ଆଜି ବି କହୁଛନ୍ତି ପୂର୍ବଜନ୍ମ କଥା

Key Points
ମୋତେ ଗୁଳି କରି ମାରିଦେଲେ
ମୁଁ ଟିଟୁ ନୁହେଁ ସୁରେଶ
ମୋର ସ୍ତ୍ରୀ ଛୁଆ ଅଛନ୍ତି ମୁଁ ତାଙ୍କ ପାଖକୁ ଯିବି
ମୋ ଅପରାଧୀ ଖୁଲମ୍ ଖୁଲା ବୁଲୁଛି
ପ୍ରତିଶୋଧ ନେବାପାଇଁ ମୁଁ ପୁଣିଥରେ ଜନ୍ମ ନେଇଛି
୧୯୮୫, ଆଗ୍ରାଠାରୁ ୧୭ କିମି ଦୂର ବାଡ ଗାଓଁରେ ତୋରନ ସିଂ ବା ଟିଟୁ ମାତ୍ର ଦୁଇ ବର୍ଷର ବି ହୋଇନଥିଲା କିନ୍ତୁ ସ୍ପଷ୍ଟ ଭାବରେ କଥା କହିବା ଆରମ୍ଭ କରିଦେଲା। ମାତ୍ର ଦୁଇ ବର୍ଷ ବୟସରୁ ଟିଟୁ କିଛି ଅବାସ୍ତବ , ଅସମ୍ଭବ କଥା କହିବା ଆରମ୍ଭ କରିଦେଲା। ନିଜ ବାପାଙ୍କୁ କହୁଥିଲା "ମୋ ବାପାଙ୍କୁ କହିବ ସିଏ ମୋ ସ୍ତ୍ରୀ ଏବଂ ଛୁଆଙ୍କର ଧ୍ୟାନ ରଖିବେ। ମୋତେ ସିନା ଏଠି ଖାଇବାକୁ ମିଳୁଛି କିନ୍ତୁ ମୋର ତାଙ୍କ ଚିନ୍ତା।" ଯେତେବେଳେ ଟିଟୁର ମା ତାକୁ ପଚାରିଲେ କି ସିଏ କାହା କଥା କହୁଛି , ସିଏ କହିଲା ମୁଁ ମୋ ବାସ୍ତବ ପରିବାର କଥା କହୁଛି ଯିଏ ବର୍ତ୍ତମାନ ଆଗ୍ରାରେ ଅଛନ୍ତି। ପ୍ରଥମେ ପ୍ରଥମେ ତାକୁ ଛୁଆ ଭାବି ତା କଥା ଅଣଦେଖା କଲେ ଯାହା କି ସ୍ବଭାବତଃ ସମସ୍ତେ କରିବେ। ଏପରି ୩ ବର୍ଷ ଚାଲିଲା, ଟିଟୁ ଏବେ ୫ ବର୍ଷର ହୋଇଗଲା।
ଦିନେ ଟିଟୁ ଏମିତି କିଛି କହିଲା ଯାହା ଶୁଣି ତା ବାପା ମା ପୂରା ସ୍ତବ୍ଧ। ସେ କହିଲା ମୋ ନାଁ ହେଉଛି ସୁରେସ ବର୍ମା । ମୋ ସ୍ତ୍ରୀ ନାଁ ଉମା ଆଉ ମୋର ଦୁଇଟି ଛୁଆ ଅଛନ୍ତି ରୋମୁ ଏବଂ ସୋମୁ । ଆଗ୍ରାରେ ମୋର ଏକ ବଡ ବଙ୍ଗଳା ଅଛି , ସଦର ବଜାରରେ ସୁରେସ ରେଡିଓ ନାମରେ ମୋର ଦୋକାନ ବି ଅଛି। କେବଳ ଏତିକି ନୁହେଁ କିପରି ତାର ମୃତ୍ୟୁ ହୋଇଥିଲା ତାହା ମଧ୍ୟ କହିଲା। ସିଏ କହିଲା ମୋ ଘର ସାମନାରେ ମୋତେ ଗୁଳି କରି ହତ୍ୟା କରିଦିଆଯାଇଥିଲା। ଏମିତି କି କିଏ ମାରିଥିଲା ତାର ବି ଖୁଲାସା କରିଦେଲା ।
