Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ‘ମୁଁ କଙ୍ଗନାଙ୍କୁ ଖୋଜୁଥିଲି କାରଣ..’, ବଲିଉଡ଼ ଟୁ ପଲିଟିକ୍ସର ବିଷୟରେ କହିଲେ ଚିରାଗ ପାସୱାନ୍

National

‘ମୁଁ କଙ୍ଗନାଙ୍କୁ ଖୋଜୁଥିଲି କାରଣ..’, ବଲିଉଡ଼ ଟୁ ପଲିଟିକ୍ସର ବିଷୟରେ କହିଲେ ଚିରାଗ ପାସୱାନ୍

Ritu Das
Browse all articles by Ritu Das
·1 year ago·2 min read
‘ମୁଁ କଙ୍ଗନାଙ୍କୁ ଖୋଜୁଥିଲି କାରଣ..’, ବଲିଉଡ଼ ଟୁ ପଲିଟିକ୍ସର ବିଷୟରେ କହିଲେ ଚିରାଗ ପାସୱାନ୍

ଅର୍ଗସ ବ୍ୟୁରୋ: ଲୋକ ଜନଶକ୍ତି ପାର୍ଟୀର ସାଂସଦ ଚିରାଗ ପାସୱାନ୍ ବିଜେପିର ଏମପି କଙ୍ଗନା ରଣାୱତଙ୍କ ସହ ବନ୍ଧୁତ୍ୱକୁ ନେଇ କହିଛନ୍ତି ଯେ, ସେ ସଂସଦରେ ତାଙ୍କୁ ଖୋଜୁଥିଲେ । ବଲିଉଡରୁ ହିଁ ତାଙ୍କ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି, ହେଲେ ଗତ କିଛି ବର୍ଷରୁ ସେ କଙ୍ଗନାଙ୍କୁ ଭେଟି ନ ଥିଲେ, ସେଥିପାଇଁ ସେ କଙ୍ଗନାଙ୍କୁ ଭେଟିବାକୁ ଚାହୁଁଥିଲେ ।

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଏନଆଇ ସହ ଇଣ୍ଟରଭ୍ୟୁରେ ଚିରାଗ ପାସୱାନ୍ ରାଜନୈତିକ ଏବଂ ବଲିଉଡ ଜର୍ଣ୍ଣି ସହ କଙ୍ଗନା ରଣାୱତଙ୍କ ସହ ନିଜ ବନ୍ଧୁତ୍ୱ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, କଙ୍ଗନା ଇଜ ଏ ଗୁଡ ଫ୍ରେଣ୍ଡ। ବଲିଉଡରେ କିଛି ହେଲା କି ନ ହେଲା, ହେଲେ କଙ୍ଗନାଙ୍କ ସହ ଏକ ଭଲ ସାଙ୍ଗ ହୋଇଛି। ସେ ବହୁତ ଭଲ ଥିଲେ । ମୁଁ ସଂସଦରେ ତାଙ୍କୁ ଖୋଜୁଥିଲି, ତାଙ୍କୁ ଭେଟିବା ପାଇଁ । ଗତ ୨ରୁ ୩ ବର୍ଷ ଆମେ ଦୁହେଁ ବହୁତ ବ୍ୟସ୍ତ ଥିଲୁ କାରଣ କନେକସନ ଭାଙ୍ଗିଯାଇଥିଲା ।
ସେ ଆଗକୁ କହିଛନ୍ତି ଯେ, ଅଧିକ ସମୟରେ ସେ ପଲିଟିକ୍ସରେ ଭଲ ନଥିଲେ, ହେଲେ ତାଙ୍କୁ ଏହା ଜଣାଥିଲା ଯେ, କାହାକୁ କେଉଁଠାରେ କେଉଁ କଥା କହିବେ । ବର୍ତ୍ତମାନ ସେ ପଲିଟିକାଲି ଭଲ କି ଖରାପ ହୁଅନ୍ତୁ କି ନ ହୁଅନ୍ତୁ ହେଲେ ସେ ଡିବେଟେବଲ ହୋଇପାରନ୍ତି, ହେଲେ ଏହା ତାଙ୍କର ୟୁଏସପି ଅଟେ ଏବଂ ସେଥିପାଇଁ ଆମେ ସମସ୍ତେ ତାଙ୍କୁ ପସନ୍ଦ କରୁଛୁ ।

ବଲିଉଡ ଜର୍ଣ୍ଣି କଥା କହି ଚିରାଗ କହିଛନ୍ତି ଯେ, ତାହା ଅଲଗା ଟାଇମ ଥିଲା । ଜଣାନଥିଲା ତାହା ନୁହେଁ ଯେ, କଷ୍ଟ ଥିଲା କି ସହଜ ଥିଲା, ହେଲେ ଭିନ୍ନ ସମୟ ଥିଲା । ସେ କହିଛନ୍ତି ଯେ, ମୋ ଫ୍ୟାମିଲିରୁ କେହି ବଲିଉଡରେ ନଥିଲେ । ଏଥିରେ ମୁଁ ପ୍ରଥମ ଜେନେରେସନ ଥିଲି, ଯିଏ ବଲିଉଡରେ ପାଦ ରଖିଥିଲା, ହେଲେ ଖୁବ ଶିଘ୍ର ମୋତେ ଅନୁଭବ ହୋଇଗଲା ଏହି ଡିଜାଷ୍ଟର । ଦେଶକୁ ଜଣାପଡିବା ଆଗରୁ ମୋତେ ପ୍ରଥମେ ଅନୁଭବ ହୋଇଯାଇଥିଲା ଯେ, ମୁଁ ଡିଜାଷ୍ଟର କରୁଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
'I was looking | Argus News