Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାକିରି ନ ଥିଲେ ପତ୍ନୀଙ୍କ ଭରଣପୋଷଣ କରିବାକୁ ଶ୍ରମିକ କାମ କରନ୍ତୁ ସ୍ବାମୀ

National

ଚାକିରି ନ ଥିଲେ ପତ୍ନୀଙ୍କ ଭରଣପୋଷଣ କରିବାକୁ ଶ୍ରମିକ କାମ କରନ୍ତୁ ସ୍ବାମୀ

Ritu Das
Browse all articles by Ritu Das
·2 years ago·1 min read
ଚାକିରି ନ ଥିଲେ ପତ୍ନୀଙ୍କ ଭରଣପୋଷଣ କରିବାକୁ ଶ୍ରମିକ କାମ କରନ୍ତୁ ସ୍ବାମୀ

ଅର୍ଗସ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ, ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନ ଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣପୋଷଣ ଯୋଗାଇବାକୁ ବାଧ୍ୟ କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବେ ପ୍ରତିଦିନ ପ୍ରାୟ ୩୦୦-୪୦୦ଟଙ୍କା ରୋଜଗାର କରିପାରିବେ। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଝଷ୍ଟିସ ରେନୁ ଅଗ୍ରଓ୍ବାଲ ଫ୍ୟାମିଲି କୋର୍ଟଙ୍କ ସେହି ଆଦେଶ ବିରୋଧରେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନକୁ ଖାରଜ କରି ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ପାଇଁ ମାସିକ ୨୦୦୦ ଟଙ୍କା ଦେବାକୁ କହିଥିଲେ।

ପତ୍ନୀଙ୍କ ସପକ୍ଷରେ ଦିଆଯାଇଥିବା ଭରଣପୋଷଣ ଆଦେଶ ପୁନରୁଦ୍ଧାର ପାଇଁ ସ୍ବାମୀଙ୍କ ବିରୋଧରେ ସମସ୍ତ ପ୍ରକାର ଉପାୟ ଆପଣେିବାକୁ ଜଷ୍ଟିସ ଅଗ୍ରଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାମିଲି କୋର୍ଟଭ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଥିଲେ। ଯେଉଁଥିରେ ଦଣ୍ଡ ପ୍ରକ୍ରିୟା ଧାରା ୧୨୫ ଅନୁଯାୟୀ ପତ୍ନୀଙ୍କୁ ୨୦୦୦ଟଙ୍କା ଦେବାପାଇଁ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ଏକ ସଂଶୋଧନ ଆବେଦନ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
If there is no job | Argus News