Videos
|
National

ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ଖାଇବା ବନ୍ଦ କରିଦେଲେ ସ୍ବାମୀ

Ritu Das
Browse all articles by Ritu Das
·1 year ago·2 min read
ନୋରାଙ୍କ ଭଳି ଶାରୀରିକ ଗଠନ ପାଇଁ ଖାଇବା ବନ୍ଦ କରିଦେଲେ ସ୍ବାମୀ

Key Points

କଥାଟା ଟିକେ ଆପଣଙ୍କୁ ଅଡ଼ୁଆ ଲାଗିଥାଇପାରେ। କିନ୍ତୁ ଏହା ଏକଦମ ସତ। ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ନୁହେଁ ନୋରା ଫତେହୀ ଦରକାର। ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ଫିଗର ଓ ଡ୍ୟାନ୍ସ ପାଇଁ ଖୁବ ଲୋକପ୍ରିୟ।

କଥାଟା ଟିକେ ଆପଣଙ୍କୁ ଅଡ଼ୁଆ ଲାଗିଥାଇପାରେ। କିନ୍ତୁ ଏହା ଏକଦମ ସତ। ଜଣେ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ନୁହେଁ ନୋରା ଫତେହୀ ଦରକାର। ବଲିଉଡ ଅଭିନେତ୍ରୀ ନୋରା ଫତେହୀ ନିଜ ଫିଗର ଓ ଡ୍ୟାନ୍ସ ପାଇଁ ଖୁବ ଲୋକପ୍ରିୟ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କୁ ନେଇ ଅଲଗା କ୍ରେଜ୍ ରହିଛି। ଯୁବକମାନେ ତାଙ୍କ ଭଳି ଫିଗର ଥିବା ପ୍ରେମିକା ଖୋଜୁଥିବା ବେଳେ ଯୁବତୀମାନେ ତାଙ୍କ ପରି ଶାରୀରିକ ଗଠନ ପାଇବାକୁ ଜିମ୍‌ରେ ଝାଳ ବୁହାଉଥିବା ଦେଖାଯାଉଛି। ଏବେ ନୋରାଙ୍କ ଏହି ଶାରୀରିକ ଗଠନ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର କାରଣ ପାଲଟିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀଙ୍କ ପରି ଫିଗର କରିବାକୁ କହିଛନ୍ତି। ଏହା ନ ହେବା ଯାକେ ମୋତେ ଖାଇବାକୁ ମିଳିବନି ବୋଲି ମୋ ସ୍ବାମୀ ମୋତେ କହିଥିଲେ। ତା'ପରେ ସ୍ତ୍ରୀ ପୁରା ରକ୍ତ ଚାଉଳ ଚୋବାଇକି ଥାନାରେ ପହଞ୍ଚିଯାଇଛନ୍ତି।



ଗାଜିଆବାଦ ପୋଲିସ ଷ୍ଟେସନରେ ଦାଖଲ କରିଥିବା ତାଙ୍କ ଅଭିଯୋଗରେ ମହିଳାଜଣକ ଦାବି କରିଛନ୍ତି ଯେ, "ମୋ ସ୍ୱାମୀ ଶିବମ୍ ଉଜ୍ଜ୍ୱଳ ପେସାରେ ଜଣେ ସରକାରୀ ଶାରୀରିକ ଶିକ୍ଷା ଶିକ୍ଷକ। ଶିବମଙ୍କୁ ନୋରା ଫତେହୀ ବହୁତ ପସନ୍ଦ। ମୋର ଫିଗର ଭଲ ନଥିବାରୁ ସେ କେବେ ଖୁସି ନଥିଲେ। ନୋରାଙ୍କ ପରି ଫିଗର କରିବାକୁ ସେ ମୋତେ ବାଧ୍ୟ କରୁଥିଲେ। ଏଥିପାଇଁ ସେ ମୋତେ ପ୍ରତିଦିନ ତିନି ଘଣ୍ଟା ବ୍ୟାୟାମ କରିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ଯଦି କୌଣସି ଦିନ ୩ଘଣ୍ଟା ବ୍ୟାୟାମ କରିପାରୁ ନ ଥିଲି ତେବେ ମୋତେ ଖାଇବାକୁ ଦେଉ ନ ଥିଲେ।" ମହିଳାଙ୍କ ଦ୍ୱାରା ପଞ୍ଜୀକୃତ ଏତଲା ଅନୁଯାୟୀ, ସେ ୬ ମାର୍ଚ୍ଚ, ୨୦୨୫ରେ ମିରଟର ଶିବମଙ୍କୁ ବିବାହ କରିଥିଲେ। ତାଙ୍କର ଉଚ୍ଚତା ସାଧାରଣ ଏବଂ ଗୋରା ରଙ୍ଗ। ତଥାପି ତାଙ୍କ ସ୍ୱାମୀ ଏବଂ ଶ୍ବଶୁର ଘର ଲୋକେ ତାଙ୍କୁ ସବୁଦିନ ତାଙ୍କ ଶାରୀରିକ ଗଠନ ପାଇଁ ଗାଳି ଦେଉଥିଲେ। "ତୁମକୁ ବିବାହ କରି ମୋ ଜୀବନ ବର୍ବାଦ ହୋଇଗଲା। ମୋତେ ନୋରାଙ୍କ ଭଳି ଝିଅ ମିଳିଥାନ୍ତେ" ବୋଲି ସ୍ବାମୀ କହୁଥିବା ଅଭିଯୋଗ କରିଛନ୍ତି ମହିଳା। ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଅନ୍ୟ ଝିଅମାନଙ୍କ ପ୍ରତି ବହୁତ ଆଗ୍ରହୀ ଏବଂ ସେ ସୋସିଆଲ ମିଡିଆରେ ଅନ୍ୟ ଝିଅମାନଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ଦେଖନ୍ତି। ପୀଡିତା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ତାଙ୍କୁ ନ ଜଣାଇ ଗର୍ଭପାତ ବଟିକା ଦିଆଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ‌ଏବେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
husband-stopped-eating-to-have-a-body-like-noras | Argus News