ପାକିସ୍ତାନ ଆତଙ୍କବାଦ ବନ୍ଦ ନକଲେ ପାଣି ପାଇବନି

Key Points
ମୁଣ୍ଡ କାମ କରୁନି ପାକିସ୍ତାନର
ପାଣି ପାଇଁ କାକୁତିମିନତି ହେଉଛି
କଥାରେ ଅଛି ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ। ଶତ୍ରୁକୁ ସାବାଡ କରିବାକୁ ହେଲେ ଏ ଉକ୍ତିର ଯଥାର୍ଥ ରହିଛି। ଠିକ୍ ସେମିତି ଏବେ ପାକିସ୍ତାନ ସହ କରୁଛି ଭାରତ। ସିନ୍ଧୁ ଜଳ ଚୁକ୍ତି ରଦ୍ଧ କରି ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଛି ଭାରତ। ଅସ୍ତ୍ରବିରତି ପରେ ଏବେ ସିନ୍ଧୁ ଜଳ ଚୁକ୍ତି ନେଇ ଆଲୋଚନା କରିବାକୁ ଉଦ୍ୟମ କରୁଛି ଆତଙ୍କୀସ୍ତାନ। ସିନ୍ଧୁ ଜଳ ପାଇଁ ମୁଣ୍ଡ କାମ କରୁନି ପାକିସ୍ତାନର ସେନା ଓ ନେତାଙ୍କର।
ସିନ୍ଧୁ ଜଳ ପାଇବାକୁ କାକୁତିମିନତି ହେବା ଆରମ୍ଭ କରି ଦେଇଛି ପାକ୍। ଜଳଚୁକ୍ତିକୁ ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଉଦ୍ୟମ କରୁଛି। ଯାହାକୁ ଭାରତ ପକ୍ଷରୁ ଅଣଦେଖା କରାଯାଉଛି। ସିଧା କୁହାଯାଉଛି, ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇ ପାରିବ ନାହିଁ।
📱 Get Argus News App
✨ସୂଚନାଯୋଗ୍ୟ - ପହଲଗାମରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ। ସିନ୍ଧୁ ଜଳଚୁକ୍ତି ରଦ୍ଦ କରିବା ସହ ପାକିସ୍ତାନୀ ତୁରନ୍ତ ଭାରତ ଛାଡିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିସମେତ ପାକିସ୍ତାନ ସହ ସମସ୍ତ ବ୍ୟବସାୟିକ କାରବାର ବନ୍ଦ କରିଥିଲା ଭାରତ।