Videos
|
National

ସ୍ତ୍ରୀ ଚାକିରି ଖାଇ ପ୍ରତିଶୋଧ ନେଲା ସ୍ବାମୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ସ୍ତ୍ରୀ ଚାକିରି ଖାଇ ପ୍ରତିଶୋଧ ନେଲା ସ୍ବାମୀ

Key Points

ଏ ଦମ୍ପତ୍ତିଙ୍କ କଥା ସିନେମା କାହାଣୀ ଠୁ କମ୍ ନୁହେଁ। ସ୍ବାମୀ ସ୍ତ୍ରୀକୁ ରେଲଓ୍ବେରେ ଚାକିରି କରାଇ ଦେବାକୁ ନିଜର ସବୁ ଜମିବାଡ଼ି ବିକି ଦେଇଥିଲା।

ଚାକିରି ପାଇବା ପରେ ଅସଲ ରୂପ ଦେଖାଇଥିଲା ସ୍ତ୍ରୀ।

ପ୍ରେମ ପାଇଁ ପ୍ରେମିକ କିଛି ବି କରିପାରେ। କବିଙ୍କ ଭାଷାରେ ଦରକାର ପଡିଲେ ଆକାଶରୁ ଜହ୍ନ ତୋଳିପାରେ, ହୃଦୟରେ ଘର କରିପାରେ। ଆଉ ସେଇ ପ୍ରେମ ଯେତେବେଳେ ଧୋକା ଦିଏ, ଆଖିରୁ ଲୁହ ନିଗାଡେ ନହେଲେ ପ୍ରତିଶୋଧ ନେବାକୁ ପଥ ବାହାର କରେ।


ସେମିତି ଏକ ପ୍ରେମ ପ୍ରତାରଣା ଓ ପ୍ରତିଶୋଧର ସତ କାହାଣୀକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସ୍ତ୍ରୀକୁ ଚାକିରି କରାଇ ଦେବାକୁ ନିଜର ସର୍ବଶ୍ବ ହରାଇବା ପରେ ସ୍ତ୍ରୀ ଠାରୁ ଧୋକା ଖାଇ, ବାର ଦୁଆର ହେଉଥିଲା ସ୍ବାମୀ। ହେଲେ ହଠାତ୍‌ ପଲଟିଲା ବାଜି। ନିଆରା ଢଙ୍ଗରେ ପ୍ରତିଶୋଧ ନେଲା ସ୍ବାମୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜସ୍ଥାନର ଏ ଦମ୍ପତ୍ତିଙ୍କ କଥା ସିନେମା କାହାଣୀ ଠୁ କମ୍ ନୁହେଁ। ସ୍ବାମୀ ସ୍ତ୍ରୀକୁ ରେଲଓ୍ବେ ରେ ଚାକିରି କରାଇ ଦେବାକୁ ନିଜର ସବୁ ଜମିବାଡ଼ି ବିକି ଦେଇଥିଲା। ଆଉ ଚାକିରି ପାଇବା ପରେ ଅସଲ ରୂପ ଦେଖାଇଥିଲା ସ୍ତ୍ରୀ। ସ୍ବାମୀକୁ ଜଣେ ବେକାର ବେରୋଜଗାର ଯୁବକ କହି ଦୂରେଇ ଯାଇଥିଲା। ହେଲେ ସମୟର ଚକ କେତେବେଳେ କୁଆଡେ ଢଳିବ ତାର ଠିକଣା ନାହିଁ। ଠିକ୍‌ ସେମିତି ଘଟିଲା ଏଇ କାହାଣୀରେ।


ରାଜସ୍ଥାନ କରୌଲି ଜିଲ୍ଲାର ନାଦୌତି ଅଞ୍ଚଳ ରୋସି ଗାଁର ବାସିନ୍ଦା ମନୀଷ ମୀନା ତାଙ୍କ ପତ୍ନୀ ସ୍ୱପ୍ନା ମୀନା। ପ୍ରେମ ବିବାହର ରୂପ ନେବା ପରେ ହସ ଖୁସିରେ ଚାଲୁଥିଲା ସଂସାର। ସ୍ତ୍ରୀକୁ ଦୁନିଆର ସବୁ ଖୁସି ଦେବାକୁ ସ୍ବପ୍ନ ଦେଖୁଥିଲା ସ୍ବାମୀ। ରେଲଓ୍ବେରେ ସ୍ବପ୍ନାଙ୍କ ଚାକିରି କରାଇ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମନୀଷ। ପରୀକ୍ଷା ଦେବା ପାଇଁ ସ୍ବପ୍ନାଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରୁଥିଲେ।


