Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋଦି ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ...

National

ମୋଦି ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ...

Smruti Parija
Browse all articles by Smruti Parija
·1 year ago·4 min read
ମୋଦି ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ...

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍ ର ଶୋଚନୀୟ ପରଜାୟ ଓ ବିଜେପିର ବଡ଼ ବିଜୟକୁ ନେଇ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡ ବଡ ନେତା ମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ ଦେଖାଇ ଦେଇଛନ୍ତି ଯେ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଭ୍ରମିତ କରାଯାଇପାରିବ ନାହିଁ । ନିଜ ଭୋଟ ଜରିଆରେ ଜନସାଧାରଣ ଅପରିଷ୍କାର ଯମୁନା, ମଇଳା ପାନୀୟ ଜଳ, ଭଙ୍ଗା ରାସ୍ତା, ଉଛୁଳି ପଡୁଥିବା ନର୍ଦ୍ଦମା ଏବଂ ପ୍ରତ୍ୟେକ ରାସ୍ତାରେ ଖୋଲାଥିବା ମଦ ଦୋକାନ ପ୍ରତି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।


ଦିଲ୍ଲୀରେ ମିଛ ଶାସନର ଅନ୍ତ ହୋଇଛି । ଏହା ଅହଙ୍କାର ଏବଂ ଅରାଜକତାର ପରାଜୟ । ମୋଦିଙ୍କ ଗ୍ୟାରେଣ୍ଟି ଓ ସୁଶାସନର ଉପରେ ଦିଲ୍ଲୀବାସୀ ବିଶ୍ୱାସ ଜନ୍ମାଇଛନ୍ତି । ଏହି ବିପୁଳ ଜନାଦେଶ ପାଇଁ ଦିଲ୍ଲୀବାସୀଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବୋଲି କହିଛନ୍ତି ଅମିତ ଶାହ । ମୋଦିଜୀଙ୍କ ନେତୃତ୍ୱରେ, ବିଜେପି ତାର ସମସ୍ତ ପ୍ରତିଶ୍ରୁତି ପୂରଣ କରିବାକୁ ଏବଂ ଦିଲ୍ଲୀକୁ ବିଶ୍ୱର ନମ୍ବର 1 ରାଜଧାନୀ କରିବାକୁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।



କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଏହା ଲେଖିଛନ୍ତି ଯେ ଦିଲ୍ଲୀର ହୃଦୟରେ ମୋଦି ଅଛନ୍ତି । ଦିଲ୍ଲୀରେ ଜନତାଙ୍କ ଅପାର ଆଶୀର୍ବାଦ ଏବଂ ଐତିହାସିକ ଜନାଦେଶ ସ୍ପଷ୍ଟ କରିଛି ଯେ ମୋଦି ଦିଲ୍ଲୀବାସୀଙ୍କ ହୃଦୟରେ ଅଛନ୍ତି । ଏବଂ ମୋଦି ଯାଦୁର କୌଣସି ବିକଳ୍ପ ନାହିଁ । ଏହି ମହାନ ବିଜୟ ଦିଲ୍ଲୀବାସୀଙ୍କ ବିଜୟ, ଏହା ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ ଗ୍ୟାରେଣ୍ଟି ଉପରେ ଦିଲ୍ଲୀବାସୀଙ୍କ ଅଟଳ ବିଶ୍ୱାସର ବିଜୟ । ଦିନ ରାତି ପରିଶ୍ରମ କରିଥିବା ବିଜେପିର ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଟ୍ୱିଟ୍ କରି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ଦିଲ୍ଲୀରେ ବିଜେପିର ବୃହତ ବିଜୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ମୋଦିଜୀଙ୍କ ନେତୃତ୍ତ୍ୱ ଏବଂ ସୁଶାନ ଯୋଗୁଁ ଆମେ ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିପାରିଛୁ । ଏହି ଚମତ୍କାର ବିଜୟ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେପି ନଡ୍ଡା, ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବଂ ସମସ୍ତ ଦଳୀୟ କର୍ମୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରାୟ ୨୭ ବର୍ଷ ପରେ, ଦିଲ୍ଲୀର ଲୋକମାନେ ବିଜେପି ଉପରେ ସେମାନଙ୍କର ବିଶ୍ୱାସ ଏବଂ ଆଶୀର୍ବାଦ ଦେଇଛନ୍ତି । ଏଥିପାଇଁ ମୁଁ ଦିଲ୍ଲୀବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି । ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ, ଏକ ବିକଶିତ ଦିଲ୍ଲୀ ଅତ୍ୟାବଶ୍ୟକ। ଏହି ବିଜୟ ପରେ, ଡବଲ ଇଞ୍ଜିନ ସରକାର ଦିଲ୍ଲୀର ବିକାଶକୁ ନୂତନ ଗତି ଦେବ ବୋଲି ସେ କହିଛନ୍ତି ।


ସେହିପରି ଦିଲ୍ଲୀରେ ବିଜେପିର ବିଜୟକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଲେଖିଛନ୍ତି ବିପର୍ଯ୍ୟୟରୁ ମୁକ୍ତି ମିଳିଛି ।



ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀଙ୍କ ପାଇଁ ଏ ବିଜୟ ବୋଲି କହିଛନ୍ତି ବିଜେପି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ପାଇଁ ଏହା ସମ୍ଭବ ହୋଇପାରିଛି । ବିକଶିତ ଭାରତ ସହ ବିକଶିତ ଦିଲ୍ଲୀ ନିର୍ମାଣ ହେବ । କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ ଯାହା ବିଫଳ ହୋଇଛି ବୋଲି କହିଛନ୍ତି ବିଜେପି କର୍ମୀ । ସମଗ୍ର ଭାରତ ବର୍ଷରେ ମୋଦିଙ୍କ ନେତୃତ୍ୱ ସମସ୍ତେ ଗ୍ରହଣ କରିଛନ୍ତି । ସଫଳ ନେତୃତ୍ୱ ଏବଂ ଅମିତ ଶାହାଙ୍କ ସଫଳ ରଣନୀତି କାର୍ଯ୍ୟକାର୍ତ୍ତାଙ୍କ ପରିଶ୍ରମ ଦିଲ୍ଲୀ ବିଜୟର କାରଣ ବୋଲି କୁହାଯାଉଛି ।


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦିଲ୍ଲୀର ସମସ୍ତ ଭାଇ, ଭଉଣୀଙ୍କୁ ଧନ୍ୟବାଦ । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ମୁଁ ଗର୍ବିତ । ଯେଉଁମାନେ ଦିଲ୍ଲୀ ନିର୍ବାଚନରେ ଦିନ ରାତି କଠିନ ପରିଶ୍ରମ କରିଛନ୍ତି । ଆଗାମୀ ଦିନରେ ଦିଲ୍ଲୀବାସୀଙ୍କ ପାଇଁ ଆମେ ଆହୁରି ପରିଶ୍ରମ କରିବୁ ।




ସୂଚନାଯୋଗ୍ୟ, ଖବର ଲେଖା ହେବା ସୁଦ୍ଧା ବିଜେପି ହାତେଇଛି 48 ସିଟ୍ ଏବଂ ଆପ୍ ହାତେଇଛି 22ଟି ସିଟ୍ । ଆଉ କଂଗ୍ରେସ ଖାତା ଖୋଲିପାରିନାହିଁ ।



Sponsored
i-am-so-proud-of-each-and-every-bjp4india-karyakarta-who-has-worked-very-hard-said-modi | Argus News