Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି IAS

National

Viral Story / ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି IAS

Rashmita Mishra
Browse all articles by Rashmita Mishra
·2 months ago·2 min read
ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି IAS
Viral Story

Key Points

ଆଇଏଏସ୍‌ ସ୍ଵାମୀଙ୍କ ୩ ସୁନ୍ଦରୀ ସ୍ତ୍ରୀ
ଆଇଏଏସ୍‌ ବାବୁ ବାଛି ବାଛି କରୁଛନ୍ତି ଆଇଏଏସ୍‌ ସ୍ତ୍ରୀ
ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି
୩ ଜଣ ଆଇଏଏସ୍‌ ଯୁବତୀଙ୍କୁ ବାହା ହେଲେଣି ଏହି ଆଇଏଏସ୍‌ ବାବୁ

ଆଇଏଏସ୍‌ ବାବୁ ବି ତିନୋ ତିନୋଟି ବାହା ହୋଇ ପାରନ୍ତି । ବାହା ହେବା ନିଶା ଆଇଏଏସ୍‌ ବାବୁଙ୍କର ପୁରା ଅଜବ । ଆଇଏଏସ୍‌ ବାବୁଙ୍କର ବି ଗୋଟିଏ ସ୍ତ୍ରୀରେ ମନ ଭରେ ନାହିଁ । ଗୋଟିଏ ବାହାଘର ସଫଳ ନହେଲେ ସଙ୍ଗେ ସଙ୍ଗେ ଆଉ ଗୋଟିଏ ବାହା ହୋଇଯାଉଛନ୍ତି । ତାହା ପୁଣି ଆଇଏଏସ୍‌ ଯୁବତୀଙ୍କୁ ବାଛିକି ବାହା ହେଉଛନ୍ତି । ଏପର୍ଯ୍ୟନ୍ତ ୩ ଜଣ ଯୁବତୀଙ୍କୁ ନିଜ ସ୍ତ୍ରୀ ରୂପରେ ଗ୍ରହଣ କରିଛନ୍ତି । ୩ ଜଣ ଯାକ ହେଉଛନ୍ତି ଜଣେ ଜଣେ ଆଇଏଏସ୍‌ । ଏମିତି ବି ପ୍ରେମ ହୁଏ । ବାରମ୍ବାର ପ୍ରେମ ହେଉଛି ଆଉ ବାରମ୍ବାର ବାହା ବି ହୋଇଯାଉଛନ୍ତି ।

ଜଣଙ୍କୁ ପ୍ରେମ କରି ବାହା ହେଉଛନ୍ତି । ହେଲେ କିଛି ବର୍ଷ ପରେ ଛାଡ଼ ପତ୍ର ଦେଉଛନ୍ତି । ପୁଣିଥରେ ପ୍ରେମ କରି ଆଉ ଜଣଙ୍କୁ ବାହା ହେଉଛନ୍ତି। କିନ୍ତୁ ଏହା ବି ସଫଳ ହେଉ ନାହିଁ ଛାଡ଼ ପତ୍ର ଦେଉଛନ୍ତି । ଏବେ ପୁଣି ପ୍ରେମ କରି ଆଉ ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ବାହା ହୋଇଛନ୍ତି। ଏହି ବାହାଘର କେତେ ଦିନ ତିଷ୍ଟିବ କହି ହେବ ନାହିଁ ।

ଆଇଏଏସ୍‌ ଅଫିସର ଅଭିପ୍ରସାଦ, ଭାରତର ପ୍ରଶାସନିକ ଅଧିକାରୀ । ଏହି ଆଇଏଏସ୍‌ ଅଭିପ୍ରସାଦ ତିନି ତିନି ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବିବାହ କରିଛନ୍ତି । ଉତ୍ତରପ୍ରଦେଶ ସିତାପୁର ଜିଲ୍ଲାର ହେଉଛନ୍ତି ଅଭିପ୍ରସାଦ ।

ଚଳିତ ମାସ ୧୧ ତାରିଖରେ ଅଭି ତୃତୀୟ ଥର ପାଇଁ ବିବାହ କରିଛନ୍ତି । ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାରେ ଥିବା କୁନେ ଜାତୀୟ ଉଦ୍ୟାନରେ ଆଇଏଏସ୍‌ ଅଧିକାରୀ ଅଙ୍କିତା ଧାକ୍ରେଙ୍କ ହାତ ଧରିଛନ୍ତି ଅଭିପ୍ରସାଦ । ଅଙ୍କିତା ଧାକ୍ରେ ହେଉଛନ୍ତି ୨୦୧୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ । ଏହି ବାହାଘରକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି ।

ଅଭିଙ୍କ ପ୍ରେମ ଆଉ ତାପରେ ବାହାଘର ନିଶା ପୁରା ଅଜବ । କେବଳ ଆଇଏଏସ୍‌ ଅଧିକାରୀଙ୍କୁ ଦେଖି ସେ ପ୍ରେମ କରନ୍ତି ଆଇ ତାପରେ ବାହା ମଧ୍ୟ ହୋଇ ଯାଆନ୍ତି। ଯଦି ଦେଖିବା ପ୍ରଥମ ଏବଂ ଦ୍ବିତୀୟ ପତ୍ନିଙ୍କୁ ଛାଡ଼ପତ୍ର ଦେବା ପରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ଅଭି। ଏବେ ଅଭିପ୍ରସାଦ ମଧ୍ୟପ୍ରଦେଶ ନିଯୁକ୍ତି ଗ୍ୟାରେଣ୍ଟିର ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବରେ ଦାୟିତ୍ବ ତୁଲାଇଛନ୍ତି। ସେହିଭଳି ଅଙ୍କିତା ଧାକ୍ରେ ଏବେ ରାଜ୍ୟ ସଚିବାଳୟରେ ଉପ ସଚିବ ଭାବା କାର୍ଯ୍ୟ କରୁଛନ୍ତି ।

ଅଭିଙ୍କ ପୂର୍ବ ଦୁଇ ଆଇଏଏସ୍‌ ସ୍ତ୍ରୀଙ୍କ ନାମ ହେଉଛି ରୁଜୁ ବାଫନା ଏବଂ ମିଶା ସିଂ। ଏହି ଦୁଇ ସ୍ତ୍ରୀ ଏବେ ସାଜାପୁର ଏବଂ ରତଲାମ ଜିଲ୍ଲାରେ କଲେକ୍ଟର ଭାବେ କାର୍ଯ୍ୟ ତୁଲାଉଛନ୍ତି। ବାଫନା ହେଉଛନ୍ତି ୨୦୧୪ ବ୍ୟାଚର ଆଇଏଏସ୍‌ ଏବଂ ମିଶା ହେଉଛନ୍ତି ୨୦୧୬ ବ୍ୟାଚର ଆଇଏଏସ୍‌ ।
ପଢନ୍ତୁ ଏହି ଖବର:  ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ...ଦେଖନ୍ତୁ ଭିଡିଓ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Story | IAS Officer Remarries After First Marriage Controversy | Argus News