ହେଲେ ଏଇ ଏଇ ଲଭ୍ ଷ୍ଟୋରୀରେ ଖଳନାୟକ ସାଜିଥିଲେ ସ୍ବପ୍ନାଙ୍କ ମାମୁଁ ଚେତରାମ। ରେଲଓ୍ବେରେ ସ୍ବପ୍ନାଙ୍କ ଚାକିରି କରାଇ ଦେବାକୁ ଏକ ଏଜେଣ୍ଟ ଠିକ୍ କରିଥିଲେ। ଏଥିପାଇଁ ମନୀଷ ନିଜ ଜମି ବିକ୍ରି କରି ଦେଇଥିଲେ ୧୫ ଲକ୍ଷ ଟଙ୍କା। ସ୍ପପ୍ନାଙ୍କ ସ୍ଥାନରେ ଲକ୍ଷ୍ମୀ ମୀନା ନାମକ ଜଣେ ଝିଅ ଡମି ପ୍ରାର୍ଥୀ ଭାବେ ପରୀକ୍ଷା ଦେଇଥିଲେ। ବେଆଇନ୍ ଭାବେ ସ୍ତ୍ରୀ ଚାକିରି ପାଇବା ପରେ ସ୍ବାମୀ ଭାବିଥିଲେ ଏବେ ଆର୍ଥିକ ସ୍ଥିତି ବଦଳିବ। କିନ୍ତୁ ତାଙ୍କ ସବୁ ଆଶା ଆଶାରେ ରହିଗଲା। ଚାକିରି ପାଇବା ମାତ୍ରେ ମନୀଷଙ୍କୁ ଅଯୋଗ୍ୟ କହି ତାଙ୍କ ଠାରୁ ଦୂରେଇ ଗଲେ ସ୍ବପ୍ନା।


ଘଟଣା ପରେ ସର୍ବହରା ହୋଇଗଲେ ସ୍ବାମୀ। ଆଖି ଲୁହକୁ ଓଠରେ ନପିଇ ପ୍ରସ୍ତୁତ କଲେ ପ୍ରତିଶୋଧର ନୀଳ ନକ୍ସା। ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ କଲେ ରେଳ ବିଭାଗ ନିକଟରେ। ଡମି ପରୀକ୍ଷାର୍ଥୀ କିଭଳି ପରୀକ୍ଷା ଦିଅନ୍ତି, ଆଉ ଏଥିରେ ରେଲଓ୍ବେର କେଉଁମାନେ ସାମିଲ ଅଛନ୍ତି ସେନେଇ ସବୁକିଛି ଦର୍ଶାଇଲେ ଅଭିଯୋଗ ଫର୍ଦ୍ଦରେ।


ମନୀଷଙ୍କ ଅଭିଯୋଗ ପରେ, ତଦନ୍ତ ଆରମ୍ଭ କଲା ରେଳ ବିଭାଗ। ସାମ୍ନାକୁ ଆସିଲା ବୋହୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ। ଯାହା ସ୍ପଷ୍ଟ କରିଥିଲା ​​ଯେ ରେଳବାଇ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଛି। ପରେ ମାମଲାଟି ସିବିଆଇ ପାଖକୁ ଯାଇଛି। ତଦନ୍ତ ଭୁକ୍ତ ହୋଇଛନ୍ତି ସ୍ବପ୍ନା। ଦୁର୍ନୀତିର ଚେର ଆଉ କୁଆଡେ ଲମ୍ବିଛି ତାକୁ ନେଇ ତଦନ୍ତ ଚଳାଇଛି ସିବିଆଇ।


Husband takes revenge on wife | Argus News