Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇସ୍ତଫା ଦେବେ ମମତା ବାନାର୍ଜୀ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇସ୍ତଫା ଦେବେ ମମତା ବାନାର୍ଜୀ ?

Key Points

  • ଇସ୍ତଫା ଦେବେ ମମତା ବାନାର୍ଜୀ ?
  • ଦୁଷ୍କର୍ମ ମାମଲା ପାଇଁ ଛାଡିପାରନ୍ତି ପଦ
  • ନିଜ ଆଡୁ ପ୍ରସ୍ତାବ ଦେଲେ ଦିଦି, ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: କୋଲକତା ଡାକ୍ତର ଦୁଷ୍କର୍ମକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଘଟଣା ଘଟିବାରେ ଏହାରି ଭିତରେ ମାସେ ପୂରିଗଲାଣି ହେଲେ ବି ଆନ୍ଦୋଳନ ଥମୁନି । ଏମିତିକି ଡାକ୍ତରଙ୍କ ସହ ଦିଦି ଆଲୋଚନା କରିବାକୁ ଚାହୁଁଥିଲେ ବି ସେମାନେ ଏହାକୁ ବିରୋଧ କରିବା ସହିତ ରୋକଠୋକ ମନା ବି କରିଦେଇଥିଲେ । କଥା ହେଲା ମୁଖ୍ୟମନ୍ତ୍ରୀ ଡାକିବା ପରେ ଡାକ୍ତରମାନେ ରାଜ୍ୟ ସଚ୍ଚିବାଳୟ ବାହାରେ ପହଞ୍ଚିଥିଲେ ବି ମିଟିଂ ହଲରେ ପ୍ରବେଶ କରିନଥିଲେ । ଏମିତିକି ଦିଦି ତାଙ୍କୁ ୨ ଘଂଟା ଧରି ଅପେକ୍ଷା କରିଥିଲେ ବି ବୈଠକ ସଫଳ ହୋଇପାରିନଥିଲା । ମିଟିଂ ନହୋଇପାରିବାରୁ ବିରକ୍ତ ହୋଇଥିଲେ ଦିଦି । ପ୍ରେସମିଟ୍‌ କରି କହିଥିଲେ, ନ୍ୟାୟ ପାଇଁ ଏବଂ ଲୋକଙ୍କ ସ୍ଵାର୍ଥପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ପଦବୀକୁ ନେଇ ମୁଁ ଚିନ୍ତିତ ନୁହେଁ । 

କୋଲକତା ଆର ଜି କର ମେଡିକାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ପୁରା ଦେଶରେ ଆକ୍ରୋଶର ନିଆଁ ଜଳୁଛି । ଘଟଣା ଘଟିବା ପରେ ଯେଉଁପରି ଭାବରେ ମାମଲାକୁ ଚପାଇ ଦିଆଗଲା, ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଗଲା ତାହା ପୁରା ଦେଶ ଦେଖିଲା । ଏମିତିକି ଅପରାଧୀକୁ ଘଂଟ ଘଉଡାଇବା ସହ ପୀଡ଼ିତାଙ୍କ ପରିବାକୁ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ ଚାପ ପକାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଶେଷରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ହସ୍ତକ୍ଷେପ କରିବା ସହିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟ ଘଟଣାକୁ ନିନ୍ଦା କରିଥିଲେ । ଶେଷରେ ନଇଁଥିଲେ ଦିଦି । ଡାକ୍ତରଙ୍କ ସହ ଆଲୋଚନା କରିବାକୁ ରାଜି ବି ହୋଇଯାଇଥିଲେ । ହେଲେ ଦିଦିଙ୍କ ଆଲୋଚନାକୁ ଡାକ୍ତର ସଂଘ ପ୍ରତ୍ୟାଖାନ କରିଦେବାକୁ ଏବେ ଚର୍ଚ୍ଚା ଜୋର ଧରିଛି ।

ଆର୍‌ଜି କର ମେଡିକାଲ କଲେଜ ମାମଲା ବିଚାରାଧୀନ ଥିବାରୁ ସରକାର-ଆନ୍ଦୋଳନକାରୀଙ୍କ ଆଲୋଚନାର ସିଧାପ୍ରସାରଣ କରାଯାଇପାରିବ ନାହିଁ ବୋଲି ମମତା ସ୍ପଷ୍ଟ କରିଛନ୍ତି। ଆମେ ଡାକ୍ତରଙ୍କ ସହ ବୈଠକର ଭିଡିଓ ରେକର୍ଡିଂ ପାଇଁ ବ୍ୟବସ୍ଥା କରିପାରିବୁ। ଏହି ରେକର୍ଡିଂକୁ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ସେୟାର କରିପାରିବୁ ବୋଲି ମମତା କହିଛନ୍ତି।  ଆନ୍ଦୋଳନରତ ଡାକ୍ତରଙ୍କ ସହ କଥାବାର୍ତ୍ତା ପାଇଁ ୩ ଥର‌ ଚେଷ୍ଟା କଲି, କିନ୍ତୁ ଡାକ୍ତରମାନେ ଆସିଲେନି। ମୁଁ ନ୍ୟାୟ ଚାହେ ଏବଂ କିଭଳି ଭାବେ ନ୍ୟାୟ ମିଳିବ ସେ ନେଇ ଚିନ୍ତିତ। ଏବେ ବି ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ବୋଲି ମମତା କହିଛନ୍ତି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ସରକାରଙ୍କ ଅଡୁଆ ବଢାଇଦେଇଛି ଡାକ୍ତରଙ୍କ ଆନ୍ଦୋଳନ । ଆଗକୁ ବିଧାନସଭା ନିର୍ବାଚନ ବି ଆସୁଛି । ତେଣୁ ଯଦି ଏମିତି ସ୍ଥିତି ଲାଗିରହେ ତାହାଲେ ହାତରୁ ଚୌକି ଯିବାର ଡର ବି ରହିଛି ଦିଦିଙ୍କର । ତେଣୁ ଯେସ୍ତେକେସ୍ତେ ଆଲୋଚନା କରି ମାମଲାକୁ ଚପାଇଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mamata Banerjee | Argus News