Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋ ପୁଅ ଯଦି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ

National

ମୋ ପୁଅ ଯଦି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ

Ritu Das
Browse all articles by Ritu Das
·1 year ago·1 min read
ମୋ ପୁଅ ଯଦି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ

ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଛାତି ଥରାଇ ଦେଇଛି । କିଏ ସ୍ବାମୀକୁ ହରାଇଛି ତ କିଏ ପୁଅ ଆଉ କିଏ ଭାଇ। ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଆତଙ୍କବାଦୀ ଆଦିଲ ହୁସେନ ଠୋକର ବି ସାମିଲ ଥିବା ଜଣାପଡ଼ିଛି।


ଆତଙ୍କବାଦୀ ଆଦିଲ ହୁସେନର ମାଆ ଶାହଜାଦା ବାନୋ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି, ‘ଯଦି ମୋ ପୁଅ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ। ଏହା ହିଁ ତା’ ପାଇଁ ଉଚିତ ଦଣ୍ଡ ହେବ। ଆଦିଲ ୨୦୧୮ରୁ ଘର ଛାଡ଼ି ଚାଲି ଯାଇଛି ଯେ ଆଉ ଫେରି ନାହିଁ କି ଆମ ସହିତ ସେ କୌଣସି ପ୍ରକାର ଯୋଗାଯୋଗ ରଖି ନାହିଁ। ମୁଁ ଆଦିଲକୁ ଏଥିକି କହିବି ଯଦି ସେ ବଞ୍ଚିଛି, ତେବେ ଆତ୍ମସମର୍ପଣ କରିଦେଉ। ସେ ଆମ ସହିତ କୌଣସି ପ୍ରକାର ଯୋଗାଯୋଗରେ ନଥାଇ ବି ଆମକୁ ଅସୁବିଧାରେ ପକାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
if-my-son-is-involved-in-a-terrorist-attack-he-should-be-killed-in-an-encounter | Argus News