Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଥରେ ଆରମ୍ଭ ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ପୁଣି ଥରେ ଆରମ୍ଭ ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?

Key Points

ଭାରତ ଆକାଶରେ ବୁଲିଲା ଯୁଦ୍ଧ ବିମାନ
ପୁଣି ଥରେ ଆରମ୍ଭ ହେବ କି ଭାରତ-ପାକିସ୍ତାନ ଯୁଦ୍ଧ ?
ଘନ ଘନ ପଇନ୍ତରା ମାରୁଛି ବାୟୁସେନା
ସୀମା ସେପଟେ ପାକିସ୍ତାନ ବି କରୁଛି ଶକ୍ତି ପ୍ରଦର୍ଶନ

ଏପଟେ ଭାରତ ଦେଖାଉଛି ଦମ୍, ସେପଟେ ପାକିସ୍ତାନ ଯୁଦ୍ଧ ବିମାନ ବି ଦେଖାଉଛି ଶକ୍ତି । ଭାରତୀୟ ଆକାଶରେ ଘନ ଘନ ପ୍ରହରା ଦେଉଛି ଭାରତୀୟ ଯୁଦ୍ଧ ବିମାନ । ନିଜ ଆକାଶ ପଥରେ ତୀକ୍ଷ୍ନ ନଜର ରଖିଛି ଭାରତ । ଶତ୍ରୁ ପକ୍ଷରୁ ଟିକେ ବି ଆକ୍ରମଣ ସୁରାକ୍‌ ପାଇଲେ ପୁଣି ପାକିସ୍ତାନରେ ହେବ ମିସାଇଲ ବର୍ଷା । ଏମିତି କିଛି ସମରାଭ୍ୟାସ କରୁଛି ଭାରତ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅପରେସନ୍‌ ସିନ୍ଦୁର ଫିଭର ନଯାଉଣୁ ଏବେ ପୁଣି ଆକାଶରେ ଯୁଦ୍ଧ ବିମାନ ଦେଖି ସବୁ ଛାନିଆ । ଗତ ମେ'ରେ ଭାରତ କରିଥିଲା ଅପରେସନ୍‌ ସିନ୍ଦୁର । ପାକିସ୍ତାନର ୯ଟି ସ୍ଥାନକୁ କରିଥିଲା ଟାର୍ଗେଟ୍ । ୨୫ ମିନିଟରେ ଅପରେସନ୍‌କୁ ଭାରତ କରିଥିଲା ସକ୍ସେସ୍‌ଫୁଲ ।

ଭାରତ ଓ ପାକିସ୍ତାନ ନିଜ ଦେଶର ଏୟାର୍‌ମ୍ୟାନ୍‌ମାନଙ୍କୁ ନୂତନ ନୋଟାମ୍ ଜାରି କରିଛନ୍ତି, ଯେଉଁଥିରେ ସାମରିକ ସତର୍କତା ଜାରି ରହିବ ବୋଲି ସଙ୍କେତ ଦିଆଯାଇଛି। ଭାରତୀୟ ବାୟୁସେନାର ଦକ୍ଷିଣ-ପଶ୍ଚିମ ବାୟୁସେନା କମାଣ୍ଡ ଜୁଲାଇ ୨୩ରୁ ୨୫ ପର୍ଯ୍ୟନ୍ତ ଏକ ବାୟୁଯୁଦ୍ଧ ଅଭ୍ୟାସ କରିବ। ଅନ୍ତର୍ଜାତୀୟ ସୀମାଠାରୁ ଅଳ୍ପ ଦୂରରେ ରାଜସ୍ଥାନ-ଗୁଜରାଟ ଅଞ୍ଚଳରେ ଏହି ଅଭ୍ୟାସ କରାଯିବ।

ସେପଟେ ପାକିସ୍ତାନ ତା’ର କେନ୍ଦ୍ରୀୟ ଓ ଦକ୍ଷିଣ ଆକାଶମାର୍ଗକୁ ଅବରୋଧ କରିଛି। କେନ୍ଦ୍ରୀୟ ଅଞ୍ଚଳକୁ ନିଷିଦ୍ଧ କରାଯିବା ସହ ଦକ୍ଷିଣ ସେକ୍ଟର ବନ୍ଦ ରଖିବା ଉପରେ ଫୋକସ୍‌ କରିଛି।

ଅପରେସନ୍ ସିନ୍ଦୁର ବେଳେ ପାକିସ୍ତାନ ଛାତିରେ ଭାରତ ଯେଉଁ କ୍ଷତ କରିଛି ତାହା ଏବେ ସୁଦ୍ଧା ଭରିନି । ତେଣୁ ପାକିସ୍ତାନ ଏବେ ବି ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ସୀମା ନିକଟରେ ସାମରିକ ଅଭ୍ୟାସ ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ନୁହେଁ କିନ୍ତୁ ଏଥର କିଛି ଭିନ୍ନ ଅନୁଭବ ହେଉଛି । ମେ ୧୦ରେ ଯୁଦ୍ଧ ବିରତି ହେବା ସତ୍ତ୍ୱେ ଛାୟା ଉତ୍ତେଜନା ଲାଗିରହିଛି। ଅଭ୍ୟାସର ନୂତନ ଲହର ଦର୍ଶାଉଛି ଯେ ଉଭୟ ପକ୍ଷ ନିଜର ପ୍ରସ୍ତୁତି ଚଳାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAF to conduct major exercise in Rajasthan from July 23; NOTAM issued | Argus News