ୱାର୍କ ଫ୍ରମ୍ ହୋମ କରନ୍ତି ।
ଆଉ ସେଥିପାଇଁ ତାଙ୍କ ସ୍ଵାମୀ ନିଜେ ଚାକିରି ଛାଡି ଦେଇଥିଲେ । ସେ ଲେଖିଛନ୍ତି...
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ..