Videos
|
National

Crime News / ହାଇଦ୍ରାବାଦ ହୋଟେଲ୍‌ରେ ଯୁବତୀଙ୍କ ମୃତ୍ୟୁ ପରେ ପ୍ରେମିକ ଫେରାର

Rashmita Mishra
Browse all articles by Rashmita Mishra
·3 weeks ago·2 min read
ହାଇଦ୍ରାବାଦ ହୋଟେଲ୍‌ରେ ଯୁବତୀଙ୍କ ମୃତ୍ୟୁ ପରେ ପ୍ରେମିକ ଫେରାର
Crime News

Key Points

ହୋଟେଲ୍‌ ରୁମ୍‌ରେ ଯୁବତୀଙ୍କ ମୃତ୍ୟୁ । 
ଗର୍ଲଫ୍ରେଣ୍ଡ ମୃତ ପ୍ରେମିକ ଫେରାର । 
ହୋଟେଲ୍‌ରେ କ’ଣ ଘଟିଲା ? ରହସ୍ୟ ଖୋଜୁଛି ପୋଲିସ୍ । 
ମୃତ୍ୟୁ ପରେ ଫେରାର ସନ୍ଦେହରେ ପ୍ରେମିକ । 

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବୁଲିବାକୁ ଆସିଥିବା ଏକ କପଲ୍‌ ହାଇଦ୍ରାବାଦର ମାଧାପୁର ଅଞ୍ଚଳର ଏକ ହୋଟେଲ୍‌ରେ ରହିଥିଲେ । ହେଲେ ହୋଟେଲ୍‌ ରୁମ୍‌ରୁ ଏକ ଅଘଟଣ ସାମ୍ନାକୁ ଆସିଛି । ଯୁବକ ଜଣକ ନିଜ ଗର୍ଲଫ୍ରେଣ୍ଡଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିବା ପରେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ମୃତ ଯୁବତୀ ଜଣେ ଘରୋଇ କମ୍ପାନୀରେ କାମ କରୁଥିଲେ । ସୋମବାର ଦିନ ପ୍ରାୟ ୨ଟା ସମୟରେ ଉଭୟେ ହୋଟେଲ୍‌କୁ ଆସିଥିଲେ । ପରେ ଯୁବତୀ ଅଚେତ ହୋଇପଡ଼ିବାରୁ ଯୁବକ ହୋଟେଲ୍‌ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ଯାଞ୍ଚ କରି ଯୁବତୀଙ୍କୁ ମୃତ ଘୋଷଣା କରିବା ପରେ ଯୁବକ ଜଣକ ହଠାତ୍‌ ହସ୍ପିଟାଲରୁ ଚାଲିଯାଇଥିଲେ । ଏହା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୁଣ୍ଡ ଓ ମୁହଁରେ ଆଘାତ ଚିହ୍ନ

ପୋଲିସ କହିଛି ଯେ, ଯୁବତୀଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଏବଂ ଫୁଲା ଚିହ୍ନ ଦେଖାଯାଇଛି । ଏହା ଫଳରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଉସମାନିଆ ଜେନେରାଲ୍‌ ହସ୍ପିଟାଲକୁ ପଠାଯାଇଛି ।

ପ୍ରେମିକଙ୍କୁ ଖୋଜୁଛି ପୋଲିସ
ଯୁବକଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ତାଙ୍କ ଫୋନ୍‌ କଲ୍‌ ଡିଟେଲ୍‌ ଯାଞ୍ଚରୁ ଜଣାପଡ଼ିଛି ଯେ, ଫୋନ୍‌ ଶେଷ ଥର ପାଇଁ ସିକନ୍ଦରାବାଦ ରେଳ ଷ୍ଟେସନ୍‌ ନିକଟରେ ଚାଲୁ ଥିଲା । ଏହା ପରେ ଫୋନ୍‌ ବନ୍ଦ ହୋଇଯାଇଛି ।

ପୋଲିସ ହୋଟେଲ୍‌ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି । ହୋଟେଲ୍‌ ରୁମ୍‌ ଭିତରେ କ’ଣ ଘଟିଥିଲା, ତାହା ଜାଣିବା ପାଇଁ ଫରେନ୍ସିକ୍‌ ପ୍ରମାଣ, ଫୋନ୍‌ ରେକର୍ଡ ଏବଂ ହୋଟେଲ୍‌ କର୍ମଚାରୀଙ୍କ ବୟାନକୁ ଯାଞ୍ଚ କରାଯାଉଛି । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ଘଟିଥିବା ଘଟଣାକ୍ରମ ସମ୍ପର୍କରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳିନାହିଁ। ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Crime News | Hyderabad Hotel Death Case: Woman Dies, Boyfriend Goes Missing After Incident | Argus News Odia