Videos
|
National

Fraud Couple / ହାଇଦ୍ରାବାଦ ଦମ୍ପତିଙ୍କ ବଡ଼ ଜାଲିଆତି, ୫୦ କୋଟି ନେଇ ବିଦେଶ ଗାୟବ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ହାଇଦ୍ରାବାଦ ଦମ୍ପତିଙ୍କ ବଡ଼ ଜାଲିଆତି, ୫୦ କୋଟି ନେଇ ବିଦେଶ ଗାୟବ
Fraud Couple

Key Points

୫୦ କୋଟି ନେଇ ଦମ୍ପତି ଫେରାର ସ୍ୱିଜରଲ୍ୟାଣ୍ଡରେ ଖୋଜୁଛି ପୋଲିସ
ନିବେଶକଙ୍କ ୫୦ କୋଟି ଟଙ୍କା ଗାୟବ ୩ ସପ୍ତାହ ହେଲା ଦମ୍ପତି ନିଖୋଜ
ଛୁଟି କାଟିବାକୁ ଗଲେ ସ୍ୱିଜରଲ୍ୟାଣ୍ଡ ୫୦ କୋଟି ସହ ଆଉ ଫେରିଲେନି
ହାଇଦ୍ରାବାଦ ଦମ୍ପତିଙ୍କ ବଡ଼ ଜାଲିଆତି ୫୦ କୋଟି ନେଇ ବିଦେଶରେ ଗାୟବ 

୫୦ କୋଟି ନେଇ ପାର୍ ହାଇଦ୍ରାବାଦ୍ ଦମ୍ପତି... ହାଇଦ୍ରାବାଦର ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ସ୍ୱିଜରଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିଲେ । ଗତ ପ୍ରାୟ ୩ ସପ୍ତାହ ହେବ ଏମାନେ ନିଖୋଜ ଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଏବେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏକ ବଡ଼ ଧରଣର ଆର୍ଥିକ ଜାଲିଆତିର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଦମ୍ପତି ନିଖୋଜ ହେବା ପଛରେ ଏକ ବଡ଼ ଆର୍ଥିକ ବିବାଦ ଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁଯାୟୀ, ଏହି ଦମ୍ପତି ବିଭିନ୍ନ ବିନିଯୋଗକାରୀଙ୍କ ଠାରୁ ପ୍ରାୟ ୫୦ କୋଟି ଟଙ୍କା ସଂଗ୍ରହ କରିଥିଲେ । ପୋଲିସ ବର୍ତ୍ତମାନ ଦମ୍ପତିଙ୍କ ଶେଷ ଠିକଣା ଓ ସେମାନଙ୍କ ଗତିବିଧିକୁ ଅନୁସନ୍ଧାନ କରୁଛି । ସେମାନେ ପ୍ରକୃତରେ ସ୍ୱିଜରଲ୍ୟାଣ୍ଡରେ ଅଛନ୍ତି କିମ୍ବା ଅନ୍ୟ କୁଆଡ଼େ ଯାଇଛନ୍ତି, ତାହା ଉପରେ ନଜର ରଖାଯାଇଛି ।

ନିବେଶକଙ୍କ ଠାରୁ ଟଙ୍କା ନେବା ଏବଂ ତା'ପରେ ହଠାତ୍ ନିଖୋଜ ହୋଇଯିବା ଘଟଣାରେ ପୋଲିସର ଆର୍ଥିକ ଅପରାଧ ଶାଖା ମଧ୍ୟ ସାମିଲ ହୋଇପାରେ । ସମସ୍ତ ବିନିଯୋଗକାରୀ ଓ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥର ଖାତା ଖତିୟାନ ଯାଞ୍ଚ କରାଯାଉଛି । ମାମଲାଟି ବିଦେଶ ମାଟି ସହ ଜଡ଼ିତ ଥିବାରୁ, ଦମ୍ପତିଙ୍କୁ ଖୋଜିବା ପାଇଁ ଭାରତୀୟ ସେବା ସଂସ୍ଥାଗୁଡ଼ିକ ସ୍ୱିସ୍ କର୍ତ୍ତୃପକ୍ଷ କିମ୍ବା ଆନ୍ତର୍ଜାତୀୟ ପୋଲିସ ସହଯୋଗ ନେଇପାରନ୍ତି ।

ଭାରତୀୟ ପୋଲିସ ସ୍ୱିଜରଲ୍ୟାଣ୍ଡରେ ସିଧାସଳଖ କୌଣସି ତଦନ୍ତ କରିପାରିବ ନାହିଁ । ସମ୍ପତ୍ତି ଯାଞ୍ଚ, ସାକ୍ଷୀଙ୍କୁ ଜେରା କିମ୍ବା କାହାକୁ ଗିରଫ କରିପାରିବ ନାହିଁ ଭାରତୀୟ ପୋଲିସ । ଏହି ସମସ୍ତ କାର୍ଯ୍ୟ ସ୍ୱିସ୍ ଆଇନ ଅନୁଯାୟୀ କେବଳ ସ୍ୱିସ୍ କର୍ତ୍ତୃପକ୍ଷ ହିଁ କରିପାରିବେ । ସ୍ୱିଜରଲ୍ୟାଣ୍ଡ ପାଖରେ 'ସେଙ୍ଗେନ୍ ଇନଫରମେସନ ସିଷ୍ଟମ' ର ଆକ୍ସେସ ରହିଛି । ଯାହା ନିଖୋଜ କିମ୍ବା ୱାଣ୍ଟେଡ୍ ବ୍ୟକ୍ତିଙ୍କ ଉପରେ ନଜର ରଖିଥାଏ ।

କୌଣସି ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଲର୍ଟ ଜାରି ହେବା ପରେ ହିଁ ଏହା କାମ କରେ । କେବଳ ଖବର କିମ୍ବା ପରିବାରର ଅଭିଯୋଗ ଆଧାରରେ କାମ କରେନାହିଁ । ସ୍ୱିଜରଲ୍ୟାଣ୍ଡକୁ ଆସୁଥିବା ବାହାର ଦେଶର ନାଗରିକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ରେକର୍ଡ କରାଯାଏ । ଭାରତରେ ଆସିଥିବା ଜାଲିଆତି ଅଭିଯୋଗ ଆଧାରରେ ସ୍ୱିସ୍ ପୋଲିସ କାହାକୁ ଅଟକ ରଖେ ନାହିଁ । ଏଥିପାଇଁ ଭାରତୀୟ ପୋଲିସକୁ ପ୍ରମାଣ ସଂଗ୍ରହ କରି କୋର୍ଟଙ୍କ ଆଦେଶପତ୍ର ପଠାଇବାକୁ ହେବ ।

ସ୍ୱିଜରଲ୍ୟାଣ୍ଡର ଆଇନ ଅନୁଯାୟୀ ପ୍ରମାଣ ସଂଗ୍ରହ ଏବଂ ପ୍ରତ୍ୟାର୍ପଣ ପ୍ରକ୍ରିୟା ପରିଚାଳିତ ହୁଏ । ଅପରାଧୀଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଆଇନଗତ ସମୀକ୍ଷା ଓ ଦସ୍ତାବିଜର ଆବଶ୍ୟକତା ପଡ଼େ । ଏ କ୍ଷେତ୍ରରେ ଇଣ୍ଟରପୋଲ ନୋଟିସ ସହାୟତା କରିପାରେ । କିନ୍ତୁ ଏହା ନିଜେ ଦୋଷ ପ୍ରମାଣିତ କରେନାହିଁ କିମ୍ବା ପ୍ରତ୍ୟାର୍ପଣର ଗ୍ୟାରେଣ୍ଟି ଦିଏନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fraud Couple | Hyderabad Couple Allegedly Vanishes Abroad with Rs 50 Crore | Argus News