ଏହି ଖବର ପୂରା ଗାଁ ରେ ବ୍ୟାପିଗଲା। ଟିଟୁକୁ ନେଇ ପୂରା ଆଲୋଚନା ହେଲା , ଗାଁ ଲୋକ କହିଲେ ଟିଟୁ ଦେହରେ ଭୁତ ଲାଗିଛି । ଟିଟୁର ସ୍ବଭାବ ନିଜ ବୟସର ଛୁଆଙ୍କଠାରୁ ଭିନ୍ନ ଥିଲା, ସିଏ ମାତ୍ର ୫ ବର୍ଷର ଥିଲା କିନ୍ତୁ , ତାର ଚାଳି ଚଳନ, କଥା କହିବାର ଶୈଳୀ ସବୁକିଛି ଏକ ବଡ ଲୋକ ଭଳି ଥିଲା।
୬ ଭାଇ ଭଉଣୀ ଭିତରେ ଟିଟୁ ସବୁଠାରୁ ସାନ ଥିଲା। ଟିଟୁର ଛୁଆଳିଆମି ଭାବି ଯେଉଁ କଥାକୁ ଅଣଦେଖା କରାଯାଉଥିଲା ତାହା ଏମିତି ଏକ ରହସ୍ୟ ପାଲଟିଯାଇଥିଲା ଯାହାର ସତ ଜାଣିବା ଅପେକ୍ଷାରେ ସମସ୍ତେ ଥିଲେ। ତେଣୁ ଟିଟୁର ବାପା ମା ତାଙ୍କ ବଡ ପୁଅ ଅଶୋକକୁ ଏସବୁ ବିଷୟରେ ସତ ଜାଣିବା ପାଇଁ କହଲେ। ଅଶୋକ ତାଙ୍କର ଏକ ସାଙ୍ଗ ସହିତ ଆଗ୍ରାର ସଦର ବଜାର ଗଲେ। କାରଣ ଟିଟୁ ସବୁବେଳେ କହୁଥିଲା ସଦର ବଜାରରେ ସୁରେଶ ରେଡିଓ ନାଁରେ ତାର ଏକ ଦୋକାନ ଅଛି।
ବହୁତ ସମୟ ଖୋଜିବା ପରେ ଯେତେବେଳେ ମିଳିଲାନି ଅଶୋକ ଆଉ ତାଙ୍କ ସାଙ୍ଗ ଥକିଯାଇ ଗୋଟେ ସ୍ଥାନରେ ବସିବାକୁ ଯାଉ ହିଁ ଥିଲେ କି ତାଙ୍କ ନଜର ଏକ ଦୋକାନ ଉପରେ ପଡିଲା ଯାହାର ନାଁ ସୁରେଶ ରେଡିଓ ଲେଖା ହୋଇଥିଲା। ଯେଉଁ ଦୋକାନ ବିଷୟରେ ଟିଟୁ କହୁଥିଲା। ଅଶୋକ ଚମକିପଡିଲା ଏବଂ ମନେ ମନେ ଭାବିଲା , କଣ ଟିଟୁ ଯାହା ସବୁ କହୁଥିଲା ସେ ସବୁ ସତ ଥିଲା? କଣ ସତରେ ସୁରେଶର ପୁର୍ନଜନ୍ମ ହୋଇଛି? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅଶୋକ ସପ୍ ଭିତରକୁ ଗଲା। ସେଠାରେ ସିଏ ଜଣେ ମହିଳାଙ୍କ ସହିତ ଦେଖାହେଲା। ସେହି ମହିଳା ଜଣକ ସୁରେଶଙ୍କ ପତ୍ନୀ ଉମା ଥିଲେ। ଅଶୋକ ତାଙ୍କୁ ସୁରେଶଙ୍କ ସହିତ ଦେଖାହେବା ପାଇଁ କହିଲା। ଏହା ଶୁଣିବା ପରେ ଉମା କହିଲେ ସୁରେଶଙ୍କର ୫ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ତାଙ୍କ ପରେ ସୁରେଶ ରେଡିଓର ସବୁ ଦାୟିତ୍ବ ମୁଁ ସମ୍ଭାଳୁଛି। ଏହାଶୁଣି ଅଶୋକ ଆଶ୍ଚର୍ଯ୍ୟ ହୋଇଗଲା। ନିଜ ସାନଭାଇର ସବୁକଥା ଧୀରେ ଧୀରେ ତାଙ୍କୁ ସତ ହେବାର ଦେଖାଯାଉଥିଲା। ତେବେ ବର୍ତ୍ତମାନ ଜାଣିବା ସୁରେଶ ବର୍ମା କିଏ ଏବଂ ତାଙ୍କ ସହିତ ବାସ୍ତବରେ କଣ ହୋଇଥିଲା?
୧୯୮୩ ମସିହା କଥା, ସୁରେଶ ଆଗ୍ରାର ଜଣେ ସାଧାରଣ ବିଜନେସ ମ୍ୟାନ ଥିଲେ , ସଦର ବଜାରରେ ସୁରେଶ ରେଡିଓସ୍ ନାମରେ ଏକ ଇଲେକଟ୍ରୋନିକ୍ ସପ୍ ଥିଲା । ଆଗ୍ରାରେ ତାଙ୍କର ଏକ ବଡ ବଙ୍ଗଳା ଥିଲା ଯେଉଁଠି ସିଏ ତାଙ୍କ ପତ୍ନୀ ଉମା, ଦୁଇ ପୁଅ, ବାପା ମା ଏବଂ ଭାଇ ମାନଙ୍କ ସହିତ ରହୁଥିଲେ।
ସୂଚନା ଅନୁଯାୟୀ ୧୯୮୩ ମସିହା ଅଗଷ୍ଟ ୨୮ ତାରିଖ ସନ୍ଧ୍ୟା ସମୟରେ ସୁରେଶ ନିଜ ଧଳା ରଙ୍ଗର ଫିଆଟ୍ କାରରେ ଘରକୁ ଫେରୁଥିଲେ, ଘରେ ପହଁଞ୍ଚିବା ପରେ ସିଏ ଦେଖିଲେ ତାଙ୍କ ଘର ସାମନାରେ ଦୁଇଜଣ ବ୍ୟକ୍ତି ଆଗରୁ ଠିଆ ହୋଇଥିଲେ। ସୁରେଶ ଘର ସାମନାରେ ଗାଡି ରଖିଲେ, ହର୍ନ ବଜେଇବାକୁ ଯାଉଥିଲେ କି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁରେଶଙ୍କୁ ଗୁଳି ମାରିଦେଲେ। ଘରଲୋକ ବାହାରକୁ ଆସିବା ପୂର୍ବରୁ ସେଠାରୁ ଅପରାଧୀ ଖସି ପଳାଇଥିଲେ ଏବଂ ସୁରେଶଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହିଠାରେ ଆପଣ ଜାଣିରଖନ୍ତୁ କି ସୁରେଶଙ୍କ ମୃତ୍ୟୁ ୨୮ ଅଗଷ୍ଟ ୧୯୮୩ ରେ ହୋଇଥିଲା ଆଉ ଟିଟୁ ଏହାର ୩ ମାସ ୧୫ ଦିନ ଅର୍ଥାତ୍ ଡିସେମ୍ବର ୧୨ରେ ଜନ୍ମ ହୋଇଥିଲା।
ଉମାଙ୍କଠାରୁ ଏସବୁ କଥା ଶୁଣିବା ପରେ ଅଶୋକ ସ୍ତବ୍ଧ ହୋଇଗଲା। ଧୀରେ ଧୀରେ ଟିଟୁର ସବୁ କଥା ସତ ପ୍ରମାଣ ହେଉଥିଲା। ଉମା ଅଶୋକଙ୍କୁ ତାଙ୍କ ପରିଚୟ ମାଗିଲେ ସିଏ କିଏ ଏବଂ ସୁରେଶଙ୍କ ସହିତ ତାଙ୍କ କାମ କଣ? ଅଶୋକ ନିଜ ପରିଚୟ ସହିତ ସାନ ଭାଇ ଟିଟୁ ବିଷୟରେ ସବୁ କିଛି କହିଲା। ଏହା ଶୁଣି ଉମା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଅଶୋକଠୁ ଏସବୁ କଥା ଶୁଣିବା ପରେ ଉମା ନିଜ ଶାଶୁ ଶ୍ବସୁର ଅର୍ଥାତ୍ ସୁରେଶଙ୍କ ପିତା ମାତାଙ୍କୁ ସବୁ କହିଲେ । ଅଶୋକ ଉମା ଏବଂ ତାଙ୍କ ଶାଶୁ ଶ୍ବସୁରଙ୍କୁ ନିଜ ଗାଁକୁ ଯାଇ ଟିଟୁ ସହିତ ଭେଟ ହେବାକୁ କହିଲେ। ଏହା ପରୀକ୍ଷା କରିବା ପାଇଁ କି ଟିଟୁ ଏମାନଙ୍କୁ ଚିହ୍ନିପାରୁଛି ନା ନାହିଁ। ଅଶୋକଙ୍କ କଥା ଶୁଣି ସୁରେଶଙ୍କ ପରିବାର ତାଙ୍କ ଘରକୁ ଯିବାକୁ ରାଜି ହୋଇଗଲେ।
ଯେତେବେଳେ ସିଏ ପହଁଞ୍ଚିଲେ ଟିଟୁ ଅଧା ଖାଇବାରୁ ଉଠିଯାଇ ସେମାନଙ୍କ ପାଖକୁ ଦୌଡିଗଲା, ଏବଂ ସମସ୍ତଙ୍କୁ କୁଣ୍ଢାଇ ପକାଇଲା। ଟିଟୁ ଜୋରରେ ପାଟି କରି ସମସ୍ତଙ୍କୁ କହିଲା ଦେଖ ମୋ ବାପା ମା ଆସିଛନ୍ତି। ଯେମିତି ହିଁ ଟିଟୁର ନଜର ଉମା ଉପରେ ପଡିଲା ସିଏ ଲାଜେଇବାକୁ ଲାଗିଲା। ଉମାକୁ ନିଜ ପାଖରେ ବସିବାକୁ କହିଲା, ଆଉ ଛୁଆଙ୍କ ବିଷୟରେ ପଚାରିଲା। ଟିଟୁ ଉମାକୁ ଏମିତି କିଛି କଥା କହିଲା ଯାହା ଶୁଣି ଉମା ଆଶ୍ଚର୍ଯ୍ୟ ହୋଇଗଲା କାରଣ ତାହା ସୁରେଶ ଏବଂ ଉମାଙ୍କର କିଛି ବ୍ୟକ୍ତିଗତ କଥା ଥିଲା।
📱 Get Argus News App
✨ଟିଟୁ ଭାବୁଥିଲା କି ସିଏ ବି ସୁରେଶଙ୍କ ପରିବାର ସହିତ ଆଗ୍ରା ଯିବ , କିନ୍ତୁ ଯେତେବେଳେ ସିଏ ଜାଣିବାକୁ ପାଇଲା କି ସେପରି ହେଉନାହିଁ ସିଏ ବହୁତ ଜୋରରେ ରାଗିଗଲା। ନିଜ ବାପା ମାଁ ଙ୍କ ଉପରେ ଚିତ୍କାର କଲା । ଦୌଡିଯାଇ ସୁରେଶଙ୍କ ବାପାଙ୍କୁ କୁଣ୍ଢାଇ ପକାଇଲା କାରଣ ତା ପାଇଁ ସିଏ ହିଁ ତା ପିତା ଥିଲେ। ସିଏ ବୁଝାଇବା ପରେ କି ଖୁବ୍ ଶୀଘ୍ର ସିଏ ପୁଣିଥରେ ଆସିବେ ତାପରେ ଟିଟୁର ରାଗ ଥଣ୍ଡା ହେଲା।
ପରେ ଟିଟୁକୁ ଆଗ୍ରା ନେବାପାଇଁ ଯୋଜନା କରାଗଲା ଯାହାଦ୍ବାରା ଟିଟୁ ସୁରେଶଙ୍କ ପୁର୍ନଜନ୍ମ ବୋଲି ସମସ୍ତେ ନିଶ୍ଚିତ ହୋଇପାରିବେ। ସୁରେଶର ପରିବାର ଆସି ଟିଟୁକୁ ଆଗ୍ରା ନେଲେ, କିନ୍ତୁ ତା ପୂର୍ବରୁ ଟିଟୁର ପରୀକ୍ଷା କରିବା ପାଇଁ ଆଗରୁ କିଛି ଯୋଜନା କରିଥିଲେ। ଆଗ୍ରା