Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Crime News / ସାଙ୍ଗ ହାତରେ ସାଙ୍ଗର ମୃତ୍ୟୁ: WhatsApp ଚାଟ୍ ହେଲା ମୃତ୍ୟୁର କାରଣ

Rashmita Mishra
Browse all articles by Rashmita Mishra
·4 months ago·2 min read
ସାଙ୍ଗ ହାତରେ ସାଙ୍ଗର ମୃତ୍ୟୁ: WhatsApp ଚାଟ୍ ହେଲା ମୃତ୍ୟୁର କାରଣ
Crime News

Key Points

WhatsApp ଚାଟ୍ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ ।
ସାଙ୍ଗ ହାତରେ ସାଙ୍ଗର ମୃତ୍ୟୁ: WhatsApp ଚାଟ୍ ହେଲା ମୃତ୍ୟୁର କାରଣ । 

ସାଙ୍ଗର ଜୀବନ ନେଲା ସାଙ୍ଗ...ସାମାନ୍ୟ ହ୍ୱାଟସଆପ୍ ଚାଟକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ାରୁ ଆଉ ଶେଷ ହେଲା ରକ୍ତରେ । ହାଇଦ୍ରାବାଦ ସହରରେ ଏପରି କିଛି ଘଟଣା ଘଟିଛି। ଉପ୍ପଲ ପୋଲିସ ଷ୍ଟେସନ ଅଧୀନରେ ଥିବା ଚିଲକାନଗର ଡିଭିଜନର ଆଦର୍ଶ ନଗର କଲୋନୀରେ ଥିବା ସାଇ ବାବା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଘଟଣାଟି ରବିବାର ରାତି ୮ ରୁ ୮:୧୫ ମଧ୍ୟରେ ଘଟିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁଯାୟୀ, କନଷ୍ଟେବଳ ସୁଧୀର ରେଡ୍ଡୀ (୩୦) ଚେଙ୍ଗିଚେରଲାର ଆରଟିସି କଲୋନୀରେ ରହୁଥିଲେ। ତାଙ୍କ ବାପା ସୁବାୟା ମଧ୍ୟ ଜଣେ ଅବସରପ୍ରାପ୍ତ ଏଏସଆଇ ଏବଂ ବର୍ତ୍ତମାନ ହାଇଦ୍ରାବାଦର ସିଏସଡବ୍ଲୁ ବିଭାଗରେ କାର୍ଯ୍ୟରତ । ରବିବାର ରାତିରେ ସୁଧୀର ରେଡ୍ଡୀଙ୍କ ତାଙ୍କ ବନ୍ଧୁ ସନ୍ତୋଷ ନାୟକଙ୍କ ସହ ଏକ ହ୍ୱାଟସଆପ୍ ମେସେଜକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ବଢ଼ିବା ପରେ ସନ୍ତୋଷ ନାୟକ ସୁଧୀର ରେଡ୍ଡୀଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । 

ସନ୍ତୋଷ ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ସୁଧୀର ରେଡ୍ଡି ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ। ତାଙ୍କ ପେଟ, ଛାତି ଏବଂ ବେକରେ ବହୁତ ଜୋରେ ଆଘାତ ଲାଗିଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସୁଧୀର ରେଡ୍ଡିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ପରେ, ଅଭିଯୁକ୍ତ ସନ୍ତୋଷ ନାୟକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଏକ ମୋଟରସାଇକେଲ୍ ଯୋଗେ ପଳାଇ ଯାଇଥିଲା ।

ସୂଚନା ପାଇବା ମାତ୍ରେ ଉପ୍ପଲ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ସିକନ୍ଦରାବାଦର ଗାନ୍ଧୀ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ କହିଛି ଯେ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖସିଯାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଦଳ ସର୍ଚ୍ଚ ଅପରେସନ୍ କରୁଛନ୍ତି । ବର୍ତ୍ତମାନ ଅଞ୍ଚଳର ପରିସ୍ଥିତି ଶାନ୍ତ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime News | Hyderabad Murder: Man Killed by Friend Over WhatsApp Chat Dispute | Argus News