ଭାରତ-ପାକ୍ ଯୁଦ୍ଧ ପରିସ୍ଥିତି ମଧ୍ୟରେ CA ଫାଇନାଲ ପରୀକ୍ଷା ସ୍ଥଗିତ

ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ । ଦେଶରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଛି । ଅବଶିଷ୍ଟ ପରୀକ୍ଷା ସ୍ଥଗିତ ନେଇ ICAI ପକ୍ଷରୁ ସୂଚନା ଦିଆଯାଇଛି ।

ଚାଟାର୍ଡଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ଗୁଡିକ ମେ 9 ରୁ ମେ 14 ମଧ୍ୟରେ ହେବାର ଥିଲା । ହେଲେ ସମ୍ଭାବ୍ୟ ସ୍ଥିତିକୁ ଦେଖି ପରୀକ୍ଷା ସ୍ଥଗିତ ରଖାଯାଇଛି । ପରିସ୍ଥିତି ଦେଖି ପରବର୍ତ୍ତୀ ତାରିଖ ଘୋଷଣା କରାଯିବ । www.icai.org ସାଇଟ୍ ରେ ପରୀକ୍ଷା ସମ୍ବନ୍ଧିତ ତଥ୍ୟ ଜାଣି ପାରିବେ ପରୀକ୍ଷାର୍ଥୀ ।
📱 Get Argus News App
✨ଭାରତ ଓ ପାକ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି । ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା । ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।
ଏହାରି ମଧ୍ୟରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସ୍ଥଳ, ଚାନ୍ଦିପୁର କ୍ଷେପଣାସ୍ତ୍ର ଭଳି ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।