ଯାଉଥିବା ସମୟରେ ବାଟରେ ସୁରେଶଙ୍କ ଭାଇ ମାନେ ଜାଣିଶୁଣି ଟିଟୁ ସୁରେଶର ଦୋକାନକୁ ଜାଣିପାରୁଛି ନା ନାହିଁ ଜାଣିବା ପାଇଁ ଦୋକାନ ଆଗରୁ ବହୁତ ସ୍ପିଡରେ ଗାଡି ଆଗକୁ ନେଇଯାଉଥିଲେ କି ସେହି ସମୟରେ ଟିଟୁ ଗାଡି ରଖିବାକୁ କହିଲା ଆଉ କହିଲା ମୋ ଦୋକାନ ତ ପଛରେ ରହିଗଲା ତୁମେ ଆଗକୁ କୁଆଡେ ନେଉଛ।
ଟିଟୁକୁ ସପ୍ ଭିତରକୁ ନିଆଗଲା, ଟିଟୁ ଦୋକାନର କେଉଁ କେଉଁ ଭାଗରେ ପରିବର୍ତ୍ତନ ହୋଇଛି ଏବଂ କଣ କଣ ଆଜି ବି ସମାନ ଅଛି ମାନେ ସୁରେଶଙ୍କ ମୃତ୍ୟୁ ପୂର୍ବରୁ ଯେମିତି ଥିଲା ସେମିତି ଅଛି ତାହା କହିଦେଲା। ଦ୍ବିତୀୟ ପରୀକ୍ଷାରେ ବି ଟିଟୁ ପାସ୍ ହୋଇଗଲା।
ତାପରେ ଟିଟୁକୁ ସୁରେଶର ବଙ୍ଗଳାକୁ ନିଆଗଲା। କିନ୍ତୁ ସିଏ ପହଁଞ୍ଚିବା ପୂର୍ବରୁ ସୁରେଶଙ୍କ ଦୁଇ ପୁଅଙ୍କୁ ବାହାରକୁ ଖେଳିବାକୁ ପଠାଦିଆଯାଇଥିଲା, ଏହା ପରୀକ୍ଷା କରିବା ପାଇଁ କି ଅନ୍ୟ ପିଲାଙ୍କ ଭିତରୁ ସିଏ ସୁରେଶଙ୍କ ପୁଅକୁ ଜାଣିପାରୁଛି ନା ନାର୍ହି। କିନ୍ତୁ ଏହି ପରୀକ୍ଷାରେ ମଧ୍ୟ ଟିଟୁ ଫେଲ୍ ହେଲାନାହିଁ। ଟିଟୁ ସୁରେଶର ଦୁଇ ପୁଅଙ୍କ ହାତ ଧରି ତାଙ୍କୁ ବାହାରକୁ ନେଇ ଆସିଲା। ଟିଟୁ ଏସବୁ ପରୀକ୍ଷାରେ ପାସ୍ ହେବା ପରେ ସୁରେଶର ପରିବାର ଲୋକେ ନିଶ୍ଚିତ ହୋଇଗଲେ କି ଟିଟୁ ହିଁ ସୁରେଶଙ୍କ ପୁର୍ନଜନ୍ମ।
ଟିଟୁ ସିଂ ଖବର ଚାରିଆଡେ ବ୍ୟାପିଗଲା । ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଖବର ଯାଇ Delhi University ର ପ୍ରଫେସର N K Chadha ଙ୍କ ପାଖରେ ପହଁଞ୍ଚିଲା, ପ୍ରଫେସର chadha , Dr Ian Stevensonଙ୍କ ରିସର୍ଚ ଟିମରେ ଥିଲେ। Ian stevenson ଙ୍କ ନିର୍ଦ୍ଦେଶରେ ତାଙ୍କ ସହକର୍ମୀ Antonia Mills ଯିଏ ମଧ୍ୟ ଜଣେ ରିସର୍ଚର ସିଏ ଟିଟୁ ଘଟଣା ଉପରେ ରିସର୍ଚ କରିବାକୁ ଲାଗିଲେ। ସୁରେଶଙ୍କ ପରିବାର ସୁରେଶ ବିଷୟରେ ଯାହା ଯାହା କହିଥିଲେ କି ସୁରେଶ ବହୁତ ରାଗୀ ଥିଲା, ଛୋଟ ଛୋଟ କଥାରେ ରାଗିଯାଉଥିଲା ଏବଂ ଝଗଡା କରୁଥିଲା। Antonia ଏହିସବୁ ଲକ୍ଷଣ ଟିଟୁ ପାଖରେ ଦେଖିବାକୁ ପାଇଲେ ।
ଏବେ ସବୁଠାରୁ ବଡ ପ୍ରଶ୍ନ ଯାହାର ଉତ୍ତର ଅପେକ୍ଷାରେ ସମସ୍ତେ ଥିଲେ କି କଣ ଟିଟୁ ସୁରେଶଙ୍କ ହତ୍ୟାକାରୀଙ୍କୁ ଜାଣିଥିଲା? କାରଣ ସୁରେଶଙ୍କ ହତ୍ୟାକାରୀ ସେପର୍ଯ୍ୟନ୍ତ ଧରାପଡିନଥିଲେ । ସୁରେଶଙ୍କ ହତ୍ୟାପରେ ହତ୍ୟାକାରୀ ବିଷୟରେ ଜଣାନପଡିବାରୁ ବିନା କାହାକୁ ଦଣ୍ଡ ଦିଆଯାଇ ପୋଲିସ ମାମଲାକୁ ବନ୍ଦ କରିଦେଇଥିଲା। ତେଣୁ ପ୍ରଥମ ଥର ପାଇଁ ଏପରି ହେଲା କି ନିଜ ପୁର୍ବଜନ୍ମର ହତ୍ୟାକାରୀର ପ୍ରତିଶୋଧ ନେବା ପାଇଁ ପୁଣିଥରେ ଜଣଙ୍କର ପୁର୍ନଜନ୍ମ ହେଲା। ଏବଂ ସିଏ ଅପରାଧୀଙ୍କୁ ଧରା ମଧ୍ୟ ପକାଇଲା। ତେଣୁ ସେତେବେଳେ ଏହା ଏକ ବହୁତ ବଡ ଘଟଣା ପାଲଟି ଯାଇଥିଲା।
ଏକ ୫ ବର୍ଷର ଛୁଆ ଏମିତି କିଛି ଖୁଲାସା କରିଲା ଯାହା ସମସ୍ତଙ୍କୁ ଚକିତ କରିଦେଲା। ଟିଟୁ କହିଲା ୨୮ ଅଗଷ୍ଟ ୧୯୮୩ ରେ ଯେଉଁଦିନ ସୁରେଶଙ୍କ ହତ୍ୟା ହୋଇଥିଲା ସେହିଦିନ ସୁରେଶ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନି ଦେଇଥିଲେ। ସିଏ ଆଉ କେହି ନୁହେଁ ବରଂ ସୁରେଶଙ୍କ ସହିତ ବିଜନେସ କରୁଥିବା ତାଙ୍କର ଜଣେ ସାଙ୍ଗ ଥିଲେ । ଆଗ୍ରା ପୋଲିସ ଏହିସବୁ ଘଟଣାକୁ ଗମ୍ଭୀରତାର ସହିତ ନେଲା ଏବଂ ଟିଟୁର ବୟାନ ଆଧାରରେ ସେହି ବ୍ୟକ୍ତି ଜଣଙ୍କୁ ଗିରଫ କଲା। ପଚରାଉଚରା କରିବାପରେ ବ୍ୟକ୍ତି ଜଣଙ୍କ ନିଜ ଅପରାଧ ସ୍ବୀକାର କଲା। ଏହି ଆଧାରରେ ୧୯୮୩ ସୁରେଶ ମର୍ଡର ଘଟଣାକୁ ପୁଣିଥରେ ରିଓପନ କରାଗଲା । ଟିଟୁ ରୂପରେ ସୁରେଶ କୋର୍ଟରେ ନିଜ ମର୍ଡର କେସର ସାକ୍ଷୀ ନିଜେ ହେଲେ। କୋର୍ଟକୁ ପୂରା ଘଟଣା ବିସ୍ତୃତରେ କହିଲେ ।
ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ପୁଣିଥରେ ଯାଞ୍ଚ କରାଗଲା ସେତେବେଳେ ଏମିତି ଏକ ପ୍ରମାଣ ସାମନାକୁ ଆସିଲା ଯାହାକୁ ବିଶ୍ବାସ କରିବା ସହଜ ନଥିଲା କିନ୍ତୁ ତାହା ପୂରା ପ୍ରମାଣ କରିଦେଲା କି ଟିଟୁ ହିଁ ସୁରେଶର ପୁର୍ନଜନ୍କ ଆଉ ତାହା ଥିଲା ଟିଟୁ ଦେହରେ ଥିବା birth mark ବା ଯାହାକୁ ଜନ୍ମ ଚିହ୍ନ କୁହାଯାଏ। ଟିଟୁ ମୁଣ୍ଡରେ ଠିକ୍ ସେହି ସ୍ଥାନରେ birth mark ଥିଲା ଯେଉଁ ସ୍ଥାନରେ ସୁରେଶ ମୁଣ୍ଡରେ ଗୁଳି ବାଜିଥିଲା। ଟିଟୁ ସିଂ କେସ ଉପରେ ଅନୁସନ୍ଧାନ କରିବା ପରେ antonia କୋର୍ଟରେ ସମସ୍ତ ରିସର୍ଚ ପେପର ଦାଖଲ କରିବା ପରେ ଆଗ୍ରା କୋର୍ଟ ସ୍ବୀକାର କଲା କି ଟିଟୁ ହିଁ ସୁରେଶଙ୍କ ପୁର୍ନଜନ୍ମ। ସୁରେଶଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦିଆଗଲା।
ଏବେ ଆପଣଙ୍କ ମନରେ ବି ଟିଟୁ ସିଂ କୁ ନେଇ ଅନେକ ପ୍ରଶ୍ନ ଆସୁଥିବ। ବର୍ତ୍ତମାନ ତାଙ୍କ ଜୀବନ କିପରି ଚାଲିଛି ଜାଣିବା ପାଇଁ ଆପଣ ମଧ୍ୟ ଉତ୍ସାହୀ ଥିବେ। ତେବେ ଆପଣଙ୍କୁ ଜଣାଇଦେବୁ କି ଟିଟୁ ସିଂ ବା ଟୋରନ ସିଂ ନିଜର ବର୍ତ୍ତମାନ ଜୀବନରେ ବଞ୍ଚିଛନ୍ତି। ଟିଟୁ ସିଂ ବର୍ତ୍ତମାନ patanjali university ରେ ଯୋଗ ଏବଂ naturopathy ଅର୍ଥାତ ପ୍ରାକୃତିକ ଉପାୟରେ ରୋଗ ମୁକ୍ତ ହେବାର ଉପାୟ ଆଦିର ଶିକ୍ଷା ଦେଉଛନ୍ତି। ତାଙ୍କର ସ୍ତ୍ରୀ ,ପୁଅ, ବାପା ମା ଏବଂ ଭାଇମାନେ ଆଗ୍ରାରେ ରୁହନ୍ତି। ସୁରେଶଙ୍କ ପରିବାର ତାଙ୍କ ଜୀବନରେ ଆଉ ଟିଟୁ ତାଙ୍କ ଜୀବନରେ ବଞ୍ଚୁଛନ୍ତି। ଏକ ପଡକାଷ୍ଟ ମାଧ୍ୟମରେ ସିଏ ଏହିସବୁ କଥା ଜଣାଇଥିଲେ।
ଅଧିକ ପଢନ୍ତୁ ଭାରତ ଖବର