Idol Immersion Accident / ମୂର୍ତ୍ତି ବିସର୍ଜନ ବେଳେ ଭୟଙ୍କର ଦୁର୍ଘଟଣା…ଦ୍ରୂତ ଗତିରେ କାର ଆସି ବାଟରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା
·1 hour ago·2 min read

Key Points
ଉତ୍ତର ପ୍ରଦେଶର ଫିରୋଜାବାଦରେ ତେଶୁ-ଝାଞ୍ଜି ବିସର୍ଜନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି
ଉତ୍ତର ପ୍ରଦେଶର ଫିରୋଜାବାଦରେ ତେଶୁ-ଝାଞ୍ଜି ବିସର୍ଜନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ରାସ୍ତାରେ ଶୋଭାଯାତ୍ରା କରିବାକୁ ଯାଉଥିବାବେଳେ ଏକ କାର ୪ଜଣଙ୍କୁ ଚାପି ଦେଇଛି। ତିନି ଜଣ କିଶୋରୀ ଝିଅଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉତ୍ସବ ପାଳନ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା।
ପୋଲିସର କହିବାନୁସାରେ, ରବିବାର ରାତି ୮ଟା ୩୦ରେ ଦୁର୍ଘଟଣା ଘଟିଛି । ନସୀରପୁର ଥାନା କ୍ଷେତ୍ରର ଛତନପୁରା ଗ୍ରାମ ନିକଟ ଦେଇ ଯାଇଥିବା ଶିକୋହାବାଦ-ବଟେଶ୍ୱର ରାସ୍ତାରେ ଏକ ଶୋଭାଯାତ୍ରା ଚାଲିଥିଲା । ଏଠାରେ ଏକ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ରାସ୍ତାରେ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚାରି ଜଣ ଜୀବନ ହାରିଛନ୍ତି।
ମୃତକଙ୍କ ମଧ୍ୟରେ ତିନି ଜଣ ନାବାଳିକା ରହିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ ଅଞ୍ଜଳି, ଆକାଂକ୍ଷା, ବବଲି ଏବଂ ହରୀଶ କୁମାର । ଏହାସହ ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । କାରରେ ବସିଥିବା କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ ଦିଗରେ କାର୍ ଚାଳକଙ୍କୁ ପୋଲିସ ଅଟକ ରଖିଛି । ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
ତେଶୁ-ଝାଞ୍ଝି ପର୍ବ କଣ?
ତେଶୁ-ଝାଞ୍ଝି ପର୍ବ ବ୍ରଜ, ବୁନ୍ଦେଲଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ବହୁ ଅଞ୍ଚଳରେ ଏହି ପର୍ବ ଧୁମଧାମରେ ପାଳନ କରାଯାଏ। ଏହି ଅବସରରେ ଲୋକମାନେ ରୀତିନୀତି ସହିତ ଏହି ଉତ୍ସବ ପାଳନ କରିବା ସହ ବିସର୍ଜନ କରନ୍ତି। ଫିରୋଜାବାଦରେ ଏହି ପର୍ବ ପାଳନବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ସାଙ୍ଗେ ସାଙ୍ଗେ ହସ ଖୁସିର ମାହୋଲ କାନ୍ଦ ବୋବାଳିରେ ଫାଟି ପଡ଼ିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories