Videos
|
National

ଏହି ମନ୍ଦିରରେ ଶଙ୍ଖ ବାଜିଲେ ଆସିବ ବଡ଼ ବିପଦ !

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ମନ୍ଦିରରେ ଶଙ୍ଖ ବାଜିଲେ ଆସିବ ବଡ଼ ବିପଦ !

Key Points

ଏହି ମନ୍ଦିରରେ ଶଙ୍ଖ ଆଦୌ ବାଜେ ନାହିଁ

ଏହି ମନ୍ଦିରରେ ଆରତି ହୁଏ ବିନା କୌଣସି ଶବ୍ଦରେ

ଶଙ୍ଖ ନ ବାଜିବା ପଛରେ ରହିଛି ଏକ ବଡ଼ ରହସ୍ୟ

ମନ୍ଦିର ନାଁ ଶୁଣିବା ମାତ୍ରେ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ମନକୁ ଆସେ। କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ। ଏମିତି ଏକ ଧାମ ହେଉଛି ବଦ୍ରିନାଥ। ଏହି ମନ୍ଦିରରେ ଆରତି ହୁଏ ବିନା କୌଣସି ଶବ୍ଦରେ। ତେବେ ବଦ୍ରିନାଥ ଧାମରେ ଶଙ୍ଖ ନ ବାଜିବା ପଛରେ ରହିଛି ଏକ ବଡ଼ ରହସ୍ୟ । ଏହାର ପ୍ରତ୍ୟେକ ଦିଗ ବୈଜ୍ଞାନିକ, ପୁରାଣ ଏବଂ ଧାର୍ମିକ ସହିତ ଜଡ଼ିତ।

ବିଜ୍ଞାନ ଅନୁଯାୟୀ, ଶୀତଦିନେ ଚାରିଆଡ଼େ ତୁଷାରପାତ ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଏଠାରେ ଶଙ୍ଖ ଫୁଙ୍କାଯାଏ ଏହାର ଶବ୍ଦ ପର୍ବତ ସହ ବାଜି ଆସି ଇକୋ ସୃଷ୍ଟି କରେ। ଏହି କାରଣରୁ ବରଫରେ ଫାଟ ସୃଷ୍ଟି ହେବାର ସମ୍ଭାବନା ଥାଏ କିମ୍ବା ବରଫ ଝଡ଼ ଏପରିକି ଭୂସ୍ଖଳନ ମଧ୍ୟ ହେବାର ସମ୍ଭାବନା ରହିଥାଏ। କାରଣ ସମସ୍ତ ବାଦ୍ୟଯନ୍ତ୍ର ମଧ୍ୟରେ ଶଙ୍ଖର ଶବ୍ଦ ସବୁଠାରୁ ଉଚ୍ଚ ସ୍ଵର ବୋଲି ବିବେଚନା କରାଯାଏ। ଏହା କମ୍ପନ ସୃଷ୍ଟି କରେ।

ପୌରାଣିକ ବିଶ୍ୱାସ ଅନୁଯାୟୀ,ସାଧୁମାନେ ଅସୁରମାନଙ୍କୁ ଭୟ କରୁଥିଲେ ଏବଂ ସେମାନଙ୍କର ଆଶ୍ରମରେ ମଧ୍ୟ ପୂଜା କରିପାରୁ ନ ଥିଲେ। ଥରେ ମା ଲକ୍ଷ୍ମୀ ଧ୍ୟାନ କରୁଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ଶଙ୍ଖଚୂର୍ଣ୍ଣ ନାମକ ଏକ ରାକ୍ଷସକୁ ବଧ କରିଥିଲେ। ଯୁଦ୍ଧ ଶେଷ ହେବା ପରେ ସାଧାରଣତଃ ଶଙ୍ଖ ବଜାଯାଏ। କିନ୍ତୁ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ଧ୍ୟାନକୁ ଭାଙ୍ଗିବାକୁ ଚାହୁଁ ନ ଥିବାରୁ ଶଙ୍ଖ ବାଜି ନ ଥିଲା। ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବଜାଯାଏ ନାହିଁ।

ଅନ୍ୟ ଏକ ଧାର୍ମିକ ବିଶ୍ୱାସ ମଧ୍ୟ ଅଛି ଯେ, ସେଠାରେ ସିଦ୍ଧେଶ୍ୱର ଜୀଉଙ୍କର ଏକ ମନ୍ଦିର ଥିଲା। ଯେଉଁଠାରେ ବ୍ରାହ୍ମଣମାନେ ପୂଜା କରିବା ପାଇଁ ଆସୁଥିଲେ। କିନ୍ତୁ ରାକ୍ଷସମାନେ ସେମାନଙ୍କୁ ପୂଜା କରିବାକୁ ଦେଉନଥିଲେ । ଏହା ଦେଖି ସିଦ୍ଧେଶ୍ୱର ମହାରାଜ ତାଙ୍କ ଭାଇ ଅଗସ୍ତ୍ୟ ଋଷିଙ୍କ ସାହାଯ୍ୟ ଲୋଡ଼ିଥିଲେ। ଯେତେବେଳେ ଅଗସ୍ତ୍ୟ ଋଷି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ, ରାକ୍ଷସମାନେ ତାଙ୍କ ସହ ଅସଦାଚରଣ କରିଥିଲେ। ତା’ପରେ ଋଷି ଅଗସ୍ତ୍ୟ ମାତା ଭଗବତୀଙ୍କୁ ମନେ ପକାଇଲେ। କୁହାଯାଏ, ଯେ ତାଙ୍କ ଡାକ ଶୁଣିବା ପରେ ମାତା କୁଷ୍ମାଣ୍ଡା ସେଠାରେ ଉପସ୍ଥିତ ଥିବା ସମସ୍ତ ରାକ୍ଷସଙ୍କୁ ହତ୍ୟା କରିଥିଲେ। କିନ୍ତୁ ଅଟପୀ ଏବଂ ବିଟପୀ ନାମକ ଦୁଇ ରାକ୍ଷସ ସେଠାରୁ ପଳାଇ ଯାଇଥିଲେ। ଅଟପୀ ମନ୍ଦାକିନୀ ନଦୀରେ ଲୁଚି ରହିଥିଲା ଏବଂ ବିଟପୀ ବଦ୍ରିନାଥ ଧାମକୁ ଯାଇ ଶଙ୍ଖରେ ଲୁଚି ରହିଲା । କୁହାଯାଏ, ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜିବା ନିଷେଧ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
if-you-blow-the-conch-shell-in-this-temple-you-will-be-in-great-danger | Argus News