Saina Nehwal / ସାଇନାଙ୍କ କ୍ୟାରିୟରରେ ଲାଗିଲା ବ୍ରେକ୍, କାରଣ ଜାଣିଲେ ଆପଣଙ୍କୁ ହେବେ !

Key Points
ବିଶ୍ୱର ଏକ ନମ୍ବର ବ୍ୟାଡ୍ମିଣ୍ଟନ ଖେଳାଳି ସବୁଦିନ ପାଇଁ ଛାଡ଼ୁଛନ୍ତି ଖେଳ । ତାଙ୍କ କ୍ୟାରିୟରରେ ଲାଗିଲା ଦି ଏଣ୍ଡ । ଆଉ ଉଡେନ୍ କୋଟ୍ରେ ଦେଖିବାକୁ ମିଳିବନି ତାଙ୍କର ଜଲଓ୍ୱା । ବିଶ୍ୱର ଅନେକ ଖେଳାଳି ଯାହାକୁ ଦେଖି ନିଜକୁ ପ୍ରସ୍ତୁତ କରୁଥିଲେ, ସେଇ ଖେଳାଳିଙ୍କ କ୍ୟାରିୟରରେ ଲାଗିବାକୁ ଯାଉଛି ଦି ଏଣ୍ଡ । ସାମାନ୍ୟ ଆଣ୍ଠୁ ଯନ୍ତ୍ରଣା ତାଙ୍କ କ୍ୟାରିୟକୁ ଶେଷ କରିବାକୁ ବସିଛି । ଆଣ୍ଠୁ ଯନ୍ତ୍ରଣା ଏତେ ଭୟଙ୍କର ହେଲାଣି ଯେ, ସେ ଆଉ ଅଭ୍ୟାସ କରିବାକୁ ବି ସାହସ କରୁ ନାହାନ୍ତି ।
ଅଲିମ୍ପିକ୍ସ ପଦକ ବିଜେତା ମହିଳା ବ୍ୟାଡମିଣ୍ଟନ ତାରକା ହେଉଛନ୍ତି ସାଇନା ନେହ୍ୱାଲ । ଦୀର୍ଘ ଦିନ ପର୍ଯ୍ୟନ୍ତ ସେ ବିଶ୍ୱର ଏକ ନମ୍ବର ଖେଳାଳି ଭାବେ ନିଜର ରାଙ୍କ୍ ବଜାୟ ରଖିଥିଲେ । କିନ୍ତୁ ଏବେ ସେ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି । ଏକ ଘରୋଇ ପଡକାଷ୍ଟରେ ସାମିଲ ହୋଇ ସେ ଏକଥା କହିଥିବା ଜାତୀୟ ଗଣମାଧ୍ୟମ ଦ ଟାଇମ୍ସ ଅଫ୍ ଇଣ୍ଡିଆ ଉଲ୍ଲେଖ କରିଛି । ଆଣ୍ଠୁରେ ଆଘାତ ଯୋଗୁ ସାଇନା ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି ।
ବାରମ୍ବାର ଅସ୍ତ୍ରୋପଚାର କରାଇ କିଛି ସୁଫଳ ମିଳି ନାହିଁ । ପଡକାଷ୍ଟରେ ସେ କହିଛନ୍ତି, 'ଗତ ୨ ବର୍ଷ ହେଲା ଖେଳଠୁ ଦୂରେଇ ରହିଛି । ନିଜ ଇଚ୍ଛାରେ ଖେଳରେ ପ୍ରବେଶ କରିଥିଲି ଏବଂ ନିଜ ଇଚ୍ଛାରେ ଖେଳ ଛାଡ଼ିବି । ଏଥିରେ ସନ୍ନ୍ୟାସ ଘୋଷଣା କରିବାର କିଛି ଆବଶ୍ୟକତା ନାହିଁ ।’
ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୨୩ ସିଙ୍ଗାପୁର ଓପନ ତାଙ୍କର ଶେଷ ପ୍ରତିଯୋଗିତା ଥିଲା । ସାଇନା ନେହୱାଲ କହିଛନ୍ତି ଯେ ତାଙ୍କ ଆଣ୍ଠୁ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ସେ ନେଇଛନ୍ତି । ସେ କହିଛନ୍ତି, 'ମୋର କାର୍ଟିଲେଜ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ମୋର ଆର୍ଥ୍ରାଇଟିସ୍ ଅଛି । ମୋ ପିତାମାତାଙ୍କୁ ଏହା ଜାଣିବା ଆବଶ୍ୟକ ଥିଲା, ମୋ ପ୍ରଶିକ୍ଷକଙ୍କୁ ଏହା ଜାଣିବା ଆବଶ୍ୟକ ଥିଲା ଏବଂ ମୁଁ କେବଳ ସେମାନଙ୍କୁ କହିଛି, ମୁଁ ହୁଏତ ଆଉ ଖେଳିପାରିବି ନାହିଁ । ପ୍ରାକ୍ଟିସ କରିବା ମୋ ପାଇଁ କଷ୍ଟକର ହୋଇ ପଡ଼ିଛି ।' ସାଇନା ପୁଣି କହିଥିଲେ ଯେ ସେ ତାଙ୍କର ଅବସର ଘୋଷଣା କରିବାର ଆବଶ୍ୟକତା ଅନୁଭବ କରି ନାହାଁନ୍ତି।
ସେ କହିଛନ୍ତି, 'ପ୍ରତିଯୋଗିତାରେ ତାଙ୍କର ଅନୁପସ୍ଥିତି ସବୁ କିଛି ସ୍ପଷ୍ଟ କରିବ। ଧିରେ ଧିରେ ଲୋକମାନେ ବୁଝିପାରିବେ ଯେ ସାଇନା ଖେଳୁଛନ୍ତି କି ନାହିଁ।
📱 Get Argus News App
✨Related Topics
Explore more stories