Crime News / ହାଇଦ୍ରାବାଦ ହୋଟେଲ୍ରେ ଯୁବତୀଙ୍କ ମୃତ୍ୟୁ ପରେ ପ୍ରେମିକ ଫେରାର

Key Points
ଗର୍ଲଫ୍ରେଣ୍ଡ ମୃତ ପ୍ରେମିକ ଫେରାର ।
ହୋଟେଲ୍ରେ କ’ଣ ଘଟିଲା ? ରହସ୍ୟ ଖୋଜୁଛି ପୋଲିସ୍ ।
ମୃତ୍ୟୁ ପରେ ଫେରାର ସନ୍ଦେହରେ ପ୍ରେମିକ ।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ବୁଲିବାକୁ ଆସିଥିବା ଏକ କପଲ୍ ହାଇଦ୍ରାବାଦର ମାଧାପୁର ଅଞ୍ଚଳର ଏକ ହୋଟେଲ୍ରେ ରହିଥିଲେ । ହେଲେ ହୋଟେଲ୍ ରୁମ୍ରୁ ଏକ ଅଘଟଣ ସାମ୍ନାକୁ ଆସିଛି । ଯୁବକ ଜଣକ ନିଜ ଗର୍ଲଫ୍ରେଣ୍ଡଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିବା ପରେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ପୋଲିସ ସୂଚନା ଅନୁସାରେ, ମୃତ ଯୁବତୀ ଜଣେ ଘରୋଇ କମ୍ପାନୀରେ କାମ କରୁଥିଲେ । ସୋମବାର ଦିନ ପ୍ରାୟ ୨ଟା ସମୟରେ ଉଭୟେ ହୋଟେଲ୍କୁ ଆସିଥିଲେ । ପରେ ଯୁବତୀ ଅଚେତ ହୋଇପଡ଼ିବାରୁ ଯୁବକ ହୋଟେଲ୍ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ଯାଞ୍ଚ କରି ଯୁବତୀଙ୍କୁ ମୃତ ଘୋଷଣା କରିବା ପରେ ଯୁବକ ଜଣକ ହଠାତ୍ ହସ୍ପିଟାଲରୁ ଚାଲିଯାଇଥିଲେ । ଏହା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୁଣ୍ଡ ଓ ମୁହଁରେ ଆଘାତ ଚିହ୍ନ
ପୋଲିସ କହିଛି ଯେ, ଯୁବତୀଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଏବଂ ଫୁଲା ଚିହ୍ନ ଦେଖାଯାଇଛି । ଏହା ଫଳରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଉସମାନିଆ ଜେନେରାଲ୍ ହସ୍ପିଟାଲକୁ ପଠାଯାଇଛି ।
ପ୍ରେମିକଙ୍କୁ ଖୋଜୁଛି ପୋଲିସ
ଯୁବକଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ତାଙ୍କ ଫୋନ୍ କଲ୍ ଡିଟେଲ୍ ଯାଞ୍ଚରୁ ଜଣାପଡ଼ିଛି ଯେ, ଫୋନ୍ ଶେଷ ଥର ପାଇଁ ସିକନ୍ଦରାବାଦ ରେଳ ଷ୍ଟେସନ୍ ନିକଟରେ ଚାଲୁ ଥିଲା । ଏହା ପରେ ଫୋନ୍ ବନ୍ଦ ହୋଇଯାଇଛି ।
ପୋଲିସ ହୋଟେଲ୍ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ହୋଟେଲ୍ ରୁମ୍ ଭିତରେ କ’ଣ ଘଟିଥିଲା, ତାହା ଜାଣିବା ପାଇଁ ଫରେନ୍ସିକ୍ ପ୍ରମାଣ, ଫୋନ୍ ରେକର୍ଡ ଏବଂ ହୋଟେଲ୍ କର୍ମଚାରୀଙ୍କ ବୟାନକୁ ଯାଞ୍ଚ କରାଯାଉଛି । ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ଘଟିଥିବା ଘଟଣାକ୍ରମ ସମ୍ପର୍କରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳିନାହିଁ। ତଦନ୍ତ ଜାରି ରହିଛି ।
📱 Get Argus News App
✨Related Topics
Explore more stories