ସ୍ତ୍ରୀ ଭୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ

ମିରଟ୍ ସୌରଭ ରାଜପୁତ ହତ୍ୟାକାଣ୍ଡ ଏବେ ଚାରିଆଡେ ଭୟର ବାତାବରଣ ସୃଷ୍ଟି କରିଛି। ସ୍ତ୍ରୀର ପରକ୍ରିୟା ପ୍ରିତିକୁ ନେଇ କିଛି ଜଣ ସ୍ବାମୀ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ଦର୍ଶାଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଛନ୍ତି। ତେବେ ମଧ୍ୟପ୍ରେଦଶ ଗ୍ୱାଲିୟରର ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଏକାଧିକ ପ୍ରେମିକ ଥିବାରୁ ଭୟ କରୁଛନ୍ତି। ନିଜ ସୁରକ୍ଷା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରୁଥିବା ଜଣା ପଡ଼ିଛି।
ଯୁବକଙ୍କ ନାମ ହେଉଛି ଅମିତ କୁମାର। ସେ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀଙ୍କର ଏକାଧିକ ପୁରୁଷ ବନ୍ଧୁ ଅଛନ୍ତି, ସେ ଜଣେ ବ୍ୟକ୍ତିଙ୍କ ସହ ଲିଭ୍ ଇନରେ ରହୁଛନ୍ତି। ଏନେଇ ସ୍ବାମୀ ବିରୋଧ କରିବାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଇଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ଅମିତ୍ ଏକାଧିକବାର ଥାନାରେ ଅଭିଯୋଗ କରିଥିଲେ ପୁଲିସ ଏଥିପ୍ରତି ଧ୍ୟାନ ଦେଉନାହିଁ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଧାରଣାରେ ବସିଛନ୍ତି। ନହେଲେ ତାଙ୍କ ସହ ମେରଠ ଭଳି କାଣ୍ଡ ଘଟିପାରେ ବୋଲି ସେ କହିଛନ୍ତି। ସେପଟେ ପୋଲିସର କହିବା କଥା ଅମିତ୍ ଏନେଇ ଥାନାକୁ କୌଣସି ଅଭିଯୋଗ ଆଣି ନାହାନ୍ତି। ଯଦି ଆଗକୁ ସେ ଅଭିଯୋଗ ଆଣନ୍ତି ନିଶ୍ଚୟ ପଦକ୍ଷେପ ନିଆଯିବ।
📱 Get Argus News App
✨ସୂଚନାଯୋଗ୍ୟ: ଏଇ ନିକଟରେ ସୌରଭଙ୍କୁ ମାରିବା ପରେ ତାଙ୍କ ଶରୀରକୁ ୧୫ ଖଣ୍ଡ କରି ଡ୍ରମ୍ ଭିତରେ ରଖି ସେଥିରେ ସିମେଣ୍ଟ ଚଢ଼ାଇ ଦେଇଥିଲେ ପତ୍ନୀ ଓ ପ୍ରେମିକ।