Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଲୁକା ବର୍ଷା ହେଲେ କ'ଣ ହେବ ସ୍ଥିତି, ଟସ୍‌ ଜିତିଲେ ବ୍ୟାଟିଂ ନା ବୋଲିଂ ?

National

ହାଲୁକା ବର୍ଷା ହେଲେ କ'ଣ ହେବ ସ୍ଥିତି, ଟସ୍‌ ଜିତିଲେ ବ୍ୟାଟିଂ ନା ବୋଲିଂ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ହାଲୁକା ବର୍ଷା ହେଲେ କ'ଣ ହେବ ସ୍ଥିତି, ଟସ୍‌ ଜିତିଲେ ବ୍ୟାଟିଂ ନା ବୋଲିଂ ?

ରବିବାର ଫାଇନାଲ ମ୍ୟାଚ୍ । ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚ୍ ଅର୍ଥାତ୍ ଫାଇନାଲ ମ୍ୟାଚ୍‌, ରବିବାର  ମାର୍ଚ୍ଚ ୯ରେ ଖେଳାଯିବ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଫାଇନାଲ ମ୍ୟାଚ୍‌ ଖୁବ୍‌ ରୋମାଞ୍ଚକର ହେବାକୁ ଯାଉଛି । କାରଣ ଏଥିରେ ଦୁଇ ଧୁଆଁଧାର ଟିମ୍‌ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ବିଜୟ ପାଇଁ ଏବେଠୁ ଭାରତୀୟ କ୍ରିକେଟ ପ୍ରେମୀମାନେ ଭଗବାନଙ୍କ ନିକଟରେ ଦୀପ ଜାଳିବା ଆରମ୍ଭ କଲେଣି ।

ତେବେ କୁହାଯାଉଛି ଏହି ଫାଇନାଲ ମ୍ୟାଚ୍‌ରେ ବାଧକ ସାଜିପାରେ ପାଣିପାଗ । କାରଣ ପାଗ ଅନୁସାରେ ପିଚ୍‌ର ଆଚରଣ ବି ବଦଳିପାରେ । ଦୁବାଇ ପାଣିପାଗ ରିପୋର୍ଟ ଅନୁଯାୟୀ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ ସମୟରେ ସ୍ୱଳ୍ପ ବର୍ଷା ହୋଇପାରେ। ରବିବାର ଦିନ ୧୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି, ଆର୍ଦ୍ରତା ୪୩ ପ୍ରତିଶତ ପର୍ଯ୍ୟନ୍ତ ରହିବ। ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ପବନ ବହିବାର ବି ସମ୍ଭାବନା ରହିଛି।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ସମୟରେ ହାଲୁକା ମେଘ ରହିବ। ମାର୍ଚ୍ଚ ୯ ତାରିଖରେ ଅପରାହ୍ନ ୨ ଟାରେ ଟସ୍ ହେବ। ଦୁବାଇର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ । ଏହା ହେଉଛି ଦିନର ସର୍ବାଧିକ ତାପମାତ୍ରା। ରାତି ୮ଟା ପର୍ଯ୍ୟନ୍ତ ମଧ୍ୟ ଅଧିକ ହ୍ରାସ ହେବ ନାହିଁ, ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଦୁବାଇରେ ପ୍ରଥମେ ଟସ୍ ଜିତିବା ଏବଂ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ସଠିକ୍ ହେବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । କାରଣ ଯଦି ଆମେ ପାଣିପାଗ ସ୍ଥିତିକୁ ଦେଖିବା, ଅପରାହ୍ନରେ ଏଠାରେ ପାଗ ଅତ୍ୟଧିକ ଗରମ ହୋଇଥାଏ, ତେଣୁ ଖେଳାଳିମାନେ ପ୍ରଥମେ ଫିଲ୍ଡିଂ କରିବା ପରେ ଟିକେ ଥକ୍କା ଅନୁଭବ କରିପାରନ୍ତି। ଯଦି ଦୁବାଇରେ କୌଣସି କାକର ସମସ୍ୟା ନଥାଏ ତେବେ ଦ୍ୱିତୀୟ ଇନିଂସରେ ବୋଲିଂ କରିବାରେ କୌଣସି ଅସୁବିଧା ନାହିଁ।

ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ନିଜର ସମସ୍ତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିଛି । ତେଣୁ ସେହି ପଡ଼ିରେ ଫାଇନାଲ ଖେଳିବା ବେଳେ ଖେଳାଳିଙ୍କ ମନରେ ଅଧିକ କନ୍‌ଫିଡେନ୍ସ ରହିଥିବ । ଫାଇନାଲ ମୁକାବିଲା ପୂର୍ବରୁ, ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଏଠାରେ ମାର୍ଚ୍ଚ ୨ ତାରିଖରେ ଖେଳାଯାଇଥିଲା । ଯେଉଁଥିରେ ଭାରତ ଏକ ସହଜ ବିଜୟ ହାସଲ କରିଥିଲା । ଏଠାରେ ଥିବା ପିଚ୍ ମନ୍ଥର ବୋଲି ପୂର୍ବରୁ ପ୍ରମାଣିତ ହୋଇସାରିଛି। ତେବେ ମାର୍ଚ୍ଚ ୯ ତାରିଖ ରବିବାର ଦିନ ଦୁବାଇରେ ପାଗ କ’ଣ ହେବ? କେବଳ ପ୍ରଶଂସକ ନୁହଁନ୍ତି ଉଭୟ ଦଳର ଅଧିନାୟକ ବି ଏହା ଉପରେ ନଜର ରଖିଛନ୍ତି। ବାସ୍ତବରେ, ପାଣିପାଗ ଉପରେ ନିର୍ଭର କରି ଟସ୍ ଉପରେ ନିଷ୍ପତ୍ତି ନେବା ଠିକ୍‌ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ICC Champions Trophy India Vs Newzeland, What will happen if there is rain in Dubai | Argus News