30th Floor Shocking Fall / ୩୦ ମହଲାରୁ ଖସି ସଫ୍ଟୱେର ଇଞ୍ଜିନିୟରଙ୍କ ମୃ*ତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
·2 hours ago·2 min read

Key Points
ଖୁସିରେ ଦୁଇଦିନ ତଳେ ଘର ନେଇଥିଲେ
କିନ୍ତୁ ଘର ଯେମିତି କାଳ ହୋଇଗଲା
୩୦ ମହଲାରୁ ଖସି ଜୀବନ ଚାଲିଗଲା
କିନ୍ତୁ ଘର ଯେମିତି କାଳ ହୋଇଗଲା
୩୦ ମହଲାରୁ ଖସି ଜୀବନ ଚାଲିଗଲା
ଖୁସିରେ ଦୁଇଦିନ ତଳେ ଘର ନେଇଥିଲେ। କିନ୍ତୁ ଘର ଯେମିତି କାଳ ହୋଇଗଲା। ୩୦ ମହଲାରୁ ଖସି ଜୀବନ ଚାଲିଗଲା। ହାଇଦ୍ରାବାଦର ସାଇବରାବାଦ ଅଞ୍ଚଳରୁ ଏକ ଛାତିଥରା କାଣ୍ଡ ସାମ୍ନାକୁ ଆସିଛି। ନାନକରାମଗୁଡ଼ା ସ୍ଥିତ ଗଲ୍ଫ ଏଜ୍ ଆପାର୍ଟମେଣ୍ଟରେ ସୋମବାର ଜଣେ ୨୯ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କର ୩୦ ମହଲାରୁ ଖସି ମୃତ୍ୟୁ ଘଟିଛି। ମୃତକ ହେଲେ ଉପ୍ପଲା ଭରତ। ଉପ୍ପଲା ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ରହୁଥିଲେ। ବେଙ୍ଗାଲୁରୁର ସଫ୍ଟଓ୍ବେର କମ୍ପାନୀରେ କାର୍ଯ୍ୟରତ ଥିଲେ। ଭରତ ଘଟଣାର ଦୁଇଦିନ ପୂର୍ବରୁ ହିଁ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ ଭଡ଼ାରେ ନେଇଥିଲେ।
ହାଇଦ୍ରାବାଦ ନାନକରାମଗୁଡ଼ା ସ୍ଥିତ 'ଗୋଲ୍ଫ ଏଜ୍ ଆପାର୍ଟମେଣ୍ଟ'ର ୩୦ ମହଲାରେ ଏକ ଫ୍ଲାଟ୍ ଭଡ଼ାରେ ନେଇ ମାତ୍ର ଦୁଇ ଦିନ ତଳେ ସେ ରହିବାକୁ ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ୩୦ ମହଲାରୁ ଖସିପଡ଼ିବାରୁ ପ୍ରାଣ ହରାଇଛନ୍ତି। ତଳେ ପଡ଼ିବାବେଳେ ଆପାର୍ଟମେଣ୍ଟର ପାର୍କିଂ ଥିବା ଗାଡ଼ି ଉପରେ ପଡ଼ିଯାଇଥିଲେ। ଯେଉଁଥିରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ଦେଖିବାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
କୁହାଯାଉଛି ଯେ, ଭରତ ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ନିବାସୀ ଅଟନ୍ତି। ସେ ବେଙ୍ଗାଲୁରୁର ଏକ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରୁଥିଲେ। କିଛିଦିନ ହେଲା ସେ ହାଇଦ୍ରାବାଦ ଆସିଥିଲେ ।
ମାମଲାକୁ ନେଇ ଭରତଙ୍କ ସମ୍ପର୍କୀୟ ସାଇବରାବାଦର ଗାଚିବୋଲି ପୋଲିସ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଭରତଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। କହିଛନ୍ତି ଭରତ ଏମିତି କେମିତି ଖସିପଡ଼ିଲା। ସେ କେବେବି ଆତ୍ମହ*ତ୍ୟା କରିବନି। ନିଶ୍ଚିତ ତାର ମୃ*ତ୍ୟୁରେ କାହାର ନା କାହାର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
- ୩୦ ମହଲାରୁ ଖସିପଡ଼ିଲେ

- ଦୁଇଦିନ ପୂର୍ବରୁ ଆସିଥିଲେ ହାଇଦ୍ରାବାଦ
କୁହାଯାଉଛି ଯେ, ଭରତ ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲା ନିବାସୀ ଅଟନ୍ତି। ସେ ବେଙ୍ଗାଲୁରୁର ଏକ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରୁଥିଲେ। କିଛିଦିନ ହେଲା ସେ ହାଇଦ୍ରାବାଦ ଆସିଥିଲେ ।
ମାମଲାକୁ ନେଇ ଭରତଙ୍କ ସମ୍ପର୍କୀୟ ସାଇବରାବାଦର ଗାଚିବୋଲି ପୋଲିସ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଭରତଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। କହିଛନ୍ତି ଭରତ ଏମିତି କେମିତି ଖସିପଡ଼ିଲା। ସେ କେବେବି ଆତ୍ମହ*ତ୍ୟା କରିବନି। ନିଶ୍ଚିତ ତାର ମୃ*ତ୍ୟୁରେ କାହାର ନା କାହାର ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories