Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଁ ତାଙ୍କୁ ଭୁଲି ପାରୁନି, ତେଣୁ ମୁଁ ତାଙ୍କ ଭୂତକୁ ବାହା ହେବି...  

National

ମୁଁ ତାଙ୍କୁ ଭୁଲି ପାରୁନି, ତେଣୁ ମୁଁ ତାଙ୍କ ଭୂତକୁ ବାହା ହେବି...  

Manini Pattanayak
Browse all articles by Manini Pattanayak
·1 year ago·2 min read
ମୁଁ ତାଙ୍କୁ ଭୁଲି ପାରୁନି, ତେଣୁ ମୁଁ ତାଙ୍କ ଭୂତକୁ ବାହା ହେବି...  

ନୂଆଦିଲ୍ଲୀ:  ମୁଁ ତାଙ୍କୁ ଭୁଲି ପାରୁନି ..  କି ଭୁଲିବାକୁ ଚାହୁଁନି । ତେଣୁ ତାଙ୍କ ଛଡା ମୁଁ ଆଉ କାହାର ହୋଇପାରିବିନି..  ସେଥିପାଇଁ ମୁଁ ତାଙ୍କ ଭୂତକୁ ବାହା ହେବି ।  ସାରା ଜୀବନ ମୁଁ ତାଙ୍କ ଭୂତ ସହ ରହିବି... ଏହା ଭାବିକି ଯେ ସେ ମୋ  ସହ ଅଛନ୍ତି ବୋଲି... ଏହାଥିଲା ଜଣେ ପ୍ରେମିକାର ନିଚ୍ଛକ ଭଲପାଇବା ଆଉ ବଳିଦାନର ସତ୍ୟାସତ୍ୟ କଥା । ପ୍ରେମିକର ସଡକ ଦୁର୍ଘଟଣାରେ ମୃତ୍ୟୁ ହେଲା ।  ନିଜ ଆଖି ସାମ୍ନାରେ ପ୍ରେମିକ  ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲା। ହେଲେ କିଛି କରିପାରିନଥିଲେ  ୟୁ। କାରଣ ୟୁ ମଧ୍ୟ ସେହି ଦୁର୍ଘଟଣାର ସିକାର ହୋଇଥିଲେ।   ସେହି ଦୁର୍ଘଟଣାରେ ଖାଲି ନିଜ ବୟଫ୍ରେଣ୍ଡକୁ ସେ ହରାଇନାହାଁନ୍ତି  ବୟଫ୍ରେଣ୍ଡର ପରିବାରକୁ ମଧ୍ୟ ହରାଇଦେଇଛନ୍ତି ୟୁ। ଏବେ ବୟଫ୍ରେଣ୍ଡର ପରିବାରର କହିଲେ କେବଳ ବୁଢି ମା..   ଯାହାଙ୍କ ଦେଖାଶୁଣା ଦାୟିତ୍ୱ ନେଇଛନ୍ତି ୟୁ..  

ଏ ଘଟଣା ହେଉଛି ତାଇବାନର ଯୁବତୀ ୟୁଙ୍କ ଦୁଃଖଭରା କଥା..  କଥାରେ ଅଛି  ଆମେ ଯାହାକୁ  ନିଜ ଜୀବନ ଠାରୁ ଅଧିକ ଭଲ ପାଉ ତାକୁ ଭଗବାନ ଆମ ପାଖରୁ ଛଡାଇ ନିଅନ୍ତି..  ଯାହା ଘଟିଛି ୟୁ ଙ୍କ  ଘଟଣାରେ।  ସେହି ଅଶୁଭ ଦିନ ଥିଲା   ୧୫ ଜୁଲାଇ  ୨୦୨୪ ..  କାର୍‌ ରେ ବସିଥିଲେ ୟୁ ଏବଂ ତାଙ୍କ ବୟଫ୍ରେଣ୍ଡ ଆଉ ବୟଫ୍ରେଣ୍ଡଙ୍କ ଭାଇ ଭୁଉଣୀ..  ନ୍ୟାସନାଲ ହାଇଓ୍ୱେରେ କାରଟି ଦୁର୍ଘଟଣାର ଶିକାର ହେଲା। ନିମିସକେ ସବୁ ଛାରଖାର ହୋଇଗଲା..  କାର୍‌ ବସିଥିବା ୪ ଜଣଙ୍କ ମଧ୍ୟରୁ  ୩ତିନ ଜଣଙ୍କୁ ଉଦ୍ଧାର କରାଗଲା..  ଆଉ ହସ୍ପିଟାଲ ନିଆଯାଇଥିଲା..  କିନ୍ତୁ ହସ୍ପିଟାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଦେଲେ।  ସେହି ମୃତକମାନଙ୍କ ମଧ୍ୟରେ ଥିଲେ ୟୁ' ଙ୍କ ବୟଫ୍ରେଣ୍ଡ.. ଆଉ ତାଙ୍କ  ପରିବାର...  କିନ୍ତୁ ଏହି ଦୁର୍ଘଟଣାରୁ ବଞ୍ଚିଯାଇଥିଲେ ୟୁ.. ୟୁଙ୍କ ଆଖି ଆଗ ରେ ଚାଲିଯାଥିଲେ   ଯାହାକୁ ନେଇ ସେ ସଂସାର ଗଢିଥାନ୍ତେ...  ପ୍ରେମିକ ତ ଦୁନିଆ ଛାଡି ଚାଲି ଯାଇଛନ୍ତି ତେଣୁ ତାଙ୍କ ଭାବନାରେ ୟୁ  ତାଙ୍କ ଭୂତ କୁ ବିବାହ କରିବାକୁ ନିଷ୍ପତ୍ତି କରିଛନ୍ତି।  ଏହା ଦ୍ୱାରା ୟୁ ପ୍ରେମିକର ବୁଢିମାଙ୍କ ସହ ରହି ପାରିବେ ଏବଂ ମୃତ୍ୟୁ ବରଣ କରିଥିବା  ପ୍ରେମିକର  ଅନୁପସ୍ଥିତିକୁ ଅନୁଭବ କରିବେନି.. ତେବେ ସୋସିଆଲ ମିଡିଆରେ  ଏ ଖବର ପ୍ରସାରଣ ପରେ  ୟୁଙ୍କୁ ୟୁଜର୍ସ ତାରିଫ କରିବା ସହ ତାଙ୍କର ଏହି ନଷ୍ପତ୍ତିକୁ ସମର୍ଥନ କରୁଛନ୍ତି।  

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
I can't forget him, so I'll marriage his ghost... | Argus News